Advertisment

ଦୀପାବଳିକୁ ସୁରକ୍ଷିତ କରିବାକୁ ମାନନ୍ତୁ ଏହି ୮ ନିୟମ

ଦୀପାବଳିକୁ ଉପଭୋଗ କରିବା ପାଇଁ ସମସ୍ତେ ବାଣ ଫୁଟାନ୍ତି। ଏହି ଦିନ ଫୁଲଝରୀ, ଆକାଶ ଗୁଳି ଏବଂ ଅନ୍ୟାନ୍ୟ ବାଣ ସହିତ ଅନେକ ଆତସବାଜି ହୋଇଥାଏ। କିନ୍ତୁ କେତେକ ଅସାବଧାନତା ଦୁର୍ଘଟଣାର କାରଣ ହୋଇଥାଏ। ଏହିସବୁ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏହି ୮ ନିୟମ ଉପରେ ନଜର ପକାନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Here are 8 Safety Tips for Diwali

Here are 8 Safety Tips for Diwali

ଆଲୋକର ପର୍ବ ଦୀପାବଳି। ଦୀପ, ରଙ୍ଗୋଲି, ବାଣ, ସୁସ୍ୱାଦୁ ଖାଦ୍ୟ ଏବଂ ପାରିବାରିକ ବନ୍ଧନ ସହିତ ଜଡିତ ଏହି ପର୍ବ ଅସାବଧାନତା କାରଣରୁ ବେଳେ ବେଳେ ପରିବାର ସଦସ୍ୟ ଏବଂ ଆପଣଙ୍କ ଘରର ସୁରକ୍ଷା ପାଇଁ ଚିନ୍ତାର କାରଣ ହୋଇପାରେ। ତେବେ ଏନେଇ ସାବଧାନ ହେବା ନିହାତି ଜରୁରୀ।

Advertisment

ନିରାପତ୍ତା ମାନେ ନୁହେଁ ଯେ କେବଳ ବାଣ ପ୍ରତି ସତର୍କ ରହିବା। ଏଥିରେ ଅନ୍ୟାନ୍ୟ ଅନେକ କାରଣ ମଧ୍ୟ ରହିଛି। ତେବେ ଦୀପାବଳିକୁ ଆନନ୍ଦର ସହିତ ପାଳିବା ନେଇ ନଜର ପକାନ୍ତୁ ଏହି ୮ଟି ସୁରକ୍ଷା ଟିପ୍ସ ଉପରେ।

ଦୀପ:

ଦୀପାବଳିର ମୁଖ୍ୟ ଆକର୍ଷଣ ହେଲା ମାଟି ଦୀପ। ଦୀପ ଜାଳିବାରେ ଅସାବଧାନ ହେଲେ ଏହା ଅଗ୍ନିକାଣ୍ଡର କାରଣ ହୋଇପାରେ। ଏନେଇ କ’ଣ କରିବେ ନଜର ପକାନ୍ତୁ।

Advertisment
  • ଦୀପଗୁଡ଼ିକୁ ପରଦା ଏବଂ ଅନ୍ୟାନ୍ୟ ଜ୍ୱଳନ୍ତ ବସ୍ତୁଠାରୁ ଦୂରରେ ରଖନ୍ତୁ
  • ଦୀପ ଓ ମହମବତୀକୁ ବୈଦ୍ୟୁତିକ ତାର ଠାରୁ ଦୂରେଇ ରଖନ୍ତୁ
  • ସମତଳ ଜାଗାରେ ଦୀପଗୁଡିକୁ ରଖନ୍ତୁ
  • ଛୋଟ ପିଲାମାନଙ୍କୁ ଦୀପ ଠାରୁ ଦୂରରେ ରଖନ୍ତୁ

ବାଣ:

ଦୀପାବଳିର ଆଉ ଏକ ବଡ଼ ଅଂଶ ହେଲା ବାଣ। ଏହାକୁ ଠିକ୍ ଭାବରେ ନିୟନ୍ତ୍ରଣ କରା ନଗଲେ ଏହା ଦୁର୍ଘଟଣାର କାରଣ ହୋଇପାରେ।

  • ଅଧିକ ଶବ୍ଦ କରୁଥିବା ବାଣ ଠାରୁ ଦୂରେଇ ରୁହନ୍ତୁ
  • ଖ୍ୟାତିସମ୍ପନ୍ନ କମ୍ପାନୀ ଏବଂ ଷ୍ଟୋରଗୁଡିକରୁ ବାଣ କିଣନ୍ତୁ
  • ପିଲାମାନେ ବାଣ ଫୁଟାଇଲା ବେଳେ ବଡ ଲୋକ ପାଖରେ ରହିବା ଜରୁରୀ
  • ପାଖରେ ପାଣି ରଖନ୍ତୁ

ଫୁଟା ବାଣ ପ୍ରତି ସତର୍କ:

  • ଫୁଟିଯାଇଥିବା ବାଣକୁ ସୁରକ୍ଷିତ ଭାବରେ ଫୋପାଡନ୍ତୁ
  • ଅଧା ଫୁଟା ବାଣକୁ ହାତ ମାରନ୍ତୁ ନାହିଁ
  • ପାଖରେ ଫାଷ୍ଟଏଡ୍ ବକ୍ସ ରଖନ୍ତୁ

ଶବ୍ଦ ଓ ଧୂମ ପ୍ରଦୂଷଣ ପ୍ରତି ସତର୍କ:

ଅତ୍ୟଧିକ ଶବ୍ଦ ପ୍ରଦୂଷଣ କାନ ପ୍ରତି ଖରାପ ପ୍ରଭାବ ପକାଇଥାଏ। ଏନେଇ କ’ଣ କରିବେ ଜାଣନ୍ତୁ।

  • ବୃଦ୍ଧ, ଶିଶୁ ଏବଂ ଗୃହପାଳିତ ପଶୁମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବାଣ ବ୍ୟବହାରକୁ ସୀମିତ କରନ୍ତୁ
  • ଯଦି ପରିବାରର କାହାର ଧୂମଜନିତ ଆଲର୍ଜି ଥାଏ, ତେବେ ସେମାନଙ୍କୁ ବାଣ ଠାରୁ ଦୂରରେ ରଖନ୍ତୁ
  • ଛୋଟ ପିଲାମାନଙ୍କୁ ଘରେ ରଖି କବାଟ, ଝରକା ବନ୍ଦ କରିଦିଅନ୍ତୁ

ପୋଷା ପଶୁଙ୍କୁ ସୁରକ୍ଷା:

ଦୀପାବଳି ଗୃହପାଳିତ ପଶୁମାନଙ୍କ ପାଇଁ ସମସ୍ୟା ହୋଇଥାଏ। ଅଧିକ ଶବ୍ଦ ସେମାନଙ୍କ କ୍ଷେତ୍ରରେ ଭୟ ସୃଷ୍ଟି କରେ। ଏନେଇ କ’ଣ କରିବେ।

  • ଗୃହପାଳିତ ପଶୁମାନଙ୍କୁ ଘର ଭିତରେ ରଖନ୍ତୁ
  • ବାଣ ସହ ଗୃହପାଳିତ ପଶୁମାନଙ୍କ ଉପରେ ଖେଳିବାକୁ ଅନ୍ୟମାନଙ୍କୁ ବାରଣ କରନ୍ତୁ

ପୋଷାକ:

ଦୀପାବଳି ପରି ଏକ ଉତ୍ସବରେ କିଏ ବା ନୂଆ ପୋଷାକ ପିନ୍ଧିବାକୁ ଭଲ ନ ପାଏ ? ତେଣୁ କେଉଁ ପୋଷାକ ପିନ୍ଧିବେ ଧ୍ୟାନ ଦିଅନ୍ତୁ।

  • ସିନ୍ଥେଟିକ୍ ସାମଗ୍ରୀରେ ନିର୍ମିତ ପୋଷାକ ପିନ୍ଧିବା ଠାରୁ ଦୂରେଇ ରୁହନ୍ତୁ
  • ସୂତା ପୋଷାକ ପିନ୍ଧନ୍ତୁ
  • ପିଲାମାନଙ୍କୁ ଆରାମଦାୟକ ସୂତା ପୋଷାକ ପିନ୍ଧାନ୍ତୁ

ଖାଦ୍ୟ:

ଦୀପାବଳି ହେଉଛି ସୁସ୍ୱାଦୁ ଖାଦ୍ୟର ପର୍ବ। ତେବେ ଖାଦ୍ୟର ଗୁଣବତ୍ତା ପ୍ରତି ଦୃଷ୍ଟିଦେବା ଜରୁରୀ।

  • ଭଲ ଷ୍ଟୋର ଏବଂ ଦୋକାନରୁ ମିଠା ଏବଂ ଅନ୍ୟାନ୍ୟ ବିଶେଷ ଜିନିଷ କିଣନ୍ତୁ
  • ଖାଦ୍ୟ ଖାଇବା ଓ ଛୁଇଁବା ପୂର୍ବରୁ ଭଲ ଭାବେ ହାତ ଧୁଅନ୍ତୁ
  • ରାସ୍ତା କଡ ଖାଦ୍ୟକୁ ଯଥାସମ୍ଭବ ଏଡାନ୍ତୁ
  • ଖାଦ୍ୟକୁ ଘୋଡେଇ ରଖନ୍ତୁ

ପରିବେଶ ପ୍ରତି ଧ୍ୟାନ:

ଦୀପାବଳୀ ପାଳନ କରିବା ଆମ ପରିବେଶ ଉପରେ ସର୍ବଦା ଖରାପ ପ୍ରଭାବ ପକାଇଥାଏ। ବାଣରୁ ସୃଷ୍ଟ ଧୂଆଁ ବାୟୁ ପ୍ରଦୂଷଣର କାରଣ ହୋଇଥାଏ ଏବଂ ଏହା ମଣିଷ ଏବଂ ପଶୁମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଆଣେ।

  • ସେହିଭଳି ବାଣ କିଣନ୍ତୁ ଯାହା ଯାହା ଅଧିକ ଶବ୍ଦ କରୁ ନଥିବ
  • ବାଣ ଫୁଟେଇବା ବେଳେ ଗଛଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ
  • ପରିବେଶ ସୁରକ୍ଷା ବିଷୟରେ ପିଲାମାନଙ୍କୁ ସମ୍ବେଦନଶୀଳ କରନ୍ତୁ
Diwali 2022 Diwali Sweets Firecrackers
Advertisment
Advertisment