Advertisment

Mahavir Jayanti: ‘ସୁଖ ଆମ ଭିତରେ ଅଛି, ବାହାରେ ଖୋଜିବାକୁ ଚେଷ୍ଟା କର ନାହିଁ’

୩୦ ବର୍ଷ ବୟସରେ ମହାବୀର ରାଜପ୍ରାସାଦର ଭୋଗ ତ୍ୟାଗ କରି ସତ୍ୟର ସନ୍ଧାନରେ ଜଙ୍ଗଲକୁ ଚାଲିଯାଇଥିଲେ। ଘଞ୍ଚ ଜଙ୍ଗଲରେ ବାସ କରୁଥିବା ବେଳେ ସେ ବାର ବର୍ଷ ପର୍ଯ୍ୟନ୍ତ କଠୋର ତପସ୍ୟା କରିଥିଲେ। ଏହି ସାଧନାରୁ ଯେଉଁ ଜ୍ଞାନ ପ୍ରାପ୍ତ କରିଥିଲେ ତାକୁ ଜନସମାଜର କଲ୍ୟାଣ ପାଇଁ ପ୍ରଚାର କରିଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Mahavir Jayanti 2023

mahavir jayanti 2023

ପ୍ରତିବର୍ଷ ଚୈତ୍ର ମାସର ଶୁକ୍ଳ ପକ୍ଷର ତ୍ରୟୋଦଶୀରେ ମହାବୀର ଜୟନ୍ତୀ ପାଳନ କରାଯାଏ। ଚଳିତ ବର୍ଷ ଆଜି ଏହି ଦିନ ପଡୁଛି। ଜୈନ ଧର୍ମର ୨୪ତମ ତିର୍ଥଙ୍କର ମହାବୀର ବିହାରର କୁଣ୍ଡଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମହାବୀରଙ୍କ ପିଲାଦିନର ନାମ ଥିଲା ବର୍ଦ୍ଧମାନ। କୁହାଯାଏ ଯେ ୩୦ ବର୍ଷ ବୟସରେ ସେ ରାଜପ୍ରାସାଦର ଭୋଗ ତ୍ୟାଗ କରି ସତ୍ୟର ସନ୍ଧାନରେ ଜଙ୍ଗଲକୁ ଚାଲିଯାଇଥିଲେ।

Advertisment

ଘଞ୍ଚ ଜଙ୍ଗଲରେ ବାସ କରୁଥିବାବେଳେ ସେ ବାର ବର୍ଷ ପର୍ଯ୍ୟନ୍ତ କଠୋର ତପସ୍ୟା କରିଥିଲେ। ଏହା ପରେ ଋଜୁବାଲୁକା ନଦୀ କୂଳରେ ଥିବା ସାଳ ଗଛ ତଳେ ତାଙ୍କୁ କୈବଲ୍ୟ ଜ୍ଞାନ ପ୍ରାପ୍ତ ହୋଇଥିଲା। ଏହା ପରେ ମହାବୀର ସମାଜର ଉନ୍ନତି ତଥା ଲୋକଙ୍କ କଲ୍ୟାଣ ପାଇଁ ପ୍ରଚାର କରିଥିଲେ।

ମହତ୍ତ୍ୱ:

ଜୈନ ଧର୍ମର ଲୋକଙ୍କ ପାଇଁ ମହାବୀର ଜୟନ୍ତୀ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ। ମହାବୀର ଜୟନ୍ତୀ ଦିନ ଜୈନ ଧର୍ମର ଲୋକମାନେ ପ୍ରଭାତଫେରି, ରୀତିନୀତି ଏବଂ ଶୋଭାଯାତ୍ରା କରନ୍ତି। ମୋକ୍ଷପ୍ରାପ୍ତ ନେଇ ମହାବୀର ୫ଟି ନିୟମ ପ୍ରତିଷ୍ଠା କରିଥିଲେ, ଯାହାକୁ ଆମେ ପଞ୍ଚ ସିଦ୍ଧାନ୍ତ ଭାବରେ ଜାଣୁ। ଏହି ପାଞ୍ଚଟି ନୀତି ହେଉଛି ଅହିଂସା, ଅସ୍ତେୟ, ବ୍ରହ୍ମଚର୍ଯ୍ୟ, ସତ୍ୟ ଏବଂ ଅପରିଗ୍ରହ।

Advertisment

ମହାବୀର ଜୟନ୍ତୀ ଦିନ ଭଗବାନ ମହାବୀରଙ୍କୁ ପୂଜା କରାଯାଏ ଏବଂ ତାଙ୍କ ଶିକ୍ଷାକୁ ମନେପକାଇ ସେ ଦେଇଥିବା ନୀତି ଅନୁସରଣ କରିବାକୁ ଚେଷ୍ଟା କରାଯାଏ। ଏହି ଅବସରରେ ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଏ।

ମହାବୀରଙ୍କ ବିଚାର:

  • ନିଜ ଉପରେ ବିଜୟପ୍ରାପ୍ତ କର। କାରଣ ଏହା ହିଁ ଏକ ମାତ୍ର ଉପାୟ ଯାହା ଲକ୍ଷାଧିକ ଶତ୍ରୁଙ୍କୁ ପରାସ୍ତ କରିବା ଅପେକ୍ଷା ଶ୍ରେଷ୍ଠ
  • ପ୍ରତ୍ୟେକ ଆତ୍ମା ​​ନିଜେ ସୁଖୀ ଏବଂ ସର୍ବଜ୍ଞ। ସୁଖ ଆମ ଭିତରେ ଅଛି, ଏହାକୁ ବାହାରେ ଖୋଜିବାକୁ ଚେଷ୍ଟା କର ନାହିଁ
  • ପ୍ରତ୍ୟେକ ଜୀବଙ୍କ ଉପରେ ଦୟା କର। ଘୃଣା କେବଳ ବିନାଶର କାରଣ ହୋଇଥାଏ।
  • ସତ୍ୟର ପ୍ରକାଶ ଦ୍ୱାରା ଜ୍ଞାନବାନ ବ୍ୟକ୍ତି ମୃତ୍ୟୁଠାରୁ ଉପରକୁ ଉଠିଯାଏ।
  • ଭଗବାନଙ୍କର କୌଣସି ଭିନ୍ନ ଅସ୍ତିତ୍ୱ ନାହିଁ। ନିଜର ସମସ୍ତ ପ୍ରୟାସକୁ ସଠିକ୍ ମାର୍ଗରେ ରଖିପାରିଲେ ଦେବତାମାନଙ୍କୁ ପ୍ରାପ୍ତ ହୁଏ।
Special Story
Advertisment
Advertisment