Advertisment

ପ୍ରଥମ ବିଶ୍ୱସ୍ତରୀୟ ବୌଦ୍ଧ ସମ୍ମିଳନୀ ଅୟୋଜନ କରିବ ଭାରତ

ରାଜଧାନୀ ନୂଆଦିଲ୍ଲୀରେ ସମସାମୟିକ ଗ୍ଲୋବାଲ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରଥମ ବିଶ୍ୱସ୍ତରୀୟ ବୌଦ୍ଧ ସମ୍ମିଳନୀ ଅୟୋଜିତ ହେବାକୁ ଯାଉଛି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Global Buddhist Summit 2023

India to organise first-ever Global Buddhist Summit

ଚଳିତ ବର୍ଷ ଏପ୍ରିଲ ମାସରେ ପ୍ରଥମ ବିଶ୍ୱସ୍ତରୀୟ ବୌଦ୍ଧ ସମ୍ମିଳନୀ ଅୟୋଜନ କରିବ ଭାରତ । ଏପ୍ରିଲ ୨୦ରୁ ୨୧ ତାରିଖ ମଧ୍ୟରେ ଏହି ସମ୍ମିଳନୀ ଅୟୋଜନ ହେବା ନେଇ ସୂଚନା ଦିଆଯାଇଛି । ନୂଆଦିଲ୍ଲୀର ଅଶୋକ ହୋଟେଲରେ ସମସାମୟିକ ଗ୍ଲୋବାଲ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରଥମ ଥର ପାଇଁ ବିଶ୍ୱସ୍ତରୀୟ ବୌଦ୍ଧ ସମ୍ମିଳନୀ ଅୟୋଜିତ ହେବାକୁ ଯାଉଛି ।

Advertisment

ଏହି ସମ୍ମିଳନୀର ଆୟୋଜକ ହେଉଛି International Buddhist Confederation (IBC)। ଏହି ସଂସ୍ଥା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଛି। ଏହି କାର୍ଯ୍ୟକ୍ରମରେ ସାରା ବିଶ୍ୱ ସାମ୍ନା କରି ଆସୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯିବ ।

ଏଥିସହ ସେଗୁଡ଼ିକର ମୁକାବିଲା ପାଇଁ ଏଥିରେ ଆଲୋଚନା ହେବ । ଆୟୋଜନ ହେବାକୁ ଥିବା ଏହି ସମ୍ମିଳନୀରେ ବିଶ୍ୱର ବହୁ ବିଶିଷ୍ଟ ବ୍ୟକ୍ତି ଅଂଶଗ୍ରହଣ କରିବେ । ଏହି ସମ୍ମିଳନୀରେ ବିଶେଷ କରି ୪ଟି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ସେଗୁଡ଼ିକ ମଧ୍ୟରେ ରହିଛି- ବୌଦ୍ଧ ଧର୍ମ ଓ ଶାନ୍ତି, ବୌଦ୍ଧ ପରମ୍ପରା, ପରିବେଶ ସଙ୍କଟ ଓ ସ୍ୱାସ୍ଥ୍ୟ ଏବଂ ବୌଦ୍ଧଧର୍ମର ପ୍ରସାର ।

Advertisment
Special Story
Advertisment
Advertisment