Advertisment

ଏବର୍ଷ ଦୀପାବଳି ଦିନ ସୂର୍ଯ୍ୟୋପରାଗ, କେତେବେଳେ ପାକତ୍ୟାଗ ଜାଣନ୍ତୁ

ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସଅଳ କରିବାକୁ ହୋଇଛି ନିଷ୍ପତ୍ତି।

ଅଦ୍ୟତନ ହୋଇଛି
Solar Eclipse On Diwali 2022

ଏବର୍ଷ ଦୀପାବଳି ଦିନ ସୂର୍ଯ୍ୟୋପରାଗ

Advertisment

ଏବର୍ଷ ଦୀପାବଳି ଦିନ ଅର୍ଥାତ୍ ଅକ୍ଟୋବର ୨୫ ତାରିଖରେ ପଡୁଛି କେତୁଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯ୍ୟୋପରାଗ। ଏହି ସମୟରେ ପାକତ୍ୟାଗ ଓ ଦେବ ନୀତି ନିଷେଧ ଥିବାରୁ ରାଜ୍ୟବାସୀ କିଭଳି ପାଳିବେ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଯେହେତୁ ସେଦିନ ଗ୍ରହଣ ସ୍ପର୍ଶ ଅପରାହ୍ନ ୪ଟା ୫୬ ମିନିଟ୍ ୫୨ ସେକଣ୍ଡରେ ରହିଛି ଓ ସର୍ବମୋକ୍ଷ ହେବ ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ସେକେଣ୍ଡରେ।

Advertisment

ଅଧିକ ପଢ଼ନ୍ତୁ: ଏଥର ଫିକା ପଡ଼ିବ ଦୀପାବଳି, ବାଣ ଫୁଟାଇ ପାରିବେ ନାହିଁ ରାଜଧାନୀବାସୀ 

ତେଣୁ ଦୀପାବଳି ଅମାବାସ୍ୟା ବିଧିରେ ବାଧା ସୃଷ୍ଟି ହେବ। ସେଥିପାଇଁ ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସଅଳ କରିବାକୁ ହୋଇଛି ନିଷ୍ପତ୍ତି। ୨୪ ତାରିଖରେ ଦୀପଦାନ, ପୟାଶ୍ରାଦ୍ଧ, କାଳିପୂଜା ଓ ବଡବଡୁଆ ଡାକ ହେବ। ରାତି ୧୨ଟାରେ ଶ୍ରୀମନ୍ଦିରରେ ଦ୍ୱାରଫିଟା ସହ ସାଢ଼ ୨ଟାରୁ ୩ଟା ଭିତରେ ସକାଳଧୂପ, ଭୋର୍ ୪ଟାରେ ବାଳଧୂପ, ୪ଟା ୫୫ରେ ଭୋଗମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିବ।

Advertisment

ଅପରାହ୍ନ ୪ଟା ୫୬ରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ  ଓ ଗ୍ରହଣ ଭୋଗ ନୀତି ବଢିବା ପରେ ଅନ୍ୟାନ୍ୟ ନୀତି ଚାଲିବାକୁ ଛତିଶାନିଯୋଗରେ ନିଷ୍ପତ୍ତି ହୋଇଛି। ମୋଟ୍ ୧୬ମିନିଟ ୨୬ସେକେଣ୍ଡ ପାଇଁ ପୁରୀକୁ ସୂର୍ଯ୍ୟପରାଗ ଦୃଶ୍ୟମାନ ହେଉଛି। ସୂର୍ଯ୍ୟୋପରାଗର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ୨୫ତାରିଖ ଭୋର୍ ୪ଟା ୫୭ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ହେବ। ସେହିପରି ଏଥର କାର୍ତ୍ତିକ ପୂର୍ଣ୍ଣମୀ ଅର୍ଥାତ୍ ନଭେମ୍ବର ୮ ତାରିଖ ଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ସେଦିନ ଭୋର୍ ୪ଟା ୨୯ ପୂର୍ବରୁ ଡଙ୍ଗା ଭସା ଶେଷ କରିବା ପାଇଁ ପରାମର୍ଶ ଦିଆଯାଇଛି। 

Solar Eclipse Diwali 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ