• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନିଆରା ଢଙ୍ଗରେ ହନୁମାନ ଜୟନ୍ତୀ ପାଳନ । ହନୁମାନଙ୍କୁ ଏକ ଲକ୍ଷ ରାମନାମ ଲେଖାଥିବା ବେଲପତ୍ର ଅର୍ପଣ କରାଯାଇଛି  । ବେଲପତ୍ର ଉପରେ ହନୁମାନ ସିନ୍ଦୁରରେ ତୁଳସୀ କାଠି ସାହାଯ୍ୟରେ ଲେଖାଯାଇଛି ରାମନାମ । ୧୦୮ ଥର ଗାୟତ୍ରୀ ପାଠ ଓ ୨୧ଥର ହନୁମାନ ଚାଳିଶା ଭକ୍ତମାନେ ପାଠ ବି କରିଛନ୍ତି ।

ହନୁମାନ ଜୟନ୍ତୀ ପାଇଁ ସଂଗୃହିତ ହୋଇଛି କୋଟିଏ ରୁଦ୍ରାକ୍ଷ । ଏହି ରୁଦ୍ରାକ୍ଷକୁ ନେପାଳ, ୠଷିକେଶ ଓ ହରିଦ୍ୱାରରୁ ସଂଗ୍ରହ କରାଯାଇଛି । ସେହିଭଳି ଦେଶର କୋଣ ଅନୁକୋଣରେ ଥିବା ସାଧକଙ୍କ ଦ୍ଵାରା ଭିନ୍ନ ଭିନ୍ନ ଭାଷାରେ ଲେଖାଥିବା ରାମନାମ ପତ୍ରିକା ଆସିଛି ।  ଆସିକା ବାଣୀବିହାର ସ୍ଥିତ ଗୁରୁକୃପା ଆଶ୍ରମରେ ଦେଖିବାକୁ ମିଳିଛି ଏମିତି ନିଆରା ଦୃଶ୍ୟ । ହନୁମାନ ଜୟନ୍ତୀ ଅବସରରେ ଆଶ୍ରମରେ ୮୮୦ କୋଟି ଗଚ୍ଛିତ ନାମ ପତ୍ରିକା ବି ପୂଜା ହୋଇଛି ।

ଅଧିକ ପଢ଼ନ୍ତୁ: ମହାବିଷୁବ ସଂକ୍ରାନ୍ତିରେ କାହିଁକି ବଣ୍ଟାଯାଏ ପଣା...ଜାଣନ୍ତୁ କାରଣ

ମଧ୍ୟପ୍ରଦେଶର ସତାନାର ମାନସଂଘ ସ୍ଥିତ ରାମବନରେ ତିଆରି ହୋଇଛି ମନ୍ଦିର । ସେହିଭଳି କୋଲକାତାରେ ହରିନାମ ସଂକୀର୍ତ୍ତନ ଭବନରେ ମଧ୍ୟ ନାମ ପତ୍ରିକା ପୂଜା ପାଉଛି । ନେପାଳ ପଶୁପତିଙ୍କ ନିକଟରେ ଅଛି ନାମ ପତ୍ରିକା ସ୍ତୁପ । ଦକ୍ଷିଣ ଆଫ୍ରିକା ଓ ନାଇରୋବିର କେତେକ ସ୍ଥାନରେ ୧୨୫ କୋଟି ନାମ ପତ୍ରିକା ସଂଗୃହିତ ହୋଇ ମନ୍ଦିର ପ୍ରତିଷ୍ଠା କରାଯାଇଛି । ତେବେ ଆସିକା ଗୁରୁକୃପା ଆଶ୍ରମରେ ପୃଥିବୀର ସର୍ବାଧିକ ନାମ ପତ୍ରିକା ସଂଗୃହିତ ହୋଇଛି ।

ବେଲପତ୍ର ଉପରେ ରାମନାମ ଲେଖି ହନୁମାନଙ୍କୁ ଅର୍ପଣ କରିଛନ୍ତି ଶ୍ରଦ୍ଧାଳୁ । ଏଥିସହ ୧୦୮ ଥର ଗାୟତ୍ରୀ ସହ ୨୧ ଥର ହନୁମାନ ଚାଳିଶା ପାଠ କରି ଭକ୍ତମାନେ ନିଆରା ଢଙ୍ଗରେ ହନୁମାନ ଜୟନ୍ତୀ ପାଳନ କରିଛନ୍ତି । ଏକ କୋଟି ରୁଦ୍ରାକ୍ଷରେ ବିଗ୍ରହ ସ୍ଥାପନ ଓ ରାମ ନାମ ଜପରେ ପ୍ରକମ୍ପିତ ହୋଇଥିଲା ପରିବେଶ ।

 

  • Reported by:
  • Manoj Muni