Advertisment

11th International Yoga Day: NICରେ ଏକାଦଶ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ...

ଆଜି ଏନ.ଆଇ.ସି ଓଡିଶାର ଭୁବନେଶ୍ବର ସ୍ଥିତ ମୁଖ୍ୟାଳୟର ଡାଃ ଶେଷାଗିରୀ ମେମୋରିଆଲ ହଲରେ ଏକାଦଶ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ବହୁ ଉତ୍ସାହ ମଧ୍ୟରେ ପାଳିତ ହୋଇଯାଇଛି। କାର୍ଯ୍ୟାଳୟର ସମସ୍ତ ଅଧିକାରୀ ତଥା କର୍ମଚାରୀମାନେ ବହୁସଂଖ୍ୟାରେ ଭାଗନେଇ ଯୋଗାସନ ଏବଂ ପ୍ରାଣାୟାମ ଆଦି କରିଥିଲେ।

NIC Odisha Celebrates 11th International Yoga Day in Bhubaneswar

NIC Odisha Celebrates 11th International Yoga Day in Bhubaneswar

Advertisment

ଆଜି ଏନ.ଆଇ.ସି ଓଡିଶାର ଭୁବନେଶ୍ବର ସ୍ଥିତ ମୁଖ୍ୟାଳୟର ଡାଃ ଶେଷାଗିରୀ ମେମୋରିଆଲ ହଲରେ ଏକାଦଶ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ବହୁ ଉତ୍ସାହ ମଧ୍ୟରେ ପାଳିତ ହୋଇଯାଇଛି। କାର୍ଯ୍ୟାଳୟର ସମସ୍ତ ଅଧିକାରୀ ତଥା କର୍ମଚାରୀମାନେ ବହୁସଂଖ୍ୟାରେ ଭାଗନେଇ ଯୋଗାସନ ଏବଂ ପ୍ରାଣାୟାମ ଆଦି କରିଥିଲେ। ପ୍ରଖ୍ୟାତ ସାମ୍ବାଦିକ, ହାସ୍ୟକବି ତଥା ଯୋଗଗୁରୁ ଯୋଗାଚାର୍ଯ୍ଯ ଶ୍ରୀମାନ ପ୍ରମୋଦ କୁମାର ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। 

Advertisment

ପବିତ୍ର ଦୀପ ପ୍ରଜ୍ଵଳନ ଏବଂ ଗାୟତ୍ରୀ ମନ୍ତ୍ର ଜପ ସହିତ କାର୍ଯ୍ଯକ୍ରମର ଶୁଭାରମ୍ଭ ହୋଇଥିଲା ଯୋଗ ଦିବସ। ଅତିଥି ତଥା ପ୍ରତିଭାଗୀମାନେ ଏହି ସଂସ୍କରଣର ବିଷୟବସ୍ତୁ ‘ଏକ ବସୁଧା, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ ଉପରେ ବିଶେଷ ଆଲୋଚନା କରିଥିଲେ। ଯୋଗ କିପରି ଭାବରେ ଆମ୍ଭସମସ୍ତଙ୍କର ଶାରୀରିକ, ମାନସିକ, ଆଧ୍ୟାତ୍ମିକ, ବୌଦ୍ଧିକ ଏବଂ ନୈତିକ ସ୍ଥିତି ଉପରେ ପ୍ରଭାବ ପକାଇ ଥାଏ,ଏହା ଉପରେ ବକ୍ତାମାନେ ନିଜ ନିଜର ମତ ରଖିଥିଲେ। 

ଅଧିକ ପଢ଼ନ୍ତୁ: ଯୋଗ କରିବାକୁ ଚାହୁଁଛନ୍ତି, ଜାଣିପାରୁ ନାହାନ୍ତି କ’ଣ କରିବେ; ଜାଣନ୍ତୁ ଆପଣଙ୍କ ଶରୀର ପାଇଁ କେଉଁ ଆସନ

Advertisment

ଯୋଗଗୁରୁଙ୍କର ପ୍ରତ୍ୟକ୍ଷ୍ୟ ତତ୍ବାବଧାନରେ ପ୍ରତିଭାଗୀ ମାନେ ବିଭିନ୍ନ ପ୍ରକାରର ଯୋଗାସନ ଏବଂ ପ୍ରାଣାୟମର ଅଭ୍ଯାସ କରିଥିଲେ। ବିଭିନ୍ନ ଜୀବନଶୈଳୀ ଜନିତ ରୋଗର ଉପଶମ ପାଇଁ ଯୋଗର ଉପକାରିତା ବିଷୟରେ ଯୋଗଗୁର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। 

ତେବେ ଶେଷରେ ଉପ-ମହାନିର୍ଦ୍ଦେଶକ ତଥା ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଡାଃ ଅଶୋକ କୁମାର ହୋତା ଯୋଗଗୁରୁଙ୍କୁ ସମ୍ମାନିତ କରିଥିଲେ। ଶାନ୍ତି ପାଠ ସହିତ କାର୍ଯ୍ଯକ୍ରମର ସମାପନ ହୋଇଥିଲା। 

Advertisment

International Yoga Day International Yoga Day Celebration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ