Advertisment

Snana Purnima 2025: ରାତି ପାହିଲେ ଦାରୁ ଦିଅଁଙ୍କ ଦିବ୍ୟସ୍ନାନ, ଶ୍ରୀଜିଉଙ୍କ ଅପେକ୍ଷାରେ ସ୍ନାନବେଦୀ

ଭକ୍ତିମୟ ହେଲାଣି ଶ୍ରୀକ୍ଷେତ୍ର, ଲୋକାରଣ୍ୟ ହେଉଛି ବଡ଼ଦାଣ୍ଡ । କାରଣ ଆଉ କେଇ ଘଣ୍ଟା ପରେ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂର୍ତ୍ତି । ହେବ ଶ୍ରୀଜିଉଙ୍କ ଦିବ୍ୟସ୍ନାନ, ହାତୀବେଶ ଦର୍ଶନରେ ଭିଜିବ ଭକ୍ତଙ୍କ ତନୁମନ ।

undefined

ଦିବ୍ୟସ୍ନାନକୁ ଅପେକ୍ଷା

Advertisment

ରାତି ପାହିଲେ ଶ୍ରୀଜିଉଙ୍କ ପବିତ୍ର ଦେବସ୍ନାନ ଯାତ୍ରା । ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିବା ସହ ଭକ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ନୀତିକାନ୍ତି ଶୃଙ୍ଖଳିତ କରିବା ସହ ଭକ୍ତମାନେ ଯେପରି ସ୍ନାନବେଦୀରେ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ୪୫୦ ଅଫିସରଙ୍କ ସହ ୭୦ ପ୍ଲାଟୁନ୍ ଫୋର୍ସ ।

Advertisment

ଅଧିକ ପଢ଼ନ୍ତୁ: କାହିଁକି ଓ କେବେଠୁ ଆରମ୍ଭ ହୋଇଥିଲା ସ୍ନାନଯାତ୍ରା, କିଏ କରାଇଥିଲେ ମହାପ୍ରଭୁଙ୍କ ପ୍ରଥମ ସ୍ନାନଲୀଳା

ଭକ୍ତିମୟ ହେଲାଣି ଶ୍ରୀକ୍ଷେତ୍ର, ଲୋକାରଣ୍ୟ ହେଉଛି ବଡ଼ଦାଣ୍ଡ । କାରଣ ଆଉ କେଇ ଘଣ୍ଟା ପରେ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂର୍ତ୍ତି । ହେବ ଶ୍ରୀଜିଉଙ୍କ ଦିବ୍ୟସ୍ନାନ, ହାତୀବେଶ ଦର୍ଶନରେ ଭିଜିବ ଭକ୍ତଙ୍କ ତନୁମନ । ନୀତି ନିର୍ଘଣ୍ଟ ଅନୁଯାୟୀ, ମଙ୍ଗଳାର୍ପଣ ପରେ ଡୋରଲାଗି ଓ ପୁଷ୍ପାଞ୍ଜଳୀ ହୋଇ ସକାଳ ୫ଟାରୁ ୭ଟା ମଧ୍ୟରେ ଶେଷ ହେବ ଶ୍ରୀଜିଉଙ୍କ ପହଣ୍ଡି । ଦିନ ୧୨ଟା ୨୦ରୁ ଗୋଟାଏ ୪୫ ଭିତରେ ଜଳବିଜେ, ପୂଜା ଓ ସ୍ନାନ ନୀତି ହେବ । ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ । ୩ଟା ୩୦ରେ ଛେରା ପହଁରା ହୋଇ ୪ଟା ୩୦ ମଧ୍ୟରେ ସଂପନ୍ନ ହେବ ଶ୍ରୀଜୀଉଙ୍କ ହାତୀବେଶ । ଏହାପରେ ମହନ୍ତଶାଢ଼ି ବନ୍ଧା, ଦକ୍ଷିଣୀଘର ଭୋଗ ସରି ସଂଧ୍ୟା ସାଢ଼େ ୭ଟାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ । ବର୍ଷକ ପରେ ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବାକୁ ଏବେଠୁ ବ୍ୟାକୁଳ ହେଲାଣି ଭକ୍ତପ୍ରାଣ ।

Advertisment

ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାର ଆଦ୍ୟପର୍ବ ଭାବେ ପରିଚିତ ସ୍ନାନପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଛୁଟିଲାଣି ଭକ୍ତଙ୍କ ସୁଅ। ଆସନ୍ତାକାଲି ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦେଖି ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୪୫୦ ଅଫିସରଙ୍କ ସହ ୭୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯାଇଛି। ସେହିପରି ଯେକୌଣସି ସ୍ଥିତିର ମୁକାବିଲା ପାଇଁ ରୁଫଟପ୍ ଗାର୍ଡ, ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍, ଷ୍ଟ୍ରାଇକିଂ ଫୋର୍ସ ପ୍ରସ୍ତୁତ ରହିବା ସହ ସହରର ତିନିଟି ପ୍ରବେଶ ପଥରେ ମଧ୍ୟ କଡ଼ା ନଜର ରଖାଯାଇଛି ।

ଏପଟେ ମହାପ୍ରଭୁଙ୍କ ହାତୀବେଶକୁ ସୁନ୍ଦର ଓ ସୁଶୋଭିତ କରିବା ପାଇଁ ରାଘବ ଦାସ ଓ ଗୋପାଳ ତୀର୍ଥ ମଠ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ଅଣସର ପାଇଁ ପଟ୍ଟିଦିଅଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ଚିତ୍ରକର ସେବାୟତ ।

Advertisment

ଅଧିକ ପଢ଼ନ୍ତୁ: ସ୍ନାନଯାତ୍ରାରେ AI କ୍ୟାମେରା ବ୍ୟବସ୍ଥା, ଅସୁବିଧାରେ ପଡିବେନି ଶ୍ରଦ୍ଧାଳୁ

Odisha Srimandir Snana Purnima
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ