Advertisment

ଆଜି ଇଦ୍-ଉଲ୍-ଆଦା; ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ

ଆଜିର ଦିନକୁ ମୁସଲମାନ ସଂପ୍ରଦାୟର ଲୋକେ ବଳିଦାନର ଦିବସ ରୂପେ ପାଳନ କରିଥାନ୍ତି ।

author-image
Manoranjan Behera
ଅଦ୍ୟତନ ହୋଇଛି
Eid Al-Adha

Eid Al-Adha

ଆଜି ହେଉଛି ଇଦ୍ -ଉଲ୍ - ଆଦା । ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ । ଏହାକୁ ବକରିଦ୍ ମଧ୍ୟ କୁହାଯାଏ । ଆଜିର ଦିନକୁ ମୁସଲମାନ ସଂପ୍ରଦାୟର ଲୋକେ ବଳିଦାନର ଦିବସ ରୂପେ ପାଳନ କରିଥାନ୍ତି । ସକାଳୁ ସକାଳୁ ମସଜିଦ ଯାଇ ସେମାନେ ସମୂହ ନମାଜ ପାଠ କରିଛନ୍ତି । ଏହା ପରେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ଇଦ୍ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇ ଆଜି ଦିନକୁ ସରକାରୀ ଛୁଟି ଘୋଷଣା କରାଯାଇଛି । ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ ଓ ମାଜିଷ୍ଟ୍ରେଟ କୋର୍ଟ, ବ୍ୟାଙ୍କ ଆଦି ବନ୍ଦ ରହିବ ।

ଇଦ୍ ପାଇଁ କଟକ ଓ ଭଦ୍ରକ ସହର ମସଜିଜ୍ ଗୁଡିକରେ ସମୁହ ନମାଜ ପାଠ ସହ ବ୍ୟାପକ ଆୟୋଜନ କରାଯାଇଛି । ଭଦ୍ରକ ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ୨୦ ପ୍ଲାଟୁନ ପୁଲିସ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ କରାଯିବା ସହିତ ୧୪ ଜଣ ଇନ୍ସପେକ୍ଟର,୯ଜଣ ଡିଏସପି ଏବଂ ୬୮ଜଣ ଏଏସଆଇଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି ।

Advertisment

କାହିଁକି ହୁଏ ପାଳନ:

ଇସଲାମୀୟ ବିଶ୍ୱାସ ଅନୁଯାୟୀ, ପେଗମ୍ବର ହଜରତ ଇବ୍ରାହିମ୍‌ ଏକ ସ୍ୱପ୍ନରେ ଦେଖିଲେ ଯେ ଆଲ୍ଲା ତାଙ୍କୁ ତାଙ୍କର ପ୍ରିୟ ଜିନିଷକୁ ବଳିଦାନ କରିବାକୁ ଆଦେଶ ଦେଇଥିଲେ। ବହୁ ଚିନ୍ତା ପରେ ସେ ନିଜ ପ୍ରିୟ ଜିନିଷକୁ ବଳିଦାନ ଦେଇଥିଲେ। ତାଙ୍କ ପାଇଁ ସବୁଠାରୁ ପ୍ରିୟ ଜିନିଷ ଥିଲା ତାଙ୍କ ପୁଅ ଇସମାଇଲ୍‌। ତାଙ୍କୁ ଇବ୍ରାହିମ ନିଜ ଜୀବନ ଅପେକ୍ଷା ଅଧିକ ଭଲ ପାଉଥିଲେ।

ଇବ୍ରାହିମଙ୍କ ସାମ୍ନାରେ ଦ୍ୱନ୍ଦ୍ୱର ପରିସ୍ଥିତି ଉପୁଜିଥିଲା। ଗୋଟିଏ ପାର୍ଶ୍ୱରେ ତାଙ୍କର ସବୁଠାରୁ ପ୍ରିୟ ପୁତ୍ର, ଅନ୍ୟ ପଟେ ଆଲ୍ଲାଙ୍କର ଆଦେଶ। ବହୁ ଚିନ୍ତା ପରେ ଇବ୍ରାହିମ ତାଙ୍କ ପୁଅ ଇସ୍‌ମାଇଲ୍‌କୁ ତାଙ୍କ ସ୍ୱପ୍ନ ବିଷୟରେ କହିଥିଲେ। ତେଣୁ ଇସ୍‌ମାଇଲ୍‌ ଆଲ୍ଲାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବଳିଦାନ କରିବାକୁ ରାଜି ହୋଇଗଲେ।

ଶେଷ ସାକ୍ଷାତ ପରେ ଇସ୍‌ମାଇଲ୍‌ ତାଙ୍କ ମୁଣ୍ଡ ନୁଆଁଇ ଇବ୍ରାହିମଙ୍କୁ ବଳିଦେବାକୁ ନିର୍ଦ୍ଦେଶ ଦେଲେ। ଆଦେଶ ପାଇବା ମାତ୍ରେ ଇବ୍ରାହିମ୍‌ ତାଙ୍କ ପୁଅ ଇସ୍‌ମାଇଲ୍‌ଙ୍କ ବେକରେ ଛୁରୀ ଚଲାଇଦେଲେ। କୁହାଯାଏ ଯେ ଆଲ୍ଲା ତାଙ୍କର ଉପାସନାରେ ଏତେ ସନ୍ତୁଷ୍ଟ ହୋଇଯାଇଥିଲେ ଯେ ଛୁରୀ ମାରିବା ପୂର୍ବରୁ ସେ ଇସ୍‌ମାଇଲ୍‌ ହଟେଇ ଏକ ମେଷଶାବକକୁ ରଖି ଦେଇଥିଲେ।

ଏହିପରି ଭାବରେ ଆଲ୍ଲା ଇସ୍‌ମାଇଲ୍‌କୁ ଏକ ନୂଆ ଜୀବନ ଦେଇଥିଲେ। ଏହି କାରଣରୁ ଏହି ଦିନ ବିଶ୍ୱର ସମସ୍ତ ମୁସଲମାନ ଆଲ୍ଲାଙ୍କ ଉପରେ ଆସ୍ଥା ରଖି ପଶୁ ବଳି ଦେଇଥାନ୍ତି।

Eid Al-Adha
Advertisment
Advertisment