/odishatv-khabar/media/media_files/2025/10/31/si-recruitment-scam-2025-10-31-11-57-55.jpg)
SI Recruitment Scam Photograph: (OTV)
CBIକୁ ହସ୍ତାନ୍ତର ହେବ ପୋଲିସ୍ SI ପରୀକ୍ଷା ସ୍କାମ୍ ଫାଇଲ୍। ଆଜି ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ସିବିଆଇ ଆସିଲେ ସବୁ ଅପଡେଟ୍ କେସ୍ ଫାଇଲ୍ ହସ୍ତାନ୍ତର କରାଯିବ। ପୋଲିସ୍ SI ପରୀକ୍ଷା କେଳେଙ୍କାରୀରେ ଆନ୍ତଃରାଜ୍ୟ ଲିଙ୍କ୍ କଥା ସାମ୍ନାକୁ ଆସିଛି। ସେନେଇ ବି ତଦନ୍ତ କରିବ ସିବିଆଇ। ଏମିତିକି CBI ଆନ୍ତଃରାଜ୍ୟ ଲିଙ୍କ୍ ଭଲ ଭାବେ ତଦନ୍ତ କରିପାରିବ ବୋଲି ସେ କହିଛନ୍ତି। ଏସମ୍ପର୍କିତ ସବୁ ପ୍ରମାଣ ସିବିଆଇକୁ ହସ୍ତାନ୍ତର ହେବ।
ବନ୍ଧା ହୋଇଛି ବହୁଚର୍ଚ୍ଚିତ ପୋଲିସ SI ଚାକିରି ସ୍କାମର ମୋଷ୍ଟଓ୍ୱାଣ୍ଟେଡ୍ ମୁନା ମହାନ୍ତି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିକଟରୁ ମୁନାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ମୁନାର ଘନିଷ୍ଠ ସହଯୋଗୀ ସୁକାନ୍ତ ମହାରଣା ଓରଫ୍ ରିଙ୍କୁ ବି ଗିରଫ କରିଛି। ଦଶପଲ୍ଲାର ଏକ ଫାର୍ମ ହାଉସରେ ମୁନା ଓ ସୁକାନ୍ତ ଥିବା ବେଳେ ରେଡ୍ କରିଥିଲା କ୍ରାଇମବ୍ରାଞ୍ଚ।
ଶଙ୍କର ଏବେ ବି ଫେରାର୍
ହେଲେ ସେଠୁ ଚମ୍ପଟ ମାରିଥିଲା ମୁନା ମହାନ୍ତି। ପରେ ତାଙ୍କୁ ଟ୍ରାକ୍ କରି ଧରିଛି ତଦନ୍ତକାରୀ ସଂସ୍ଥା। ପୋଲିସ୍ SI ପରୀକ୍ଷାରେ କେଳେଙ୍କାରୀ ମାମଲାରେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। କଟକ ଜିଲ୍ଲା ବାଙ୍କୀ କଳାପଥର ଅଞ୍ଚଳରେ ମୁନାର ଘର । ସେ ପରୀକ୍ଷାର୍ଥୀଙ୍କଠାରୁ ସାର୍ଟିଫିକେଟ ନେଇ ଟଙ୍କା ଆଦାୟ କରୁଥିଲା ବୋଲି ସୂଚନା ମିଳିଛି। ଶେଷରେ ମୁନା ବନ୍ଧା ହୋଇଥିବାବେଳେ ଶଙ୍କର ଏବେ ବି ଫେରାର।
କେଳେଙ୍କାରୀର ପ୍ରମୁଖ କିଙ୍ଗପିନ୍ ଶଙ୍କର ପୃଷ୍ଟି ଏବେ କେଉଁଠି ତାକୁ ନେଇ ଖୋଳତାଡ଼ ଚଳାଇଛି କ୍ରାଇମବ୍ରାଞ୍ଚ । ଏସବୁ ଭିତରେ ଶଙ୍କର ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛି । ତଦନ୍ତକାରୀ ଟିମରୁ ପଂଝାରୁ ମୁକୁଳିବାକୁ ଶଙ୍କର ପୃଷ୍ଟି ଏବେ ଦୁବାଇରେ ଥିବା କୁହାଯାଉଛି। ସେ ନେପାଳ ଦେଇ ଦୁବାଇ ଚାଲିଯିବା ସହ ସେଠାରେ, ଆତ୍ମଗୋପନ କରିଥିବା ଚର୍ଚ୍ଚା ହେଉଛି। ଏବେ ସିବିଆଇ ଏହି କେସରେ କରିବ ଖୋଳତାଡ୍ ।
Drone Strike on Drug Mafia: ଡ୍ରଗ୍ ମାଫିଆଙ୍କ ଉପରେ ହେଲା ଡ୍ରୋନ୍ ମାଡ଼, ଏତେ ମଲେ ଯେ ଟ୍ରକରେ ବୁହାହେଲା ଶବ

Hurricane ‘Melissa’ Turns Deadly: ମଣିଷ ମାରି ଦେଇଗଲା ମଣିଷମରା ବାତ୍ୟା ‘ମେଲିସା’, ରଚିଲା ତାଣ୍ଡବ

Pitabas Murder Case: ଅଭିଯୁକ୍ତ ବ୍ରହ୍ମପୁରର ପୂର୍ବତନ ମେୟର ପିଣ୍ଟୁ ଦାସ ସ୍ଥାନାନ୍ତର, ଦୁଇ ବରିଷ୍ଠ ଆଇନଜୀବୀଙ୍କୁ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ ନିଯୁକ୍ତି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)