• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜିଠୁ ଆରମ୍ଭ ହେଉଛି କଟକର ପ୍ରସିଦ୍ଧ ବାଲିଯାତ୍ରା । ଏଥର ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ହୋଇଛି ବ୍ୟାପକ ଆୟୋଜନ, କିଣାବିକା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି । ଲକ୍ଷାଧିକ ଲୋକଙ୍କ ଭିଡ଼ ଦୃଷ୍ଟିରୁ ଟ୍ରାଫିକ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛି କମିଶନରେଟ୍ ପୋଲିସ । ନୂଆ କରି ଖୋଲାଯାଇଥିବା ପୋଲିସ ସପୋର୍ଟ ପୋଷ୍ଟରେ ଅନ୍ ସ୍ପଟ୍ ଏତଲା ଦେବାର ବ୍ୟବସ୍ଥା କରାଯାଇଛି ।

ତଳ ଓ ଉପର ବାଲିଯାତ୍ରା ପଡିଆ ରହିଛି ସିସିଟିଭି ବଳୟରେ ଭିଡ ନିୟନ୍ତ୍ରଣ ପାଇଁ ରହିବେ ୫୦ ପ୍ଲାଟୁନ୍ ଫୋର୍ସ । ବାଲିଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ହୋଇଛି ବନ୍ଦୋବସ୍ତ ବାଲିଯାତ୍ରା । ପଡିଆ ଭିତରେ ପାଣି ବୋତଲ ଗୋଟାକୁ ୨୫ ଟଙ୍କାରେ ବିକ୍ରି କରାଯିବ । କ୍ୟୁ ଆର କୋଡ୍ ଥିବା ଏହି ବୋତଲକୁ ଫେରାଇଲେ ୫ଟଙ୍କା ଫେରସ୍ତ କରାଯିବ । ଏଥିପାଇଁ ତିଆରି ହୋଇଛି ୨୪ ଟି ସ୍ୱତନ୍ତ୍ର ଷ୍ଟଲ, ଯେଉଁଥିରେ କ୍ଲିନ୍ ବାଲିଯାତ୍ରା, ଗ୍ରୀନ ବାଲିଯାତ୍ରାର ଦିଆଯାଇଛି ସ୍ଲୋଗାନ ।

ସେପଟେ ବାଲିଯାତ୍ରା ମାଧ୍ୟମରେ ପୁଣି ଥରେ ଓଡିଶା-ଇଣ୍ଡୋନେସିଆ ନୌବାଣିଜ୍ୟ ସମ୍ପର୍କକୁ ଉଜ୍ଜୀବିତ କରିବାର ପ୍ରୟାସ କରାଯାଇଛି । ଏଥିପାଇଁ ବାଲିଯାତ୍ରାରେ ଯୋଗ ଦେବା ପାଇଁ କଟକରେ ପହଞ୍ଚିଛନ୍ତି ଇଣ୍ଡୋନେସିଆ ଦୂତାବାସର ସାଂସ୍କୃତିକ କାଉନସେଲର । ଏହି ଅସରରେ ଇଣ୍ଡୋନେସିଆ ଦୂତାବାସ ଅଧିକାରୀ କଟକ ସ୍ଥିତ ମାରିଟାଇମ୍ ମ୍ୟୁଜିୟମ ବୁଲି ଦେଖିଛନ୍ତି । ଏଥିସହ ଇଣ୍ଡୋନେସିଆର କିଛି ପାରମ୍ପରିକ ସାମଗ୍ରୀ ମ୍ୟୁଜିୟମରେ ପ୍ରଦର୍ଶନ ପାଇଁ ଉପହାର ସ୍ୱରୂପ ଦେଇଛନ୍ତି ।

ରାଜ୍ୟ ସରକାର, କଳିଙ୍ଗ ଇଣ୍ଟରନ୍ୟାସଳ ୟୁଥ୍ ଫାଉଣ୍ଡେସନ ଓ ଇଣ୍ଡୋନେସିଆ ସରକାରଙ୍କ ମିଳିତ ଉଦ୍ୟମରେ ଏଭଳି କାର୍ଯ୍ୟ ଆରମ୍ଭ ହୋଇଛି । ଯେମିତି ଓଡିଶା-ଇଣ୍ଡୋନେସିଆ ନୌବାଣିଜ୍ୟ ସମ୍ପର୍କର ଅନେକ ସ୍ମୃତି ଏବେ ବି ଓଡିଶାରେ ସାଇତା ହେଇ ରହିଛି, ସେମିତି ଇଣ୍ଡୋନେସିଆରେ ମଧ୍ୟ ଓଡିଶାର ଅନେକ ସ୍ମୃତି ରହିଛି ବୋଲି ଇଣ୍ଡୋନେସିଆ ଦୂତାବାସ ଅଧିକାରୀ ହାନାଫି କହିଛନ୍ତି ।

ସେହିପରି ବାଲିଯାତ୍ରାରେ ଅନ୍ୟତମ ଆକର୍ଷଣ ସାଜିଛି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ସ୍ୟାଣ୍ଡଆର୍ଟ । ଦୀପ ଓ ବାଲିରେ ହୋଇଛି ଏହି ଆକର୍ଷଣୀୟ ବାଲୁକା କଳା । ୨୫ ହଜାର ଦୀପ ଏବଂ ବାଲିରେ ନିର୍ମିତ ହୋଇଛି ବାଲିର ବୋଇତ । ଏହାର ଲମ୍ବା ରହିଛି ୬୮ ଫୁଟ୍ ଏବଂ ଚଉଡ଼ା ରହିଛି ୪୮ ଫୁଟ୍ ପ୍ରାୟ ଶହେ ଟନ୍ ବାଲିରେ । ଏହା ନିର୍ମିତ ହୋଇଛି ଏହା ଲିମ୍କା ବୁକ୍ ଅଫ ରେକଡର୍ସରେ ସ୍ଥାନ ପାଇବ ବୋଲି ଆଶା ରଖିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୋଲିସ ଡିଜି ସୁନିଲ ବଂଶଲ ଏହାର ଉଦଘାଟନ କରିଛନ୍ତି ।