Advertisment

ସାବିତ୍ରୀ ବ୍ରତ ପାଇଁ ଆକାଶ ଛୁଆଁ ଫଳ ରେଟ୍‌, ଆମ୍ବକୁ ଛାଡ଼ିଦେଲେ ସବୁ ମହଙ୍ଗା

କଟକ ଛତ୍ରବଜାର ଫଳ ଗୋଦାମରେ ଫଳ ବିକ୍ରି ଜୋର ସୋରରେ ଚାଲିଛି। ସେଓ, ଅଙ୍ଗୁର, ଆମ୍ବ, କଦଳୀ, ଲିଚୁ, କମଳା ଓ ଡାଳିମ୍ବ ଆଦି ଫଳ କିଣିବାରେ ବ୍ୟସ୍ତ ଗ୍ରାହକ।

ଅଦ୍ୟତନ ହୋଇଛି
Fruit Price Hike For Savitri Brata

Fruit Price Hike For Savitri Brata

Advertisment

ରାତି ପାହିଲେ ସାବିତ୍ରୀ ବ୍ରତ। ପତିର ଦୀର୍ଘ ଆୟୁଷ ସହ ମଙ୍ଗଳ ମନାସି ସଧବା ପାଳନ କରିବେ ସାବିତ୍ରୀ । ଆଉ ଏଥିପାଇଁ ଫଳ ଦୋକାନରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଲାଣି । ଟ୍ୱିନ ସିଟି ସମେତ ବିଭିନ୍ନ ସ୍ଥାନରେ ଥିବା ଦୋକାନ ବଜାରରେ ଗହଳି ଚହଳି ଲାଗିଲାଣି । କଟକ ଛତ୍ରବଜାର ଫଳ ଗୋଦାମରେ ଫଳ ବିକ୍ରି ଜୋର ସୋରରେ ଚାଲିଛି। ସେଓ, ଅଙ୍ଗୁର, ଆମ୍ବ, କଦଳୀ, ଲିଚୁ, କମଳା ଓ ଡାଳିମ୍ବ ଆଦି ଫଳ କିଣିବାରେ ବ୍ୟସ୍ତ ଗ୍ରାହକ।

Advertisment

ତେବେ ଚଳିତବର୍ଷ କେବଳ ଆମ୍ବକୁ ଛାଡିଦେଲେ ସବୁ ଫଳ ଦର ଅଧିକ ରହିଛି। ସେଓର ହୋଲସେଲ ଦର କେଜି ପ୍ରତି ୧୭୫ ଟଙ୍କା ଥିବା ବେଳେ ଖୁଚୁରାରେ ୨ଶହରୁ ୨୫୦ଟଙ୍କା ରହିଛି। ସେହିପରି ଅଙ୍ଗୁର ଖୁଚୁରା ଦର କିଲୋ ପ୍ରତି ୧୫୦ ଟଙ୍କା, କମଳା ୧୨୦ ଟଙ୍କା, ଲିଚୁ ୨୫୦ ଟଙ୍କା,ଡାଳିମ୍ବ ୧୮୦ ଟଙ୍କା ରହିଛି। ଖାଲି ଫଳ ଦୋକାନ ନୁହେଁ, ସାବିତ୍ରୀ ପାଇଁ ଲୁଗା ଦୋକାନରେ ଭିଡ ଜମୁଛି। 

Advertisment

Savitri Brata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ