• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ଗଣେଶ ପୂଜା । ଅଗ୍ରପୂଜ୍ୟ, ଗଜାନନ, ପାର୍ବତୀ ନନ୍ଦନ...ନାଁ ଅନେକ କିନ୍ତୁ ରୂପ ଏକ । ଗଣପତିଙ୍କ ଆରାଧନା ପାଇଁ ସାରା ଦେଶରେ ବ୍ୟାପକ ପ୍ରସ୍ତୁତି । ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜା ମଣ୍ଡପ ଗୁଡିକୁ ଏଥିପାଇଁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ଗଣେଶ ପୂଜାକୁ ନେଇ ଉତ୍ସବମୁଖର ପରିବେଶ । ଅନୁଗୁଳର ତାଳଚେର, ଭୁବନେଶ୍ୱର,କଟକ, ରାଉରକେଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଡ଼ ବଡ଼ ମେଢ଼ ଓ ତୋରଣ ନିର୍ମାଣ ହୋଇଛି । ...

 

ସେହିପରି ବାରିପଦା ସହରରେ ଶ୍ରୀ ଗଜାନନଙ୍କ ପୂଜାକୁ ନେଇ ଦେଖିବାକୁ ମିଳିଛି କିଛି ନିଆରା । ଆକର୍ଷଣ ପାଲଟିଛି ୫୦ ହଜାର ରୁଦ୍ରାକ୍ଷ୍ୟରେ ନିର୍ମିତ ଗଣେଶ ମୂର୍ତ୍ତି । ଶିଳ୍ପୀଙ୍କ ଦୀର୍ଘ ୧୫ ଦିନର ଅକ୍ଳାନ୍ତ ପରିଶ୍ରମରେ ତିଆରି ହୋଇଛି ଏହି ସୁନ୍ଦର ରୁଦ୍ରାକ୍ଷ ଗଣେଷ ମୂର୍ତ୍ତି । ମୂର୍ତ୍ତି ତିଆରି ପାଇଁ ପଶ୍ଚିମବଙ୍ଗରୁ ଆସିଥିଲେ କୁଶଳୀ କାରିଗର । କଲିକତାରୁ ଏସବୁ ରୁଦ୍ରାକ୍ଷକୁ ସଂଗ୍ରହ କରାଯାଇଥିବା ବେଳେ କିଛି ପ୍ଲାଷ୍ଟିକର ରୁଦ୍ରାକ୍ଷ ମଧ୍ୟ ଏଥିରେ ବ୍ୟବହାର କରାଯାଇଛି । ୧୫ଫୁଟ ବିଶିଷ୍ଟ ଏହି ଗଣେଶଙ୍କ ମୂର୍ତ୍ତିରେ ସୁନ୍ଦର ଭାବେ ଖଞ୍ଜା ହୋଇଛି ରୁଦ୍ରାକ୍ଷ । ଯାହା ଦର୍ଶକ ଓ ଭକ୍ତଙ୍କମନକୁ ବେଶ ଆକୃଷ୍ଟ କରିପାରିବ ।

ସେପଟେ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ବିଦ୍ୟାଦାତା ଶ୍ରୀ ଗଣେଶଙ୍କ ଆକର୍ଷଣୀୟ ପ୍ରତିକୃତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ୬ଟନ୍ ବାଲି ଓ ୧୦୦୦ଟି ଷ୍ଟିଲର ଛୋଟବଡ ବାସନକୁ ବ୍ୟବହାର କରି ୫ ଫୁଟ ଉଚ୍ଚତାର ବିଘ୍ନ ବିନାଶକଙ୍କ ପ୍ରତିକୃତି ନିର୍ମାଣ ହୋଇଛି । ବାଲୁକା କଳାରେ ବିଶ୍ୱ ଶାନ୍ତିର ବାର୍ତ୍ତା ଦେବା ସହ ସମଗ୍ର ବିଶ୍ୱରେ ଶାନ୍ତି ଓ ସୁଖ ବଜାୟ ରହୁ ବୋଲି ପ୍ରାର୍ଥନା କରିଛନ୍ତି । ...

ଅନ୍ୟପଟେ ଗଣପତିଙ୍କ ଆଗମନ ପାଇଁ ମୁମ୍ବାଇରେ ସେଲିବ୍ରେସନା ଲାଲ୍ ବାଗଚା ରାଜାଙ୍କ ପାଖରେ ଆରମ୍ଭ ହୋଇଛି ଆରାଧନାା ଗଣେଶ ଚତୁର୍ଥୀ । ଏହି ଅବସରରେ ଲାଲ ବାଗ୍ ରାଜାଙ୍କୁ ଦର୍ଶନ କରିବାକୁ ମୁମ୍ବାଇ ସମେତ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ଆସିଛନ୍ତି । ସେପଟେ ମହାରାଷ୍ଟ୍ରର ବିଭିନ୍ନ ସହରରେ ବି ଗଣେଶ ପୂଜାକୁ ନେଇ ନାହିଁ ନଥିବା ଉତ୍ସାହା ଲୋକେ ନିଜ ନିଜ ଘରକୁ ଗଣେଶଙ୍କୁ  ଆବାହନ କରିଛନ୍ତି । ପାଟ ପଟୁଆରରେ ଗଣେଶଙ୍କୁ ବିଶାଳ ରାଲି କରି ଆଣିଛନ୍ତି ଲୋକେ । ଆଜିଠୁ ୧୦ ଦିନ ଯାଏଁ ମହାରାଷ୍ଟ୍ରରେ ଗଣେଶ ପୂଜା ପାଳନ ହେବ ।