/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697944894.jpg)
Chhatar Jatra
ଆଜି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଆସ୍ଥା ବିଶ୍ୱାସ ଓ ପରମ୍ପରାର ପର୍ବ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ସହର ଉପକଣ୍ଠରେ ଥିବା ଜେନାଖାଲରୁ ସକାଳ ସାଢ଼େ ୫ଟାରେ ମା’ ଙ୍କ ବିଜୟ ଛତର ବାହାରିଛି । ମଧ୍ୟ ରାତ୍ରରେ ଜେନାଖାଲରେ ରୀତି ନୀତି ଅନୁଯାୟୀ ଗୁପ୍ତ ପୂଜା ପରେ ପରେ ମହାନବମୀର ପ୍ରାତଃ କାଳରେ ମାଆଙ୍କ ବିଜୟ ପ୍ରତିମା ଛତର ମନ୍ଦିର ଅଭିମୂଖେ ପ୍ରତ୍ୟାବର୍ତ୍ତନ କରୁଛନ୍ତି ।
#ମା_ମାଣିକେଶ୍ୱରୀଙ୍କ_ପ୍ରସିଦ୍ଧ_ଛତର_ଯାତ୍ରା
ଆଜି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଆସ୍ଥା ବିଶ୍ୱାସ ଓ ପରମ୍ପରାର ପର୍ବ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ସହର ଉପକଣ୍ଠରେ ଥିବା ଜେନାଖାଲରୁ ସକାଳ ସାଢ଼େ ୫ଟାରେ ମା’ ଙ୍କ ବିଜୟ ଛତର ବାହାରିଛି।#Odisha#OTV#ChhatarJatrapic.twitter.com/CuH4h7BFbe— ଓଟିଭି (@otvkhabar) October 22, 2023
ଭକ୍ତ ମାନେ ଶାନ୍ତି ଓ ମୈତ୍ରିର ପ୍ରତୀକ କଳା ଓ ଧଳା ରଙ୍ଗର ପାରାକୁ ଛତର ଉପରେ ଉଡାଇ ବର୍ଷଯାକ କିଭଳି ଶୁଭରେ କଟିବ ସେନେଇ ମାନସିକ କରିଛନ୍ତି । ଏଥିପାଇଁ ପଡ଼ୋଶୀ ଜିଲ୍ଲା ତଥା ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ମାନସିକଧାରୀ ଭକ୍ତଙ୍କ ଭିଡ଼ ଜମିଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ନିଜେ କଳାହାଣ୍ଡି ଏସପି ଅଭିଳାଷ ଜି. ଉପସ୍ଥିତ ରହିବା ସହ ୧୨ ପ୍ଲାଟୁନ ପୋଲିସ ଫୋର୍ସ ଏହି ଛତର ଯାତ୍ରା ପାଇଁ ନିୟୋଜିତ ରହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)