Advertisment

କଟକ ପରେ ଭୁବନେଶ୍ୱରରେ ବାଲିଯାତ୍ରାକୁ ନା

କଟକ ପରେ ଭୁବନେଶ୍ୱରରେ ବାଲିଯାତ୍ରାକୁ ନା। କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱର ବାଲିଯାତ୍ରାକୁ ଅନୁମତି ପ୍ରଦାନ କରାଯାଇ ନାହିଁ।

author-image
Rajalaxmi Sahoo
Bali Yatra

Bali Yatra

ଭୁବନେଶ୍ୱର: ଚଳିତ ବର୍ଷ ଭୁବନେଶ୍ୱରରେ ହେବନି ବାଲିଯାତ୍ରା। କଟକ ପରେ ଭୁବନେଶ୍ୱରରେ ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ସୂଚନା ଦେଇଛନ୍ତି। କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱର ବାଲିଯାତ୍ରାକୁ ଅନୁମତି ପ୍ରଦାନ କରାଯାଇ ନାହିଁ। 

Advertisment

ଏଠାରେ କହି ରଖୁଛୁ ଯେ, ନଭେମ୍ବର ଗାଇଡଲାଇନ୍‌ ଅନୁଯାୟୀ ମେଳା କିମ୍ବା ଯାତ୍ରା ପାଇଁ ଅନୁମତି ମିଳିନାହିଁ। ସୂଚନାଥାଉ କି, କିଛିଦିନ ପୂର୍ବେ ଚଳିତ ବର୍ଷ କଟକ ଐତିହାସିକ ବାଲିଯାତ୍ରା ବନ୍ଦ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ସୂଚନା ଦେଇଥିଲେ। କୋଭିଡ୍ ପାଇଁ ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଗତବର୍ଷ ମଧ୍ୟ ବନ୍ଦ ରହିଥିଲା କଟକ ବାଲିଯାତ୍ରା।

ବାଲି ଯାତ୍ରାରେ ବ୍ୟବସାୟ କରି ଭଲ ଦି’ ପଇସା କମାଇଥାନ୍ତି ଛୋଟ ବଡ଼ ବ୍ୟବସାୟୀ। ହେଲେ ପ୍ରଶାସନ ପକ୍ଷରୁ ବାଲିଯାତ୍ରାକୁ ଅନୁମତି ପ୍ରଦାନ ନକରାଯିବାରୁ ବ୍ୟବସାୟୀମାନେ ନିରାଶ ହୋଇଛନ୍ତି। ବିଭିନ୍ନ ରାଜ୍ୟରୁ ବ୍ୟବସାୟୀମାନେ ଆସି ବାଲିଯାତ୍ରାରେ ଷ୍ଟଲ୍‌ ପକାଇ ଥାନ୍ତି। ଏଥିରୁ ସେମାନେ ଦି ପଇସା ରୋଜଗାର କରିଥାନ୍ତି।

Advertisment
Bhubaneswar Cuttack Bali Yatra Bali Yatra
Advertisment
Advertisment