Advertisment

Ambedkar Jayanti: ଶିକ୍ଷାରେ ଅସ୍ପୃଶ୍ୟତା ଆଣିଥିଲା ବାଧା; ଜାତିଭେଦର ଶିକୁଳି ଭାଙ୍ଗି ପାଇଥିଲେ ସଫଳତା

ଦୁର୍ବଳ ଏବଂ ପଛୁଆ ବର୍ଗର ଅଧିକାର ପାଇଁ ବାବା ସାହେବ ପୂରା ଜୀବନ ସାରା ସଂଗ୍ରାମ କରିଥିଲେ। ଡକ୍ଟର ଆମ୍ବେଦକର ସାମାଜିକ ନବଜାଗରଣର ଅଗ୍ରଦୂତ ଥିଲେ। ଆମ୍ବେଦକର ଶିକ୍ଷା ମାଧ୍ୟମରେ ସମାଜରେ ଥିବା ଦୁର୍ବଳ, ଶ୍ରମିକ, ମହିଳାମାନଙ୍କୁ ସଶକ୍ତ କରିବାକୁ ଚାହୁଁଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Ambedkar Jayanti 2023

Know five interesting facts about babasaheb ambedkar life

ସମ୍ବିଧାନର ସ୍ଥପତି ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀ ପ୍ରତିବର୍ଷ ୧୪ ଏପ୍ରିଲରେ ପାଳନ କରାଯାଏ। ସାରା ଦେଶରେ ଲୋକମାନେ ବାବାସାହେବଙ୍କ ଜନ୍ମ ବାର୍ଷିକୀକୁ ସମ୍ମାନର ସହ ପାଳନ କରନ୍ତି। ଭୀମରାଓ ଆମ୍ବେଦକରଙ୍କ ସମାଜ ପାଇଁ ଅତୂଳନୀୟ ଅବଦାନ ପାଇଁ ତାଙ୍କୁ ଭାରତ ରତ୍ନ ମଧ୍ୟ ପ୍ରଦାନ କରାଯାଇଛି।

Advertisment

ତାଙ୍କର ପୂରା ଜୀବନ ସଂଘର୍ଷପୂର୍ଣ୍ଣ ଥିଲା। ଭାରତର ସ୍ୱାଧୀନତା ପରେ ଦେଶର ସମ୍ବିଧାନ ଗଠନରେ ତାଙ୍କର ଅଦ୍ୱିତୀୟ ଅବଦାନ ରହିଛି। ଦୁର୍ବଳ ଏବଂ ପଛୁଆ ବର୍ଗର ଅଧିକାର ପାଇଁ ବାବା ସାହେବ ପୂରା ଜୀବନ ସାରା ସଂଗ୍ରାମ କରିଥିଲେ। ଡକ୍ଟର ଆମ୍ବେଦକର ସାମାଜିକ ନବଜାଗରଣର ଅଗ୍ରଦୂତ ଏବଂ ସମାନତା ସମାଜର ନିର୍ମାଣକାରୀ ଥିଲେ।

ଆମ୍ବେଦକର ଶିକ୍ଷା ମାଧ୍ୟମରେ ସମାଜରେ ଥିବା ଦୁର୍ବଳ, ଶ୍ରମିକ, ମହିଳାମାନଙ୍କୁ ସଶକ୍ତ କରିବାକୁ ଚାହୁଁଥିଲେ। ଏହି କାରଣରୁ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀକୁ ଭାରତରେ ସମାନତା ଦିବସ ଏବଂ ଜ୍ଞାନ ଦିବସ ଭାବରେ ପାଳନ କରାଯାଏ। ବାବା ସାହେବଙ୍କ ଜନ୍ମ ବାର୍ଷିକୀ ଅବସରରେ, ତାଙ୍କ ଜୀବନ ସହିତ ଜଡିତ କେତେକ କୌତୁହଳପୂର୍ଣ୍ଣ କଥା ବିଷୟରେ ଆସନ୍ତୁ ଜାଣିବା।

Advertisment

ଜୀବନ ପରିଚୟ:

ଡକ୍ଟର ଭୀମରାଓ ଆମ୍ବେଦକର ୧୪ ଏପ୍ରିଲ ୧୮୯୧ରେ ମଧ୍ୟପ୍ରଦେଶର ଏକ ଛୋଟ ଗାଁ ମହୁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାର କିନ୍ତୁ ମୂଳତଃ ରତ୍ନାଗିରି ଜିଲ୍ଲାର ଥିଲେ। ଆମ୍ବେଦକରଙ୍କ ବାପାଙ୍କ ନାଁ ରାମଜୀ ମାଲୋଜୀ ସାକପାଲ ଓ ମା’ ଙ୍କ ନାଁ ଭୀମାବାଇ । ଡକ୍ଟର ଆମ୍ବେଦକର ମହାର ଜାତିର ଥିଲେ। ଏଭଳି ପରିସ୍ଥିତିରେ ତାଙ୍କୁ ପିଲାଦିନରୁ ଭେଦଭାବର ସମ୍ମୁଖୀନ ହେବାକୁ ପଡିଥିଲା।

ଶିକ୍ଷା:

ବାବାସାହେବ ପିଲାଦିନରୁ ବୁଦ୍ଧିମାନ ଥିଲେ ଆଉ ଭଲ ପାଠ ମଧ୍ୟ ପଢୁଥିଲେ। ଅବଶ୍ୟ, ସେହି ସମୟରେ ଅସ୍ପୃଶ୍ୟତା ଭଳି ସମସ୍ୟା କାରଣରୁ ତାଙ୍କର ପ୍ରାଥମିକ ଶିକ୍ଷାରେ ଅନେକ ଅସୁବିଧା ହୋଇଥିଲା। କିନ୍ତୁ ସେ ଜାତିର ଶିକୁଳି ଭାଙ୍ଗି ଅଧ୍ୟୟନ ସମାପ୍ତ କରିଥିଲେ।

ସେ ମୁମ୍ବାଇର ଏଲଫିନ୍‌ଷ୍ଟନ୍ ରୋଡରେ ଥିବା ସରକାରୀ ବିଦ୍ୟାଳୟରେ ପ୍ରଥମ ଅସ୍ପୃଶ୍ୟ ଛାତ୍ର ଥିଲେ। ପରେ ୧୯୧୩ ମସିହାରେ ଆମ୍ବେଦକର ଆମେରିକାର କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ଅଧିକ ଶିକ୍ଷା ଗ୍ରହଣ କରିଥିଲେ। ଏହା ଏକ ବଡ ସଫଳତା ଥିଲା। ୧୯୧୬ ମସିହାରେ ବାବାସାହେବଙ୍କୁ ତାଙ୍କ ଗବେଷଣା ପାଇଁ ସମ୍ମାନିତ କରାଯାଇଥିଲା।

ଡିଗ୍ରୀ:

ଲଣ୍ଡନରେ ପଢିବା ସମୟରେ ଛାତ୍ରବୃତ୍ତି ଶେଷ ହେବା ପରେ ସେ ଘରକୁ ଫେରି ମୁମ୍ବାଇର ସିଡନମ୍ କଲେଜରେ ପ୍ରଫେସର ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ୧୯୨୩ ମସିହାରେ ସେ ଏକ ଗବେଷଣାକୁ ଶେଷ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଲଣ୍ଡନ ବିଶ୍ୱବିଦ୍ୟାଳୟ ଦ୍ୱାରା ଡକ୍ଟର ଅଫ୍ ସାଇନ୍ସ ଡିଗ୍ରୀ ପ୍ରଦାନ କରାଯାଇଥିଲା। ପରେ ୧୯୨୭ ମସିହାରେ ଆମ୍ବେଦକର କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ସମାପ୍ତ କରିଥିଲେ।

କ୍ୟାରିୟର୍:

ବାବା ସାହେବ ତାଙ୍କ ଜୀବନରେ ଜାତିଭେଦ ଏବଂ ଅସମାନତାର ସମ୍ମୁଖୀନ ହୋଇଥିଲେ। ଏହି କାରଣରୁ ସେ ଦଳିତ ସମ୍ପ୍ରଦାୟର ସମାନ ଅଧିକାର ପାଇଁ ଲଢେଇ ଆରମ୍ଭ କରିଥିଲେ। ଦଳିତ ସମ୍ପ୍ରଦାୟ ପାଇଁ ଆମ୍ବେଦକର ବ୍ରିଟିଶ ସରକାରଙ୍କଠାରୁ ଅଲଗା ନିର୍ବାଚନ ମଣ୍ଡଳୀ ପାଇଁ ଦାବି କରିଥିଲେ, ଯାହାକୁ ମଧ୍ୟ ଅନୁମୋଦନ କରାଯାଇଥିଲା। କିନ୍ତୁ ମହାତ୍ମା ଗାନ୍ଧୀ ଏହା ଚାହୁଁ ନଥିଲେ। ଯେତେବେଳେ ଗାନ୍ଧୀ ଏହାର ପ୍ରତିବାଦରେ ଆମରଣ ଅନଶନ କଲେ, ସେତେବେଳେ ଆମ୍ବେଦକର ତାଙ୍କ ଦାବି ପ୍ରତ୍ୟାହାର କରିନେଲେ।

ସଫଳତା:

ଆମ୍ବେଦକରଙ୍କ ରାଜନୈତିକ ଜୀବନର କଥା କହିଲେ ସେ ଲେବର ପାର୍ଟି ଗଠନ କରିଥିଲେ। ସମ୍ବିଧାନ କମିଟିର ସଭାପତି ଥିଲେ। ସ୍ୱାଧୀନତା ପରେ ଆଇନ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ। ପରେ ବମ୍ବେ ଉତ୍ତର ଆସନରୁ ଦେଶର ପ୍ରଥମ ସାଧାରଣ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ବାବା ସାହେବ ଦୁଇଥର ରାଜ୍ୟସଭାରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ।

୬ ଡିସେମ୍ବର ୧୯୫୬ ରେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଦେହାନ୍ତ ହୋଇଥିଲା। ତେବେ ତାଙ୍କ ମୃତ୍ୟୁ ପରେ, ୧୯୯୦ ମସିହାରେ ବାବା ସାହେବଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା।

Ambedkar
Advertisment
Advertisment