Advertisment

ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌: ଯୋଗ ଦେବେ ୧୦୦ରୁ ଅଧିକ ଶିଳ୍ପପତି, ହେଲେ ପୁଞ୍ଜିନିବେଶ କେତେ?

ଏଥର ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମେଟାଲ ଓ ମିନେରାଲ୍ସ, ପେଟ୍ରୋକେମିକାଲ, ଟେକ୍ସଟାଇଲ, ଫୁଡ଼ ପ୍ରୋସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଏବଂ ଆଇଟି ସେକ୍ଟର ଭଳି ୭ଟି ପ୍ରମୁଖ କ୍ଷେତ୍ର ଉପରେ ଫୋକସ୍ ରଖାଯାଇଛି ।

ଅଦ୍ୟତନ ହୋଇଛି
Make in Odisha Conclave 2022

Make In Odisha

Advertisment

ଆରମ୍ଭ ହେଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କନକ୍ଲେଭର ଉଦଘାଟନ କରିଛନ୍ତି । ଭୁବନେଶ୍ୱର ଜନତା ମୈଦାନରେ ଆସନ୍ତା ୪ ତାରିଖ ଯାଏଁ ଏହି କନକ୍ଲେଭ ଚାଲିବ । ଯେଉଁଥିରେ ୧୦୦ରୁ ଅଧିକ ଶିଳ୍ପପତି ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ୧୩୦ଟି ଶିଳ୍ପ ସଂସ୍ଥା ପୁଞ୍ଜିନିବେଶ କରିବେ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର ।

Advertisment

ଏଥର ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମେଟାଲ ଓ ମିନେରାଲ୍ସ, ପେଟ୍ରୋକେମିକାଲ, ଟେକ୍ସଟାଇଲ, ଫୁଡ଼ ପ୍ରୋସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଏବଂ ଆଇଟି ସେକ୍ଟର ଭଳି ୭ଟି ପ୍ରମୁଖ କ୍ଷେତ୍ର ଉପରେ ଫୋକସ୍ ରଖାଯାଇଛି । ଆର୍ସେଲର୍ ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏଲ୍ ଏନ୍ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା, ବେଦାନ୍ତ ରିସୋର୍ସ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ଜେଏସଡବ୍ଲୁ ଗ୍ରୁପ୍ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଜେଏସପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲ, ଟାଟା ଷ୍ଟିଲ ସିଇଓ ତଥା ଏମଡ଼ି ଟିଭି ନରେନ୍ଦ୍ରନ୍ ପ୍ରମୁଖ ଯୋଗ ଦେବେ ।

ଅଧିକ ପଢ଼ନ୍ତୁ: କନ୍‌କ୍ଲେଭ୍‌ ପରେ କନ୍‌କ୍ଲେଭ୍‌, ହେଲେ ଫଳ ଶୂନ... ଫ୍ଲପ୍ ଶୋ’ ପରେ କାହିଁକି ତୃତୀୟ ଥର କନକ୍ଲେଭ୍ ?

Advertisment

ସେହିଭଳି ଜାପାନ, ନରୱେ ଏବଂ ଜର୍ମାନୀ ମେକ ଇନ୍ ଓଡ଼ିଶା ଥ୍ରୀ ପଏଣ୍ଟ ଜିରୋରେ କଣ୍ଟ୍ରି ପାର୍ଟନର ଭାବେ ଅଂଶଗ୍ରହଣ କରିବେ । 

Make In Odisha Conclave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ