• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିକଟାଳ ହସ, ବିଦ୍ରୁପ ସଂଳାପ । କଂସ ମହାରାଜଙ୍କ ଡାଇଲଗରେ କମ୍ପୁଛି ବରଗଡ଼ । ବିଜୁ ପଟ୍ଟନାୟକ ଟାଉନ ହଲ ପରିସର ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଲାଗି ଆଜି ଶେଷ ହେଉଛି, ଯାତ୍ରାର ମୁଖ୍ୟର ଆକର୍ଷଣ କଂସ ମହାରାଜ ଚରିତ୍ର ପାଇଁ କଳାକାର ଚୟନ ପ୍ରକ୍ରିୟା । କଂସ ଚରିତ୍ରରେ ଅଭିନୟ ପାଇଁ ଆବେଦନ କରିଥିବା ମୋଟ ୫୬ କଳାକାରଙ୍କ ମଧ୍ୟରୁ ଆଜି ଅଡିସନ୍ ପାଇଁ ଆସିଥିଲେ ୪୩ ଜଣ, ଯାହାଙ୍କ ମଧ୍ୟରେ ଥିଲେ ବହୁ ନବୀନଙ୍କ ସହ ପ୍ରବୀଣ କଳାକାର । ସକାଳୁ ଆରମ୍ଭ ହୋଇଥିବା ଅଡିସନ୍ ସନ୍ଧ୍ୟା ଯାଏଁ ଚାଲିଥିଲା । ୭ ଜଣିଆ ବିଚାରପତି ମଣ୍ଡଳୀ ଆଗରେ ଜଣକ ପରେ ଜଣେ ନିଜର ନିଖୁଣ ଅଭିନୟ ଚାତୁରୀ, ସଂଳାପ ପ୍ରୟୋଗ ଏବଂ ହସର ନମୁନା ପେସ୍ କରିଥିଲେ ।

ବିଶ୍ୱର ସର୍ବବୃହତ ଖୋଲା ରଗମଂଚର ମାନ୍ୟତା ପାଇଥିବା ବରଗଡ଼ର ଐତିହାସିକ ଧନୁଯାତ୍ରା ମହୋତ୍ସବ ଚଳିତ ବର୍ଷ ୭୫ ବର୍ଷରେ ପଦାର୍ପଣ କରିଛି । ଐତିହାସିକ ଧନୁଯାତ୍ରା ମହୋତ୍ସବ ଏଥର ପ୍ଲାଟିନମ୍ ଜୁବୁଲୀ ପାଳନ କରୁଥିବାରୁ ଏବର୍ଷ ଧନୁଯାତ୍ରାର ରୂପ ଓ କଳେବର ବୃଦ୍ଧି ସହ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ନିଷ୍ପତ୍ତି ହୋଇଛି । ସେଥିପାଇଁ କଂସ ଓ ଅନ୍ୟାନ୍ୟ ଚରିତ୍ରରେ କଳାକାର ଚୟନ ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ କଳାକାରଙ୍କୁ ଆହ୍ୱାନ କରାଯାଇଥିଲା । ଧନୁଯାତ୍ରାରେ ଅଭିନୟ ଲାଗି ଶହ ଶହ ସଂଖ୍ୟାରେ କଳାକାର ଆଗ୍ରହ ପ୍ରକାଶ ସହ ଆବେଦନ କରିଥିଲେ ।

କେବଳ କଂସ ଚରିତ୍ରରେ ଅଭିନୟ ପାଇଁ ୫୬ ଜଣ କଳାକାରଙ୍କ ଆବେଦନ ମିଳିଥିଲା । ତେବେ ଏମାନଙ୍କ ଭିତରେ ପୂର୍ବରୁ ୯ ଥର କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ ଓ ୪ ଥର ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ।

୭ ତାରିଖରୁ ଆରମ୍ଭ ହୋଇଥିବା କଳାକାର ଚୟନ ପକ୍ରିୟାରେ ପୂର୍ବରୁ ମହାମନ୍ତ୍ରୀ, ସେନାପତି, ଚାଣୁର, ମୁଷ୍ଟିକ, ଅକ୍ରୁର, ଉଗ୍ରସେନ, ବସୁଦେବ, ଦେବକୀ ଓ ନାରଦ ଆଦି ଚରିତ୍ର ଲାଗି କଳାକାର ଚୟନ ସରଛି ।