Advertisment

International Nurses Day 2025: ‘ଜାତୀୟ ନର୍ସ ଦିବସ’ ପଛରେ ଅଛନ୍ତି ଜଣେ ମହିୟସୀ ମହିଳା; ଜାଣନ୍ତୁ ସେ କିଏ…

ମେ୧୨ କୁ ‘ଆନ୍ତର୍ଜାତୀୟ ନର୍ସ ଦିବସ’ ଭାବରେ ପାଳନ କରାଯାଏ। ଏହି ଦିନକୁ ନର୍ସମାନଙ୍କ ଅବଦାନ ଏବଂ ସମ୍ମାନ ପ୍ରତି ଉତ୍ସର୍ଗ କରାଯାଏ। ଲୋକମାନେ କରୋନା ସମୟରେ ନର୍ସମାନଙ୍କ ଭୂମିକାକୁ ଭଲଭାବେ ବୁଝିଥିଲେ। ନର୍ସ ଦିବସ କିନ୍ତୁ ପାଳନ ବହୁ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିଲା।

ଅଦ୍ୟତନ ହୋଇଛି
International Nurses Day 2025

International Nurses Day 2025

Advertisment

ଜଣେ ରୋଗୀର ସ୍ୱାସ୍ଥ୍ୟ ପାଇଁ ଡାକ୍ତରଙ୍କ ଯେତିକି ଭୂମିକା ରହିଛି ଜଣେ ନର୍ସର ମଧ୍ୟ ସେମିତି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କ ସେବାକୁ ସମ୍ମାନ ଦେବା ପାଇଁ ପ୍ରତିବର୍ଷ ମେ’ ମାସରେ ‘ନର୍ସ ଦିବସ’ ପାଳନ କରାଯାଏ। ମେ୧୨ କୁ ‘ଆନ୍ତର୍ଜାତୀୟ ନର୍ସ ଦିବସ’ ଭାବରେ ପାଳନ କରାଯାଏ।

Advertisment

ଏହି ଦିନକୁ ନର୍ସମାନଙ୍କ ଅବଦାନ ଏବଂ ସମ୍ମାନ ପ୍ରତି ଉତ୍ସର୍ଗ କରାଯାଏ। ଲୋକମାନେ କରୋନା ସମୟରେ ନର୍ସମାନଙ୍କ ଭୂମିକାକୁ ଭଲଭାବେ ବୁଝିଥିଲେ। ନର୍ସ ଦିବସ କିନ୍ତୁ ପାଳନ ବହୁ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିଲା।

ଆପଣ ଜାଣନ୍ତି କି ଏହି ଦିବସ ପାଳନ କାହିଁକି ଏବଂ କେବେ ଆରମ୍ଭ ହେଲା? କେଉଁ ନର୍ସଙ୍କ ସେବାରେ ଲୋକମାନେ ପ୍ରଭାବିତ ହେଲେ ଆଉ ଏହି ଦିନକୁ ତାଙ୍କ ଉଦ୍ଦେଶ୍ୟରେ ସମର୍ପି ଦେଲେ? ଆସନ୍ତୁ ଆଜି ‘ଆନ୍ତର୍ଜାତୀୟ ନର୍ସ ଦିବସ’ ଅବସରରେ ସେ ବିଷୟରେ ଜାଣିନେବା।

Advertisment

୧୯୭୪ ମସିହା ଜାନୁଆରୀରୁ ‘ଆନ୍ତର୍ଜାତୀୟ ନର୍ସ ଦିବସ’ର ଆରମ୍ଭ ହୋଇଥିଲା। ଏହି ଦିନ ଆଧୁନିକ ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟିଙ୍ଗେଲ୍‌ଙ୍କୁ ଉତ୍ସର୍ଗ କରାଯାଇଛି। ତାଙ୍କ ସ୍ମୃତିରେ ନର୍ସ ଦିବସ ୧୨ ମେ’ରେ ପାଳନ କରାଯାଏ। କିନ୍ତୁ ପ୍ରଥମେ ଜାନୁଆରୀରେ ଏବଂ ପରେ ମେ’ ମାସରେ ନର୍ସ ଦିବସ ପାଳନ କରିବା ପଛର କାରଣ ଫ୍ଲୋରେନ୍ସ ନାଇଟିଙ୍ଗେଲ୍‌ଙ୍କ ସହିତ ରହିଛି।

ଅଧିକ ପଢ଼ନ୍ତୁ: ଲିଭର୍‌କୁ ସୁସ୍ଥ ରଖିବା ପାଇଁ କେବେ ବି କରନ୍ତୁ ନାହିଁ ଏହିସବୁ ଅଭ୍ୟାସ

Advertisment

ପ୍ରତିବର୍ଷ ୧୨ ମେ’ରେ ନର୍ସ ଦିବସ ପାଳନ କରିବାର କାରଣ ହେଉଛି ଏହି ଦିବ୍ନ ଫ୍ଲୋରେନ୍ସ ଜନ୍ମଗ୍ରହଣ କରିଥିଲେ। ସେ ହିଁ ନୋବେଲ ନର୍ସିଂ ସେବା ଆରମ୍ଭ କରିଥିଲେ।

କିଏ ଏହି ଫ୍ଲୋରେନ୍ସ ନାଇଟିଙ୍ଗେଲ୍‌:

ଫ୍ଲୋରେନ୍ସ ନାଇଟିଙ୍ଗେଲ୍‌ ୧୨ ମେ’ ୧୮୨୦ରେ ଜନ୍ମଗ୍ରହଣ କରିଥିଲେ। ସେ ଜୀବନସାରା ରୋଗୀମାନଙ୍କର ସେବା କରିଥିଲେ। ଫ୍ଲୋରେନ୍ସଙ୍କ ନିଜ ପିଲାଦିନ ଅସୁସ୍ଥତା ଏବଂ ଶାରୀରିକ ଦୁର୍ବଳତାରେ ଅତିବାହିତ ହୋଇଥିଲା। ସେତେବେଳେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ଅସୁବିଧା ଥିଲା। କୌଣସି ବୈଦ୍ୟୁତିକ ଉପକରଣ ନଥିଲା। ହାତରେ ଲଣ୍ଠନ ଧରି ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା କରାଯାଉଅଥିଲା। ଫ୍ଲୋରେନ୍ସ ଏହାକୁ ନେଇ ତାଙ୍କ ରୋଗୀଙ୍କ ବିଷୟରେ ସର୍ବଦା ଚିନ୍ତିତ ଥିଲେ।

ସେମାନଙ୍କର ଯତ୍ନ ନେବା ପାଇଁ ଫ୍ଲୋରେନ୍ସ ରାତିରେ ମଧ୍ୟ ଡାକ୍ତରଖାନାରେ ବୁଲାବୁଲି କରୁଥିଲେ। ସେ ଗରିବ, ଅସୁସ୍ଥ ଏବଂ ଦୁଖୀମାନଙ୍କ ପାଇଁ କାମ କରୁଥିଲେ। ତାଙ୍କର ନର୍ସିଂ ସେବା ସମାଜର ନର୍ସମାନଙ୍କ ପାଇଁ ସମ୍ମାନଜନକ ସ୍ଥାନ ଆଣିଥିଲା। ୧୯୬୦ରେ, ଫ୍ଲୋରେନ୍ସଙ୍କ ଉଦ୍ୟମ ଯୋଗୁଁ ଆର୍ମି ମେଡିକାଲ୍ ସ୍କୁଲ୍‌ ପ୍ରତିଷ୍ଠା କରାଯାଇଥିଲା।

କେବେ ହେଲା ଆରମ୍ଭ:

୧୯୭୪ ମସିହାରେ ‘ଆନ୍ତର୍ଜାତୀୟ ନର୍ସ ଦିବସ’ ପାଳନ କରିବାକୁ ଆନ୍ତର୍ଜାତୀୟ ନର୍ସ ପରିଷଦ ଘୋଷଣା କରିଥିଲା। ଏହା ପରେ, ଆନ୍ତର୍ଜାତୀୟ ନର୍ସ ପରିଷଦ ସେହି ଦିନ କାର୍ଯ୍ୟରତ ନର୍ସମାନଙ୍କୁ କିଟ୍ ବଣ୍ଟନ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେମାନଙ୍କ କାର୍ଯ୍ୟ ସହ ଜଡିତ ଅନେକ ଜିନିଷ ସାମିଲ ଥିଲା।

ଅଧିକ ପଢ଼ନ୍ତୁ: ଆସନ୍ତୁ ଧରିତ୍ରୀ ମା’କୁ ରକ୍ଷା କରିବା; ମାନିବା ଏହି ୫ଟି କଥା

Nurses Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ