Advertisment

Hurricane ‘Melissa’ Turns Deadly: ମଣିଷ ମାରି ଦେଇଗଲା ମଣିଷମରା ବାତ୍ୟା ‘ମେଲିସା’, ରଚିଲା ତାଣ୍ଡବ

ମଣିଷ ମାରି ଦେଇଗଲା ମଣିଷମରା ବାତ୍ୟା । ଏବେ ସୁଦ୍ଧା ୩୨ ଜଣଙ୍କ ମୃତ୍ୟୁ । ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା । ମୃତ୍ୟୁର ତାଣ୍ଡବ ରଚିଛି ମହା ଶକ୍ତିଶାଳୀ ବାତ୍ୟା ‘ମେଲିସା’ ।

author-image
Tapan Swain
Melissa

Melissa Photograph: (OTV)

ମଣିଷ ମାରି ଦେଇଗଲା ମଣିଷମରା ବାତ୍ୟା । ପବନ ନେଲା ଲୋକଙ୍କ ଜୀବନ । ଏବେ ସୁଦ୍ଧା ୩୨ ଜଣଙ୍କ ମୃତ୍ୟୁ । ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା । ଜାମାଇକାରେ ମୃତ୍ୟୁର ତାଣ୍ଡବ ରଚିଥିବା ମହା ଶକ୍ତିଶାଳୀ ବାତ୍ୟା ‘ମେଲିସା’ର ଏବେ କ୍ଷୟକ୍ଷତି ଚିତ୍ର ସାମ୍ନାକୁ ଆସୁଛି । ଓଡ଼ିଶାର ୧୯୯୯ ମହାବାତ୍ୟା ଠାରୁ ଆହୁରି ଭୟଙ୍କର ଥିବା ଏ ‘ମେଲିସା’ ଏବେ ୩୨ ଜଣଙ୍କ ଜୀବନ ନେଇଛି । ହାଇତିର ପେଟିଟ୍-ଗୋଭେରେ ମୂଷଳଧାରାର ବର୍ଷା ଯୋଗୁଁ ବ୍ଲାକ୍ ନଦୀର ବନ୍ଧ ଭାଙ୍ଗି ଏକାସଙ୍ଗେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । 

Advertisment

ସେହିପରି ଜାମାଇକାର ସେଣ୍ଟ ଏଲିଜାବେଥ ପାରିସରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଦୁଇଜଣ ବ୍ଲାକ୍ ନଦୀ ଅଞ୍ଚଳରେ ଭାସମାନ ଅବସ୍ଥାରେ ମିଳିଛନ୍ତି । ଏବଂ ଅନ୍ୟ ଦୁଇଜଣଙ୍କ ମୃତଦେହ ଗାଲିଅନ୍ ବିଚ୍ ନିକଟରୁ ଉଦ୍ଧାର କରାଯାଇଛି । ସେହିଭଳି ଅନ୍ୟ ତିନି ଜଣଙ୍କର ବି ମହାବାତ୍ୟା ଯୋଗୁ ମୃତ୍ୟୁ ହୋଇଛି । ଆହୁରି ଅନେକ ଲୋକ ‘ମେଲିସା’ର ମାଡ଼ରେ ଗୁରୁତର ଆହତ ହୋଇଛନ୍ତି । ଅନେକ ଜୀବଜନ୍ତୁଙ୍କ ବି ଜୀବନ ଯାଇଛି । ଖାଲି ଏତିକି ନୁହେଁ, ଶକ୍ତିଶାଳୀ ବାତ୍ୟା ‘ମେଲିସା’ କାରିବିଆନ ଦ୍ୱୀପକୂଳକୁ ଭାଙ୍ଗିବା ସହିତ ହାଇତି, ଜାମାଇକା, କ୍ୟୁବା ଏବଂ ବାହାମାସରେ ଭୟଙ୍କର କ୍ଷତି କରିଛି । କୋଟି କୋଟି ଟଙ୍କାର ଘର ଓ ସମ୍ପତ୍ତି ସବୁ କିଛି ଖିନଭିନ୍ ହୋଇଯାଇଛି । 

ଜାମାଇକାର ପ୍ରଧାନମନ୍ତ୍ରୀ ଆଣ୍ଡ୍ରୁ ହୋଲନେସ୍ ଦେଶର କ୍ଷୟକ୍ଷତିକୁ ଗୋଟି ଗୋଟି ବର୍ଣ୍ଣନା କରିଛନ୍ତି । ଆକାଶ ମାର୍ଗରୁ ସର୍ଭେ ପରେ ଆଣ୍ଡ୍ରୁ ହୋଲନେସ୍ କହିଛନ୍ତି, ବ୍ଲାକ୍ ନଦୀର ସମ୍ପୂର୍ଣ୍ଣ ଭିତ୍ତିଭୂମି ନଷ୍ଟ ହୋଇଯାଇଛି । ହସ୍ପିଟାଲ, କୋର୍ଟହାଉସ୍, ପାରିସ୍ ପରିଷଦ ଏବଂ ଅନେକ ଐତିହାସିକ କୋଠା ପ୍ରବଳ କ୍ଷତିଗ୍ରସ୍ତ ହୋଇଛି । କିଛି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କ୍ଷତି ବହୁତ ଅଧିକ ଆମେ ପୁନରୁଦ୍ଧାର ପାଇଁ ବ୍ୟବସ୍ଥା କରୁଥିବା ସେ ତାଙ୍କ ସୋସିଆଲ ମିଡିଆ ‘X’ରେ ଲେଖିଛନ୍ତି । 

Advertisment

ସାରା ବିଶ୍ବରେ ଇତିହାସ ରହିଛି ଜାମାଇକାର ଶକ୍ତିଶାଳୀ ମହାବାତ୍ୟା ‘ମେଲିସା’ । ଲକ୍ଷ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତାର କରାଯାଇଛି । ଲୋକଙ୍କ ସୁରକ୍ଷା ପାଇଁ ସରାକର ଓ ପ୍ରଶାସନ ସବୁ ବ୍ୟବସ୍ଥା କରିଛି । ହେଲେ ସର୍ବଗିଳା ମହାବାତ୍ୟାର ତାଣ୍ଡବରେ ସବୁ କିଛି ଛିନଛତ୍ର ହୋଇଛି । ମାଟିରେ ଲୋଟିଛି ଘର । ବସୁ କିଛି ଧୋଇ ନେଇଛି ମୂଷଳଧାରାରେ ବର୍ଷା । ପବନର ବେଗ ଜାମାଇକାର ଅଣ୍ଟାକୁ ଭାଙ୍ଗି ନଷ୍ଟ କରିଦେଇଛି । 

ଆଟଲାଣ୍ଟିକ ଇତିହାସର ସବୁଠୁ ମହାଶକ୍ତିଶାଳୀ ବାତ୍ୟା ବୋଲି ଇତିହାସରେ ନାଁ ଲେଖି ଦେଇଛି ‘ମେଲିସା’ । ଜମାଇକାରେ ଘଣ୍ଟାପ୍ରତି ପ୍ରାୟ ୩୦୦ କିଲୋମିଟର ବେଗରେ ପବନ ବହିଛି । ଭୟଙ୍କର ଭାବେ ତାଣ୍ଡବ ରଚିଛି । ଭାଙ୍ଗିଯାଇଛି ବିରାଟ ବିରାଟ ଗଛ, ଉଡ଼ାଇନେଇଛି ବଡ଼ ବଡ଼ କୋଠା । ଚାରିଆଡ଼େ ବ୍ୟାପକ କ୍ଷୟକ୍ଷତି କରିଛି ‘ମେଲିସା’ । ଗାଁ ଗଣ୍ଡାଠୁ ଆରମ୍ଭ କରି ଗୋଟିଏ ଗୋଟିଏ ସହର ଧ୍ବଂସସ୍ତୂପରେ ପରିଣତ କରିଛି ।

Cyclone hurricane melissa
Advertisment
Related Articles
Advertisment