/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667875723.jpg)
Special story
ଆଜି ଚନ୍ଦ୍ରଗ୍ରହଣ । ଆକାଶରେ ଦେଖା ଯିବ ମହାଜାଗତିକ ଦୃଶ୍ୟ । ଗୋଟିଏ ସରଳ ରେଖାରେ ରହିବେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିବ । ଚଳିତ ବର୍ଷର ଏହା ଶେଷ ଚନ୍ଦ୍ରଗ୍ରହଣ । ଭାରତ ସମେତ ଉତ୍ତର ଆମେରିକା, ଦକ୍ଷିଣ ଆମେରିକାର କିଛି ଅଂଶ, ଏସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଏହି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ।
ବୈଜ୍ଞାନିକଙ୍କ ମତରେ ଚନ୍ଦ୍ରଗ୍ରହଣକୁ ସମସ୍ତେ ଖାଲି ଆଖିରେ ଦେଖିପାରିବେ । ସୂର୍ଯ୍ୟୋପରାଗ ପରି ଚନ୍ଦ୍ରଗ୍ରହଣ ଦେଖିବାକୁ ଦୂରବୀକ୍ଷଣ ଯନ୍ତ୍ର ଅବା କୌଣସି ଯନ୍ତ୍ରାଂଶର ଆବଶ୍ୟକତା ପଡ଼ିବ ନାହିଁ । ଅପରାହ୍ନ ୨ଟା ୩୮ ମିନଟରେ ଗ୍ରହଣ ସ୍ପର୍ଶ ହେବ ସନ୍ଧ୍ୟା ୫ଟା ୧୧ରୁ ଚନ୍ଦ୍ର ଗ୍ରହଣ ଦୃଶ୍ୟ ମାନ ହୋଇ ୬ଟା ୧୮ ମିନଟରେ ଗ୍ରହଣ ସର୍ବମୋକ୍ଷ ହେବ । ସମୁଦାୟ ୧ ଘଣ୍ଟା ୧୨ ମିନଟ୍ ୪୮ ସେକଣ୍ଡ ସମୟ ଧରି ଚନ୍ଦ୍ର ଗ୍ରହଣ ଦୃଶ୍ୟ ମାନ ହେବ । ଏଥିପାଇଁ ସୂର୍ଯ୍ୟୋଦୟ ଠାରୁ ସନ୍ଧ୍ୟା୬ଟା ୧୮ ପର୍ଯ୍ୟନ୍ତ ଦେବନୀତି ନିଷେଧ ରହିଛି ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଚନ୍ଦ୍ରଗ୍ରହଣକୁ ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ କୁହାଯାଉଛି। ଏହି ଦିନ କାର୍ତ୍ତିକ ପୂର୍ଣ୍ଣିମା ପଡୁଥିବା ବେଳେ ମହାପ୍ରଭୁଙ୍କର ସୁନାବେଶ ବା ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ତେଣୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଏନେଇ ଛତିଶା ନିଯୋଗ ବୈଠକରେ ପୂର୍ବରୁ ନିଷ୍ପତ୍ତି ହୋଇଛି। ତେବେ ଦେବ ନୀତି ନିଷେଧ ଓ ଚନ୍ଦ୍ରଗ୍ରହଣ ସ୍ୱତନ୍ତ୍ର ନୀତି ଯୋଗୁ ଶ୍ରଦ୍ଧାଳୁମାନେ ଦୁର୍ଲଭ ସୁନାବେଶ ଦେଖିପାରିବେ କି ନାହିଁ, ତାହା ଅସ୍ପଷ୍ଟ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)