• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି ସାଧାରଣତନ୍ତ୍ର ଦିବସ । ସବୁଠି ଫର ଫର ହୋଇ ଉଡ଼ୁଛି ତ୍ରିରଙ୍ଗା । ଭାରତ-ଚୀନ ସୀମାରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଆଇଟିବିପିର ହିମବୀର ଯବାନମାନେ ପ୍ରବଳ ଥଣ୍ଡା ଓ ତୁଷାରପାତ ଭିତରେ ଫରଫର କରି ତ୍ରିରଙ୍ଗା ଉଡ଼ାଇଛନ୍ତି । ପ୍ରତିକୂଳ ପରିସ୍ଥିତିରେ କେମିତି ଦେଶ ପାଇଁ ସୀମାରେ ମଜଭୁତର ସହ ଛିଡା ହୋଇଛନ୍ତି ହିମ ବୀର ବୟାନ । ଲଦାଖରୁ ହୀମାଚଳ ପ୍ରଦେଶ ପର୍ଯ୍ୟନ୍ତ ଏହି ହିମବୀର ଯବାନମାନେ ଦେଶକୁ ସୁରକ୍ଷା ଦେଇଥା’ନ୍ତି ।

ସେପଟେ ମହାରାଷ୍ଟ୍ର ନାଗପୁରରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ବା RSS କାର୍ଯ୍ୟାଳୟରେ ଫରଫର ହୋଇ ଉଡ଼ିଲା ତ୍ରିରଙ୍ଗା । ଆରଏସଏସ ମୁଖ୍ୟ ମୋହନ ଭାଗବତ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବିଜେପି ରାଷ୍ଟ୍ରୀୟ ଅଧ୍ୟ ଜେ.ପି ନଡ୍ଡା ମଧ୍ୟ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଛନ୍ତି । ଏହି ସମୟରେ ଉପସ୍ଥିତ ଥିଲେ ଅନେକ ହେଭିୱେଟ ନେତାଙ୍କ ସହ ବିଜେପ କର୍ମୀ ।

ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥ ପରେଡରେ ଉଡ଼ିଛି ତ୍ରିରଙ୍ଗା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ପରେଡ କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ଜାତୀୟ ଯୁଦ୍ଧ ସ୍ମାରକୀରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତୀୟ ଯୁଦ୍ଧ ସ୍ମାରକୀରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ ।

ଚଳିତବର୍ଷ ଇଣ୍ଟର ସର୍ଭିସ ଗାର୍ଡଙ୍କୁ ଷଷ୍ଠ ବାଟାଲିଅନର ଶିଖ ରେଜିମେଣ୍ଟର ଭାରତୀୟ ସ୍ଥଳସେନା ଅଧିକାରୀ ମେଜର ଇନ୍ଦ୍ରଜିତ ସଚ୍ଚିନ କମାଣ୍ଡ କରିଥିଲେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଯୁଦ୍ଧ ସ୍ମାରକୀ ନିକଟରେ ସ୍ୱାଗତ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ତିନି ସେନା ବାହିନୀର ମୁଖ୍ୟ ।