Advertisment

ଆସନ୍ତାକାଲି ଅଁଳା ନବମୀ,ସାକ୍ଷୀଗୋପାଳରେ ରାଧା ପାଦ ଦର୍ଶନ

ମନ୍ଦିର ଆଗରେ ତିଆରି ହେଲା ବ୍ୟାରିକେଡ୍ ....ସଫେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ...ରାଧାରାଣୀଙ୍କର ଓଡିଆଣୀ ବେଶ ହେବ...

author-image
Prangyan Parimita
ଅଦ୍ୟତନ ହୋଇଛି
Anla Navami 2023

Anla nabami

ଅଁଳା ନବମୀ ଲାଗି ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି। ଆସନ୍ତାକାଲି ଅଁଳା ନବମୀ ପଡୁଥିବାରୁ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧା ପାଦ ଦର୍ଶନ ହେବ। ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି।

Advertisment

ମନ୍ଦିର ସମ୍ମୁଖ ଭାଗରେ ବ୍ୟାରିକେଡ ଠାରୁ ଆରମ୍ଭ କରି ମୋବାଇଲ ଷ୍ଟାଣ୍ଡ, ସଫେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଳାଁ ନବମୀ ଦିନ ଭୋର ସମୟରୁ ଶ୍ରୀକୃଷ୍ଣଙ୍କ ନଟବର ବେଶ ଓ ରାଧାରାଣୀଙ୍କର ଓଡିଆଣୀ ବେଶ ହେବ।

ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତମାନେ ରାଧାପାଦ ଦର୍ଶନ କରିପାରିବେ। ମାତ୍ର ରାଧା ପାଦ ସ୍ପର୍ଶ କରିପାରିବେ ନାହିଁ। ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ...

Advertisment
Navami
Advertisment
Advertisment