Advertisment

National Cancer Awareness Day 2023: ଲୋକଙ୍କ ସେବା କରୁଥିବା ଯଦୁନାଥ ଦିନେ କର୍କଟରେ ପିଡୀତ ହୋଇଥିଲେ

ପ୍ରତିବର୍ଷ ନଭେମ୍ବର ୭ରେ ଦେଶରେ ପାଳନ ହୁଏ ‘ଜାତୀୟ କର୍କଟ ରୋଗ ସଚେତନତା ଦିବସ’। ଆମ ରାଜ୍ୟ ଓଡ଼ିଶାରେ ପ୍ରତିଦିନ ଅନେକ ଲୋକ କର୍କଟ ରୋଗରେ ଆକ୍ରନ୍ତ ହେଉଛନ୍ତି। କିନ୍ତୁ କର୍କଟ ରୋଗକୁ ଭୟ ନ କରି ସଚେତନ ସହ ଚିକିତ୍ସା କେଲେ ଏହି ରୋଗକୁ ମଧ୍ୟ ମୁକାବିଲା କରିହେବ।

ଅଦ୍ୟତନ ହୋଇଛି
National Cancer Awareness Day 2023

National Cancer Awareness Day 2023

Advertisment

ପ୍ରତିବର୍ଷ ନଭେମ୍ବର ୭ରେ ଦେଶରେ ପାଳନ ହୁଏ ‘ଜାତୀୟ କର୍କଟ ରୋଗ ସଚେତନତା ଦିବସ’। ଆମ ରାଜ୍ୟ ଓଡ଼ିଶାରେ ପ୍ରତିଦିନ ଅନେକ ଲୋକ କର୍କଟ ରୋଗରେ ଆକ୍ରନ୍ତ ହେଉଛନ୍ତି। କିନ୍ତୁ କର୍କଟ ରୋଗକୁ ଭୟ ନ କରି ସଚେତନ ସହ ଚିକିତ୍ସା କଲେ ଏହି ରୋଗକୁ ମଧ୍ୟ ମୁକାବିଲା କରିହେବ। ତେବେ ଆଜିର ଏହି ଦିବସରେ ବାଲେଶ୍ୱର ଜିଲ୍ଲା ରସାଳପୁରର ଜଣେ ଫାର୍ମାସିଷ୍ଟ ଏହି ରୋଗରେ ଆକ୍ରାନ୍ତ ହୋଇ ସଫଳତାର ସହ ବିଜୟୀ ବି ହୋଇପାରିଛନ୍ତି। ଆସନ୍ତୁ ଜାଣିବା ତାଙ୍କ କାହାଣୀ।

Advertisment

ବାଲେଶ୍ୱର ଜିଲ୍ଲା , ରସାଳପୁରର ଯଦୁନାଥ ବେହେରା ମେଡିସିନ ଦୋକାନରେ ରୋଗୀ ଦେଖୁଛନ୍ତି, ତାହା ସହ ରୋଗୀଙ୍କୁ ମେଡିସିନ୍‌ ବି ଦେଉଛନ୍ତି। ରସାଳପୁର ବଜାରରେ ତାଙ୍କର ଅଛି ଏକ ମେଡିସିନି ଦୋକାନ। ପେଶାରେ ସେ ଜଣେ ଫାର୍ମାସିଷ୍ଟ। ହେଲେ ଡାକ୍ତରଙ୍କ ପାଖରେ ରହି ରହି ସେ ଜଣେ ଭଲ ଡାକ୍ତରୀ ବିଦ୍ୟା ବି ଶିଖିଯାଇଛନ୍ତି। ନିଜ ଅଞ୍ଚଳର ଶହ ଶହ ରୋଗୀଙ୍କ ରୋଗ ଭଲ କରିବାରେ ସେ ସିଦ୍ଧହସ୍ତ।

ଅଧିକ ପଢ଼ନ୍ତୁ: ଆଜି ବି ସଚେତନ ନାହାଁନ୍ତି ଲୋକେ, ବଢ଼ି ଚାଲିଛି କର୍କଟର କାୟା

ଅନ୍ୟର ରୋଗ ଭଲ କରୁଥିବାରୁ ନିଜ ଅଞ୍ଚଳର ଲୋକ ତାଙ୍କୁ ଡାକ୍ତରଙ୍କ ଠାରୁ ଅଧିକ ଭଲ ପାଆନ୍ତି। ରାତି ଦିନ ଯେତେବେଳେ ଯାହାର ବି ଦେହ ଟିକେ କ’ଣ ହେଲେ ତାଙ୍କ ପାଖକୁ ଧାଇଁ ଆସନ୍ତି। ହେଲେ ଅନ୍ୟର ରୋଗ ଭଲ କରୁଥିବା ଏହି ବ୍ୟକ୍ତି ଜଣଙ୍କ ୨୦୨୧ ମସିହାରେ କରୋନା ସମୟରେ ଲଙ୍ଗ୍ସ କ୍ୟାନସରରେ ପିଡିତ ଥିବା ଜାଣିବାକୁ ପାଇଥିଲେ। ରୋଗ ଜାଣିବାପରେ ସେ ଓ ତାଙ୍କ ପରିବାର ପ୍ରଥମେ ବିଚଳିତ ହୋଇପଡିଥିଲେ। ହେଲେ ଚିକିତ୍ସା ବେଳେ ସେ ଜାଣିବାକୁ ପାଇଥିଲେ ଏହା ଭଲ ହୋଇପାରିବ।

Advertisment

ରୋଗ ଜଣାପଡିବା ପରେ ମାନସିକ ସ୍ତରରେ ଭାଙ୍ଗି ନ ପଡି ତୁରନ୍ତ କିପରି ଏହା ଚିକିତ୍ସା କରାଯାଇ ପାରିବ ସେଥିପାଇଁ ଯଦୁନାଥ ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। କ୍ୟାନସରରୁ ସେ ଏବେ ସଂପୂର୍ଣ୍ଣ ମୁକ୍ତ ହୋଇ ଫେରିଛନ୍ତି। ନିଜ ମେଡିସିନ ଦୋକାନରେ ଅନ୍ୟର ରୋଗ ଦେଖୁଛନ୍ତି। ସେ କହିଛନ୍ତି କ୍ୟାନସର୍‌କୁ ନ ଡରି ଧୈର୍ଯ୍ୟର ସହ ଚିକିତ୍ସା କଲେ ଆରୋଗ୍ୟ ମିଳିପାରିବ।

ଯଧୁନାଥଙ୍କ କାଶରେ ରକ୍ତ ପଡିବାରୁ ସେ ତୁରନ୍ତ ସ୍କାନିଂ କରିଥିଲେ। ପରେ ଜଣା ପଡିଥିଲା ତାଙ୍କ ଲଙ୍ଗ୍ସରେ ଟ୍ୟୁମର ହୋଇଛି। ପରୀକ୍ଷା ପରେ ଏହି ଟ୍ୟୁମରରୁ ତାଙ୍କୁ କ୍ୟାନସର ହୋଇଥିବା ଜଣାପଡିଥିଲା। ଯଦୁନାଥଙ୍କୁ କ୍ୟାନସର ହେବା କଥା ଜଣାପଡିବା ପରେ ସେ ଯେତିକି ବିଚଳିତ ହୋଇପଡି ନ ଥିଲେ ତା;ଠାରୁ ଅଧିକ ବିଚଳିତ ହୋଇପଡିଥିଲେ ତାଙ୍କ ପାଖକୁ ନିଇତି ଆସୁଥିବା ରୋଗୀ। କାରଣ ସେ ଅସୁସ୍ଥ ହେଲେ ନିଜ ଅଞ୍ଚଳର ରୋଗୀଙ୍କୁ ଦେଖିବ କିଏ। ଏହି ଦୁଃଖ ଘାରିଥିଲା କିଛି ଲୋକଙ୍କୁ। ହେଲେ ସେ ପୁଣି ସୁସ୍ଥ ହୋଇ ଫେରିବା ପରେ ପୂର୍ବପରି ସେ ରୋଗୀ ସେବାରେ ଲାଗି ପଡିଛନ୍ତି।

Advertisment

ଯଦୁନାଥଙ୍କ ପରି ଆମ ରାଜ୍ୟରେ ଅନେକ ଲୋକ ପ୍ରତିଦିନ କ୍ୟାନସରରେ ପିଡୀତ ହେଉଛନ୍ତି। କିଏ ରୋଗ ଭଲ ନ ହେବା ଭୟରେ ଅଧିକ ଗୁରୁତର ହେଉଛି ତ କିଏ ମୃତ୍ୟୁବରଣ କରୁଛି । କିନ୍ତୁ ରୋଗକୁ ନ ଡରି ସଚେତନ ହେଲେ କର୍କଟକୁ ସଫଳତାର ସହ ମୁକାବିଲା କରାଯାଇପାରିବ।

(ବାଲେଶ୍ୱରରୁ ରଶ୍ମୀରଞ୍ଜନ ଦାସଙ୍କ ରିପୋର୍ଟ)

Cancer Patients
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ