Advertisment

Pana Sankranti and Hanuman Jayanti Celebrations: ମହାବିଷୁବ ସଂକ୍ରାନ୍ତିରେ ପୁର ପଲ୍ଲୀରେ ଭକ୍ତିର ମାହୋଲ

ଆଜି ମହାବିଷୁବ ସଂକ୍ରାନ୍ତି। ଓଡ଼ିଆ ନୂଆବର୍ଷ, ତା ସାଙ୍ଗକୁ ହନୁମାନ ଜୟନ୍ତୀ। ଘରେ ଘରେ ପବିତ୍ର ପରିବେଶ। ସବୁଠି ପଣାର ମହକ। ସେହିପରି ଆଜି ଝାମୁଯାତ୍ରା ଓ ଦଣ୍ଡଯାତ୍ରା ବି ସଂପନ୍ନ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦଣ୍ଡପାଟୁଆମାନେ ଭକ୍ତି ଓ ନିଷ୍ଠାର ପ୍ରଦର୍ଶନ ସ୍ବରୂପ ରଡ ନିଆଁରେ ଚାଲିଛନ୍ତି।

pana

pana

Advertisment

ଆଜି ମହାବିଷୁବ ସଂକ୍ରାନ୍ତି। ଓଡ଼ିଆ ନୂଆବର୍ଷ, ତା ସାଙ୍ଗକୁ ହନୁମାନ ଜୟନ୍ତୀ। ଘରେ ଘରେ ପବିତ୍ର ପରିବେଶ। ସବୁଠି ପଣାର ମହକ। ସେହିପରି ଆଜି ଝାମୁଯାତ୍ରା ଓ ଦଣ୍ଡଯାତ୍ରା ବି ସଂପନ୍ନ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦଣ୍ଡପାଟୁଆମାନେ ଭକ୍ତି ଓ ନିଷ୍ଠାର ପ୍ରଦର୍ଶନ ସ୍ବରୂପ ରଡ ନିଆଁରେ ଚାଲିଛନ୍ତି।

Advertisment

କେଉଁଠି ପୂଜାପାଠ, ହୋମଯଜ୍ଞ ତ ଆଉ କେଉଁଠି ଛତୁଆ ସାଙ୍ଗକୁ ପଣାର ମହକ। ମହାବିଷୁବ ସଂକ୍ରାନ୍ତିରେ ଉତ୍ସବ ମୁଖର ସାରା ରାଜ୍ୟ। ମନ୍ଦିରରେ ନାହିଁ ନଥିବା ଗହଳି। ଏ ହେଉଛି ଝଙ୍କଡ଼ବାସିନୀ ମା ଶାରଳାଙ୍କ ପୀଠ ଓ ଘଟଗାଁର ମା ତାରିଣୀଙ୍କ ପୀଠ। ଉଭୟ ସ୍ଥାନରେ ଆଜି ଲାଗିରହିଥିଲା ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼। ତାରିଣୀ ପୀଠରେ ଆଜି ଚଇତିପର୍ବ ସରିଥିବା ବେଳେ ଶାରଳା ପୀଠ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଶେଷ ହୋଇଛି ଝାମୁ ଯାତ୍ରା। ଖାଲିପାଦରେ ଡହ ଡହ ରଡ ନିଆଁରେ ଚାଲି ଭକ୍ତି ପରାକାଷ୍ଠା ଦେଖାଇଛନ୍ତି ମାନସିକଧାରୀ। ଏଥିସହ ଆଜି ବିଭିନ୍ନ ସ୍ଥାନରେ ମେରୁ ଓ ଦଣ୍ଡଯାତ୍ରା ବି ଉଦ୍ଯାପିତ ହୋଇଛି।

ଅଧିକ ପଢ଼ନ୍ତୁ: ମାଆ ହତ୍ୟାର ବଦଲା ନେଲା ପୁଅ; ବାପାକୁ କଲା ହତ୍ୟା !

ଆଜି ମଧ୍ୟ ମହାବୀର ହନୁମାନଙ୍କ ଜୟନ୍ତୀ। ସେଥିପାଇଁ ବଜରଙ୍ଗବଲିଙ୍କ ମନ୍ଦିରରେ ସ୍ବତନ୍ତ୍ର ହୋମଯଜ୍ଞର ଆୟୋଜନ କରାଯାଇଛି। ଶ୍ରୀମନ୍ଦିରରେ ବି ପାରମ୍ପରିକ ରୀତିନୀତିରେ ସଂପନ୍ନ ହୋଇଛି ମହାବୀରଙ୍କ ଜନ୍ମୋତ୍ସବ ନୀତି। ଏଥିପାଇଁ ଭଳିକି ଭଳି ଫୁଲ ସାଜସଜ୍ଜାରେ ଆଜି ବେଶ୍ ଆକର୍ଷଣୀୟ ଦିଶୁଥିଲା ଶ୍ରୀମନ୍ଦିର।...
ଏହି ଅବସରରେ ପୁରୀର ବିଭିନ୍ନ ଜାଗା ଆଖଡ଼ାରେ କୁସ୍ତି କସରତ ସାଙ୍ଗକୁ ଆକର୍ଷଣୀୟ ସମରକଳା ପ୍ରଦର୍ଶନ କରାଯାଇଛି। ବିଭିନ୍ନ ଯାଗାଘରେ ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ କାଛା ପିନ୍ଧି ଗୁରୁମାନଙ୍କ ଆଶୀର୍ବାଦ ନେଇ କୁସ୍ତି କସରତ କରିଛନ୍ତି। ନୂଆ ଶିକ୍ଷାର୍ଥୀଙ୍କର ବି ଆଜିଠୁ ଆରମ୍ଭ ହୋଇଛି କୁସ୍ତିଶିକ୍ଷା।..
ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ ଅବସରରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଶୋଭାଯାତ୍ରାର ବି ଆୟୋଜନ କରାଯାଇଛି। କଟକରେ ହିନ୍ଦୁ ଜାଗରଣ ମଞ୍ଚ ଓ ହିନ୍ଦୁ ସେନା ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ବେଳେ କେନ୍ଦ୍ରାପଡ଼ାରେ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ହିନ୍ଦୁ ଏକତା ଶୋଭାଯାତ୍ରା ଶ୍ରୀ ବଳଦେବ ଜୀଉଙ୍କ ରଥଦାଣ୍ଡରୁ ବାହାରି ସାରା ସହର ବୁଲିଛି। ସେହିପରି ସବୁ ବର୍ଷ ଭଳି ସମ୍ବଲପୁର ସହରରେ ମଧ୍ୟ ବାହାରିଛି ବିଶାଳ ଶୋଭାଯାତ୍ରା। ତେବେ ବାଲେଶ୍ବର ରେମୁଣାରେ ହନୁମାନଜୟନ୍ତୀ ଅବସରରେ ବାହାରିଥିବା ଶୋଭାଯାତ୍ରାରେ ମୁସଲିମ୍ ସଂପ୍ରଦାୟର ପୁଷ୍ପବର୍ଷା ଦେଇଛି ନୂଆବର୍ଷରେ ଭାଇଚାରାର ସୁନ୍ଦରବାର୍ତ୍ତା।

Advertisment
Pana Sankranti Odia New Year
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ