Advertisment

କଣ୍ଟେଣ୍ଟରୁ ଆଦାୟ ରାଜସ୍ୱ ଆମକୁ ମିଳୁନାହିଁ: ଲିତିଶା ମଙ୍ଗତ ପଣ୍ଡା

ସୋସିଆଲ ମିଡିଆ ଯୁଗରେ ଟିଭି ତିଷ୍ଠି ରହିବ କେମିତି, ପ୍ରଶ୍ନ କରିଥିଲେ ଲିତିଶା

ଅଦ୍ୟତନ ହୋଇଛି
Litisha Mangat Panda

Litisha Mangat Panda

Advertisment

ଦିନକୁ ଦିନ ବଢୁଛି ଡିଜିଟାଲ ମିଡିଆର ଆଦୃତି। ଭାରତରେ ଦୈନିକ ପ୍ରାୟ ୪ରୁ ୫ଘଣ୍ଟା ଡିଜିଟାଲ ମିଡିଆ ବ୍ୟବହାର କରୁଛନ୍ତି। ଏଥିସହ ଡିଜିଟାଲ ମିଡିଆରୁ ୩୩ରୁ ୪୫ ପ୍ରତିଶତ ବିଜ୍ଞାପନ ଆଦାୟ ହେଉଛି ବୋଲି ଏନବିଏଫ୍ କନକ୍ଲେଭରେ ଯୋଗ ଦେଇ ଡେଲୟଟ ମୁଖ୍ୟ ରଜତ ୱାହି କହିଛନ୍ତି। 

Advertisment

 ଓଟିଭି ବିଜନେସ୍ ଡେଭଲପମେଣ୍ଟ ଅଫିସର ଲିତିଶା ମଙ୍ଗତ ଏଥିରେ ଯୋଗ ଦେଇ କଣ୍ଟେଣ୍ଟକୁ ଅନ୍ୟ ଗଣମାଧ୍ୟମରେ ବ୍ୟବହାର କରାଯାଉଥିଲେ ମଧ୍ୟ ଏହାର ରାଜସ୍ବ ମିଳୁନାହିଁ ବୋଲି କହିଥିଲେ। ଏନେଇ ବିଚାର କରାଯାଉଥିବା ସୂଚନା ପ୍ରସାରଣ ମନ୍ତ୍ରାଳୟ ଯୁଗ୍ମ ସଚିବ ବିକ୍ରମ ସହାୟ କହିଛନ୍ତି।

ଅଧିକ ପଢ଼ନ୍ତୁ:ବାର୍କ ପକ୍ଷରୁ ନମୁନା ସଂଗ୍ରହର ଆକାର ବୃଦ୍ଧି ପାଇଁ କଣ ପଦକ୍ଷେପ ନିଆଯାଉଛି: ଜଗି ମଙ୍ଗତ ପଣ୍ଡା

Advertisment

ପୂର୍ବରୁ ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ  ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଏଥିରେ ଏନବିଏଫ୍‌ର ଅଧ୍ୟକ୍ଷ ଅର୍ଣ୍ଣବ ଗୋସ୍ୱାମୀ, ଓଟିଭି ନେଟଓ୍ୱର୍କର ଏମଡି ଜଗିମଙ୍ଗତ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।  

NBF Otv
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ