• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଶାର ଇତିହାସ ଓ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପାଳନ ହୋଇଛି ବୋଇତ ବନ୍ଦାଣ । ଓଡ଼ିଆ ସାଧବ ପୁଅ ଇଣ୍ଡୋନେସିଆର ବାଲି, ଜାଭା ଓ ସୁମାତ୍ରାକୁ ବାଣିଜ୍ୟ ପାଇଁ ନୌକାରେ ଯାତ୍ରା କରୁଥିଲେ । ଏହି ପରମ୍ପରାକୁ ମନେ ପକାଇ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ କରାଯାଇଥାଏ ।

ତେବେ ଆଜି ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ମହୋଦଧି, ନଦୀ ଓ ପୁଷ୍କରିଣୀରେ ବୋଇତ ବନ୍ଦାଣ ବା ଡଙ୍ଗା ଭସା ରାତି ୨ଟାରୁ ଭୋର୍ ୫ଟା ୩୮ ମିନିଟ୍ ପୂର୍ବରୁ ଶେଷ ହୋଇଛି । ସୂର୍ଯ୍ୟୋଦୟ ଠାରୁ ଦେବନୀତି ନିଷେଧ ଥିବାକୁ ଏହା ପୂର୍ବରୁ ହୋଇତ ବନ୍ଦାଣ ସହ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ବୋଇତ ବନ୍ଦାଣ ପାଇଁ ବିଳମ୍ବିତ ରାତିରୁ ଭୋର ପର୍ଯ୍ୟନ୍ତ ବିଭିନ୍ନ ନଦୀ, ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିଥିଲା ।

ଏହକ୍ରମରେ ଆଜି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟ ବିନ୍ଦୁ ସାଗରରେ ଆଜି ଭୋରରୁ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ଭୋରରୁ ବିନ୍ଦୁ ସାଗରରେ ଡଙ୍ଗା ଭସା ପାଇଁ ଜମିଥିଲା ପ୍ରବଳ ଲୋକଙ୍କ ଭିଡ଼ । ସେହିପରି ରାଉରକେଲାର ବିଭିନ୍ନ ନଦୀ ଓ ପୁଷ୍କରିଣୀରେ ପାଳିତ ହୋଇଛି ବୋଇତ ବନ୍ଦାଣ ।

ଅନ୍ୟପଟେ କାର୍ତ୍ତିକ ପୂର୍ଣ୍ଣିମାରେ ପୁରୀ ମହୋଦଧିରେ ମଧ୍ୟ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ଆଜି ଚନ୍ଦ୍ର ଗ୍ରହଣ ପଡ଼ିଥିବାରୁ ଭୋରରୁ ଶତାଧିକ ଶ୍ରଦ୍ଧାଳୁ ମହୋଦଧିକୁ ଯାଇ ଡଙ୍ଗା ଭସାଇଛନ୍ତି । ପାକତ୍ୟାଗ ଓ ଦେବନୀତି ନିଷେଧ ପୂର୍ବରୁ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ହବିଷ୍ୟାଳୀ ମାନେ ବୋଇତ ବନ୍ଦାଣ ସହ କାର୍ତ୍ତିକ ବ୍ରତ ଉଦଯାପନ କରିଛନ୍ତି ।

ଏପଟେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବା ସୁନାବେଶ । ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଭୋରରୁ ଭକ୍ତଙ୍କ ଭିଡ଼ ଲାଗିଛି । ତେବେ ଆଜି ଚନ୍ଦ୍ର ଗ୍ରହଣ ଥିବାରୁ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତି କରାଯାଉଛି । ଗତକାଲି ରାତି ୧୦ଟାରେ ଶ୍ରୀଜିଉଙ୍କ ପହୁଡ଼ ନୀତି ହୋଇଥିଲା । ଏହାପରେ ରାତି ୧୨ଟା ୧୦ରେ ଦ୍ୱାର ଫିଟା ଯାଇ ମଙ୍ଗଳଆଳତୀ, ଅବକାଶ, ମଇଲମ ଆଦି ନୀତି ପରେ ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ ସଂପନ୍ନ କରାଯାଇଥିବା ସୂଚନା ମିଳିଛି । ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ପରେ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ।