Advertisment

ଛେରା ପହଁରାରେ ୫୦ ବର୍ଷ ପୂରଣ କଲେ ଗଜପତି ମହାରାଜା

ଚଳିତ ବର୍ଷ ରଥଯାତ୍ରାରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବିରଳ ରେକର୍ଡ କରିଛନ୍ତି। ଚଳିତ ବର୍ଷକୁ ମିଶାଇ ଛେରା ପହଁରାରେ ୫୦ ବର୍ଷ ପୂରଣ କରିଛନ୍ତି ଗଜପତି ମହାରାଜା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଛେରା ପହଁରାରେ ୫୦ ବର୍ଷ ପୂରଣ କଲେ ଗଜପତି ମହାରାଜା

Puri Gajapati Maharaja

ପୁରୀ: ଚଳିତ ବର୍ଷ ରଥଯାତ୍ରାରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବିରଳ ରେକର୍ଡ କରିଛନ୍ତି। ଚଳିତ ବର୍ଷକୁ ମିଶାଇ ଛେରା ପହଁରାରେ ୫୦ ବର୍ଷ ପୂରଣ କରିଛନ୍ତି ଗଜପତି ମହାରାଜା। ୧୯୭୧ ମସିହାରୁ ଗଜପତି ମହାରାଜା ଛେରା ପହଁରା କରି ଆସୁଛନ୍ତି। ପିତାଙ୍କ ଦେହାନ୍ତ ପରଠାରୁ ଗଜପତି ମହାରାଜା ଛେରା ପହଁରା କରି ଆସୁଛନ୍ତି। 

Advertisment

କେବଳ ୧୯୭୬ରେ ଗଜପତି ମହାରାଜା ଛେରାପହଁରା କରି ପାରିନଥିଲେ। ଉଚ୍ଚଶିକ୍ଷା ପାଇଁ ଆମେରିକାରେ ଥିବାରୁ ଛେରା ପହଁରା କରିପାରିନଥିଲେ। ସୂଚନାଯୋଗ୍ୟ, ଗଜପତି ମହାରାଜାଙ୍କୁ ଏବେ ୬୮ ବର୍ଷ ବୟସ।

ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ରତ୍ନବେଦିକୁ ବାହୁଡୁଛନ୍ତି ତିନି ଠାକୁର। ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିଲା ତିନି ଠାକୁରଙ୍କ ପହଣ୍ଡି ବିଜ ନୀତିକାନ୍ତି।ଗଜପତି ମହାରାଜା ଛେରାପହଁରା କରିବା ପରେ ଆରମ୍ଭ ହୋଇଥିଲା ରଥଟଣା। 

Advertisment

ଗତବର୍ଷ ପରି ଏଥର ମଧ୍ୟ କରୋନା କଟକଣାକୁ ଦୃଷ୍ଟିରେ ରଖି ବିନା ଭକ୍ତରେ ବାହୁଡାଯାତ୍ରା ଓ ସୁନାବେଶକୁ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ କଡାକଡି ବ୍ୟବସ୍ଥା ହେଉଛି  । ଏଥିପାଇଁ ଗତକାଲି ଅପରାହ୍ନରୁ ପୁରୀ ସହର ଚାରିପାଖେ ନାକା ଲଗାଇ ଗାଡ଼ି ମୋଟର ଯାଞ୍ଚ କରିଛି ପୋଲିସ୍  । ଗତକାଲି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ସମୟରେ ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ପୂର୍ବ ନିଷ୍ପତ୍ତି ମୁତାବକ ବଡ଼ଦାଣ୍ଡରେ ଘର କରିଥିବା ଲୋକେ ସେମାନଙ୍କ ଘର ଛାତ କିମ୍ବା ବାଲକୋନି ଉପରେ ନ ବସି ଘରେ ରହି ଟିଭିରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ସିଧା ପ୍ରସାରଣ ଦେଖିବାକୁ ନିବେଦନ କରାଯାଇଛି । 

Bahuda Jatra Puri Bahuda Yatra Puri Bahuda Yatra 2021
Advertisment
Advertisment