Advertisment

ଆଜି ମହାମାୟାଙ୍କ ମହାଷ୍ଟମୀ; ମଣ୍ଡପରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼

ମାଆଙ୍କ ଆବାହନରେ କମ୍ପୁଛି ପୂଜା ମଣ୍ଡପ।

author-image
Manoranjan Behera
Durga Puja

Durga Puja

ଆଜି ପୀଠରେ ମହାନବମୀ, ହେଲେ ମଣ୍ଡପରେ ମହାଷ୍ଟମୀ। ମାଆଙ୍କ ଆବାହନରେ କମ୍ପୁଛି ପୂଜା ମଣ୍ଡପ। କଟକ, ଭୁବନେଶ୍ୱର, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ଜୟପୁର ସମେତ ରାଜ୍ୟର ସବୁ ସହରରେ ପୂଜା ମଣ୍ଡପ ଗୁଡିକରେ ମା’ଙ୍କୁ ଆବାହନ କରାଯାଉଛି। ଶ୍ରଦ୍ଧାଳୁଙ୍କ ଗହଳି ଚହଳି ଲାଗି ରହିଛି।

Advertisment

ଦଶହରା ପାଇଁ ପ୍ରସିଦ୍ଧ ଐତିହାସିକ ସହର କଟକରେ ତ ଯେମିତି ଆଧ୍ୟାତ୍ମିକ ପରିବେଶ। କଟକ ସହରର ସମସ୍ତ ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ କରାଯାଇଛି। ସୁନା ଚାନ୍ଦିରେ ଝଟକୁଛନ୍ତି ମା’ ଦଶଭୁଜା। କମନୀୟ ରୂପ ଲାବଣ୍ୟରେ ଝଟକୁଥିବା ମାଆଙ୍କ ଦର୍ଶନ ଲାଗି ମଣ୍ଡପଗୁଡ଼ିକୁ ଧିରେ ଧିରେ ଆରମ୍ଭ ହୋଇଥିଲା ଭକ୍ତଙ୍କ ଗହଳି ।

କଟକରେ ସୁନା-ଚାନ୍ଦି ମେଢ଼ ଭଳି ଭୁବନେଶ୍ୱରରେ ଏ ବର୍ଷ ବି ତୋରଣକୁ ନେଇ ହୋଇଛି ନାନାଦି ଏକ୍ସପେରିମେଣ୍ଟ । ରସୁଲଗଡ଼, ଝାରପଡ଼ା, ବମିଖାଲ, ଷ୍ଟେସନ ବଜାର, ସହିଦ ନଗର ଏବଂ ନୟାପଲ୍ଲୀ ଭଳି ବହୁ ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ ଦର୍ଶକଙ୍କ ମନ ମୋହୁଛି ।

Advertisment

କୋଲକତା ଦଶହରାରେ ଡିଜନି ଲ୍ୟାଣ୍ଡ। ଶ୍ରୀଭୂମି ସ୍ପୋଟିଂ କ୍ଲବରେ ଏବର୍ଷ ମାଆଙ୍କ ପୂଜା ସହ ମଣ୍ଡପକୁ ଏଭଳି ଥିମରେ ସଜାଇଛନ୍ତି । ମାଆଙ୍କ ମୂର୍ତ୍ତିରେ ବ୍ୟବହାର ହୋଇଛି ୨୬ କେଜି ସୁନା । ଏଠାରେ ମାଆଙ୍କୁ ଦର୍ଶନ କରିବାକୁ ପ୍ରବଳ ଭିଡ଼ ଜମୁଛି । କେବଳ ପଶ୍ଚିମବଙ୍ଗ ନୁହଁ ଓଡ଼ିଶାରୁ ବି ଲୋକେ ଏଠାକୁ ଦଶହରା ଦେଖିବାକୁ ଆସିଥାନ୍ତି।

Twin City Durga Puja Cuttack Durga Puja
Advertisment
Advertisment