Advertisment

ଆଜି ପବିତ୍ର ଜନ୍ମାଷ୍ଟମୀ, ଧରାବତରଣ କରିବେ ପ୍ରଭୁ ଶ୍ରୀକୃଷ୍ଣ

ଭକ୍ତି ଓ ଉଲ୍ଲାସର ସହ ପାଳନ ହେବ ନନ୍ଦଲାଲାଙ୍କ ଜନ୍ମୋତ୍ସବ। ଶେଷ କରି ମଥୁରା ଓ ବୃନ୍ଦାବନରେ ଭକ୍ତିମୟ ପରିବେଶ ରହିଛି। ପୁରୀରେ ବାଲୁକାକଳା...

author-image
Prangyan Parimita
ଅଦ୍ୟତନ ହୋଇଛି
Krishna Janmashtami 2023 updates

Janmashtami

ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି, ପବିତ୍ର ଜନ୍ମାଷ୍ଟମୀ। ଆଜି ଧରାବତରଣ କରିବେ ପ୍ରଭୁ ଶ୍ରୀକୃଷ୍ଣ। ଏଥିପାଇଁ ଦେଶବ୍ୟାପୀ ଭକ୍ତିମୟ ପରିବେଶ। ଆମ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ସାରା ଭାରତରେ ଭକ୍ତି ଓ ଉଲ୍ଲାସର ସହ ପାଳନ ହେବ ନନ୍ଦଲାଲାଙ୍କ ଜନ୍ମୋତ୍ସବ । ଇସ୍କନ ମନ୍ଦିର ଗୁଡିକରେ ଧୁମଧାମରେ ଜନ୍ମାଷ୍ଟମୀ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ବିଶେଷ କରି ମଥୁରା ଓ ବୃନ୍ଦାବନରେ ଭକ୍ତିମୟ ପରିବେଶ ରହିଛି।

Advertisment

ଜନ୍ମାଷ୍ଟମୀ ପାଇଁ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ସଂନ୍ଧ୍ୟାଧୂପ ଶେଷ ହେବାପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଭଣ୍ଡାର ଘର ସମ୍ମୁଖ ଭାଗରେ ପୂଜାପଣ୍ଡା ସେବାୟତ ମାନେ ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମମଣ୍ଡଳୀ ଅଙ୍କନ କରିବେ । ସେଠାରେ ସୁନାର କୃଷ୍ଣ ମୁର୍ତ୍ତି ରଖାଯାଇ ଦକ୍ଷିଣ ଘରୁ ମଦନମୋହନଙ୍କୁ ଅଣାଯିବ।

ଅଧିକ ପଢ଼ନ୍ତୁ: ଶ୍ରୀକୃଷ୍ଣ ଆନନ୍ଦର ପ୍ରତୀକ; ଯାହା ଆଗରେ ଅହଂକାର ତିଷ୍ଠିପାରେ ନାହିଁ

Advertisment

ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ଚରିତ୍ର ହୋଇ ଏହି ଜନ୍ମନୀତି ପାଳନ କରିବେ । ପରେ ମଦନମୋହନଙ୍କୁ ନାଭିକଟା ମଣ୍ଡପକୁ ନିଆଯାଇ କୃଷ୍ଣଜନ୍ମ ଠାରୁ ଉପନୟନ ପର୍ଯ୍ୟନ୍ତ ନୀତି ଅନୁଷ୍ଠିତ ହେବ । ସେହିପରି ଜଗମୋହନ ନିକଟରେ ଏକ ଦୋଳିରେ ମଦନମୋହନଙ୍କୁ ରଖାଯାଇ ଶ୍ରୀକୃଷ୍ଣ ଜନ୍ମନୀତି ଶେଷ କରାଯିବ । ଆଜିର ଜନ୍ମାଷ୍ଟମୀ ନୀତି ସଂପର୍କରେ ଅଧିକ ଆଲୋଚନା କରିଛନ୍ତି ପୁରୀ ପ୍ରତିନିଧି ମଧୁସୂଦନ ମିଶ୍ର ।

ସେପଟେ ଜନ୍ମାଷ୍ଟମୀ ଉପଲକ୍ଷେ ଢେଙ୍କାନାଳରେ ଚାଲିଛି ବିରାଟ ଶୋଭାଯାତ୍ରା । ଇସ୍କନ ଢେଙ୍କାନାଳ ପକ୍ଷରୁ ଶତାଧିକ ଭକ୍ତ ନଗର ସଂକୀର୍ତ୍ତନ କରିଛନ୍ତି। ଏକ ସୁସଜ୍ଜିତ ରଥ ସୁଦୂର ମାୟାପୁରରୁ ପଦଯାତ୍ରାରେ ଆସି ଜନ୍ମାଷ୍ଟମୀ ଉପଲକ୍ଷେ ଏଠାରେ ସାମିଲ ହୋଇଛନ୍ତି।ହରେକୃଷ୍ଣ ସଂକୀର୍ତ୍ତନ ମାଧ୍ୟମରେ ନାଚଗୀତରେ ଝୁମି ଝୁମି ସମଗ୍ର ସହର ପରିକ୍ରମା କରୁଛନ୍ତି ଭକ୍ତ ମାନେ ।

ଅନ୍ୟପଟେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଜଲେଶପଟା ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ଠାରେ ପବିତ୍ର ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯିବ। କନ୍ୟାଶ୍ରମରେ ଏଥିପାଇଁ ବଡ଼ ଆୟୋଜନ ହୋଇଛି । ଆଜି ସକାଳୁ ସକାଳୁ ଆଶ୍ରମ ପରିସରରେ ସୂର୍ଯ୍ୟ ପୂଜା, ଗୋ ପୂଜା, କଳସ ଯାତ୍ରା, ଯଜ୍ଞ ସମେତ ସ୍ୱାମୀଜୀଙ୍କ ଜଳାଭିଷେକ କାର୍ଯ୍ୟକ୍ରମ ରହିଛି। ଆଜି ଆଶ୍ରମରେ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇ ପୂଜ୍ୟ ସ୍ୱାମୀଜୀଙ୍କ ସ୍ମୃତି ଚାରଣ କରିବେ ।

Janmastami
Advertisment
Advertisment