• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କଳାହାଣ୍ଡିରେ ଆଜି ବି ରହିଛି ମହାଭାରତ ପରମ୍ପରା । ମହାଭାରତରେ ପଞ୍ଚୁପାଣ୍ଡବ ଯେପରି ଅଞ୍ଜାତବାସରେ ଜୀବନ ବିତାଇଥିଲେ ସେହିପରି ଜୀବନ ବିତାଉଛନ୍ତି କିଛି ବ୍ୟକ୍ତି । ଲମ୍ବା ଲମ୍ବା ଲାଇନରେ ତିଆରି ହୋଇଛି ଛୋଟଛୋଟ ହାତ ତିଆରି ନଡା ଛପରର କୁଡିଆ ଘର । ସେଠାରେ ରହୁଛନ୍ତି ଲୋକେ । ଦିନେ କି ଦୁଇଦିନ ନୁହେଁ ବରଂ ପୂରା ମାସେ କାଳ ଘରଦ୍ୱାର ଛାଡି ବର୍ଷା ପବନରେ କୁଡିଆ ଘରେ ଅଜ୍ଞାତବାସ ପରି ଜୀବନ କାଟୁଛନ୍ତି ଲୋକେ ।

ସେ ଧନୀ ହୁଅନ୍ତୁ କି ଗରିବ... ମାସେକାଳ ସବୁ ମୋହ ମାୟାରୁ ମୁକ୍ତି ହୋଇ କୁଡିଆରେ ରହିବାକୁ ପଡେ । ଆଉ ଚାଲେ ମହାଭାରତର ସଂପୂର୍ଣ୍ଣ ପୂରାଣ । ବିଶ୍ୱାସ ରହିଛି ଯେ ଏହି ବ୍ରତ ଯିଏ ପାଳନ କରେ ସେ କୋଟି ଜନ୍ମର ପୂଣ୍ୟ ପ୍ରାପ୍ତ କରେ । ଏହା ହେଉଛି ମହାଭାରତ ଜ୍ଞାନ ଯଜ୍ଞ ।

ମହାଭାରତ ବୈଶାଖ ମାସରେ ନଦୀ କୂଳରେ ଥିବା ବିଭିନ୍ନ ଗଛତୋଟା ଗୁଡିକରେ ଆୟୋଜନ କରାଯାଇଥାଏ । ପ୍ରତ୍ୟେକ ମହାଭାରତ ସ୍ଥଳରେ ଦୈନିକ ଲକ୍ଷାଧିକ ଲୋକଙ୍କ ସମାଗମ ହୁଏ । ଏହା ସହିତ ପ୍ରତ୍ୟେକ ଭକ୍ତଙ୍କ ପାଇଁ ମାସାଧିକ କାଳ ଭୋଗର ବ୍ୟବସ୍ଥା ହୋଇଥାଏ । କଳାହାଣ୍ଡିରେ ଥିବା ଏହି ସ୍ୱତନ୍ତ୍ର ପରମ୍ପରା ଗାଁ ଗାଁ ଭିତରେ ସଂପର୍କ ଯୋଡିବା ସହ ଭାତୃତ୍ୱ ଭାବ ସୃଷ୍ଟି କରିବାରେ ସହାୟକ ହେଉଥିବା କହିଛନ୍ତି ସ୍ଥାନୀୟ ଲୋକେ । ଏହା ସହିତ ମାଗଣାରେ ମୁଣ୍ଡନ, ବ୍ରତୋପନୟନ, ତଥା ବିବାହ କାର୍ଯ୍ୟକ୍ରମ ଗୁଡିକ ମଧ୍ୟ ଅନୁଷ୍ଠିତ ହୋଇଥାଏ । କଳାହାଣ୍ଡିର ଏହି ମହାଭାରତ ପରମ୍ପରା ୯୦ ବର୍ଷ ମଧ୍ୟରେ ତାର ସ୍ୱତନ୍ତ୍ରତା ସୃଷ୍ଟି କରିଛି ।

 

  • Reported by:
  • Ingeet Panda