Advertisment

Snana Purnima 2025: ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନରେ କୃତ୍ୟକୃତ୍ୟ ଭକ୍ତ, ଚକା ଆଖିରେ ଆଖି ମିଶାଇ ଗଦଗଦ ମୁଖ୍ୟମନ୍ତ୍ରୀ

ଯେତେ ଯେତେ ସିନ୍ଦୂରା ଫାଟୁଥିଲା... ସେତେ ସେତେ ସୁନ୍ଦର ଦିଶୁଥିଲା ନୀଳମଣିଙ୍କ ନୀଳକନ୍ଦର। ବଡ଼ ଦେଉଳର ପାରା ଦଳ ଦଳ ଉଡ଼ିଯିବା ପରି, ରାତି ପାହିବା ବେଳକୁ ବଡ଼ଦାଣ୍ଡରେ ଛୁଟିଥିଲା ଶ୍ରଦ୍ଧାଳୁଙ୍କ ସୁଅ। ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନ କରିବାକୁ, ଦିନ ବଢ଼ିବା ସହ... ଉଛୁଳି ଉଠୁଥିଲା ଭକ୍ତିର ଜୁଆର।

undefined

ଆଖି ମିଶିଲା, ମନ ପୂରିଲା

Advertisment

କେତେ ଭାବ, କେତେ ଭଙ୍ଗୀ । ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନରେ କୃତ୍ୟକୃତ୍ୟ ଭକ୍ତ। ଭଜନ-କୀର୍ତ୍ତନ ସାଙ୍ଗକୁ ନୃତ୍ୟଗୀତରେ ବିଦେଶୀ ବି ହେଲେ ବିଭୋର। ଚକା ଆଖିରେ ଆଖି ମିଶାଇ ଗଦଗଦ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦେଖନ୍ତୁ ଆଜି ସ୍ନାନପୂର୍ଣ୍ଣମୀରେ କିଭଳି ଭାବବିହ୍ବଳ ଥିଲେ ଭକ୍ତ, କିଭଳି ଭକ୍ତିମୟ ଥିଲା ପରିବେଶ ।

Advertisment

ଅଧିକ ପଢ଼ନ୍ତୁ: କେଉଁ ଦିଅଁ କେତେ ଗରା ପାଣିରେ ଗାଧାନ୍ତି? ଆଗରୁ କେଉଁଥିରେ ତିଆରି ହେଉଥିଲା ସ୍ନାନବେଦି?

ଯେତେ ଯେତେ ସିନ୍ଦୂରା ଫାଟୁଥିଲା... ସେତେ ସେତେ ସୁନ୍ଦର ଦିଶୁଥିଲା ନୀଳମଣିଙ୍କ ନୀଳକନ୍ଦର। ବଡ଼ ଦେଉଳର ପାରା ଦଳ ଦଳ ଉଡ଼ିଯିବା ପରି, ରାତି ପାହିବା ବେଳକୁ ବଡ଼ଦାଣ୍ଡରେ ଛୁଟିଥିଲା ଶ୍ରଦ୍ଧାଳୁଙ୍କ ସୁଅ। ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନ କରିବାକୁ, ଦିନ ବଢ଼ିବା ସହ... ଉଛୁଳି ଉଠୁଥିଲା ଭକ୍ତିର ଜୁଆର। ସେ ଭକ୍ତର ଠାକୁର... ଭାବର ଠାକୁର...। ସେଇଥିପାଇଁ ତ କାହିଁ କେତେ ଦୂରରୁ ପିଲା ଛୁଆଙ୍କୁ ଧରି ଶ୍ରୀକ୍ଷେତ୍ରକୁ ଧାଇଁ ଆସିଥିଲେ ଅଗଣିତ ଶ୍ରଦ୍ଧାଳୁ। କାଳିଆ ସାଆନ୍ତଙ୍କ ମାନବୀୟ ଲୀଳାର ଅନନ୍ୟ ନିଦର୍ଶନ ସ୍ନାନଯାତ୍ରା ଦେଖିବାକୁ, ଆଜି ବଡ଼ଦାଣ୍ଡ ପାଲଟିଥିଲା ଜନ ସମୁଦ୍ର। ଚକା ଆଖିରେ ଆଖି ମିଶାଇବାକୁ ବାହାର ରାଜ୍ୟରୁ, ଏପରିକି ଦରିଆ ପାରିରୁ ବି ଧାଇଁ ଆସିଥିଲେ ଜଗନ୍ନାଥ ପ୍ରେମୀ।

Advertisment

ରଥଯାତ୍ରା ପୂର୍ବରୁ ବଡ଼ ଠାକୁର ସବୁଠୁ ବଡ଼ ଯାତ୍ରା ସ୍ନାନଯାତ୍ରା । ସେଥିପାଇଁ ନିଜ ନିଜ ଅନୁସାରେ ସେବା ଯୋଗାଇ ଦେବାକୁ ବଡ଼ଦାଣ୍ଡରେ ଆଜି ତଲ୍ଲିନ ଥିଲେ ଅଗଣିତ ଭକ୍ତ। ଘଣ୍ଟ ଘଣ୍ଟା ମୃଦଙ୍ଗ ସାଙ୍ଗକୁ ଗୁଞ୍ଜରିତ ହେଉଥିଲା ଜୟ ଜଗନ୍ନାଥ ଧ୍ବନି। କିଏ ଓଡ଼ିଶୀ ନୃତ୍ୟ ପରିବେଷଣ କରୁଥିଲେ, ଆଉ କିଏ ନିଜକୁ ସଜାଇଥିଲେ ପରମଭକ୍ତ ହନୁମାନ ବେଶରେ। ଅସମ୍ଭବ ଗହଳି ଭିତରେ, କିଏ ସବୁକିଛି ତୁଚ୍ଛ କରି ବଡ଼ଦାଣ୍ଡରେ ମୁଣ୍ଡିଆ ମାରୁଥିଲା, କିଏ ଦୀପଟିଏ ଟେକି ଗୁହାରି କରୁଥିଲା... ଆଉ କିଏ ମନସ୍କାମନା ପୂରଣ ପାଇଁ ପଣତ ପାତୁଥିଲା। ଏପଟେ କାଳେ ସୁନାପୁଅକୁ ଗରମ ଗୁଳୁଗୁଳି ଲାଗୁଥିବ... ଦେହରୁ ଝାଳ ବୋହୁଥିବ... ସେଥିପାଇଁ ବହୁ ଦୂରରେ ଥାଇ, ନିଜେ ଖରାରେ ଠିଆ ହୋଇ ବି ଅତି ଯତ୍ନରେ ବିଞ୍ଚଣା ବିଞ୍ଚି ଦେଉଥିଲେ ଜଣେ ମହିଳା । କଥାରେ କହନ୍ତିନି... 'ମାଆ ମନ ପରା' ।

ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ରାଜ୍ୟ ତଥା ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସକାଳ ପ୍ରାୟ ୭ଟା ବେଳେ ପହଞ୍ଚି ଶ୍ରୀଜୀଉଙ୍କ ପହଣ୍ଡି ଦେଖିବା ସହ ସ୍ନାନବେଦୀରେ ମଙ୍ଗଳ ଆଳତୀ ମଧ୍ୟ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିକଶିତ ଓଡ଼ିଶା ନିର୍ମାଣ ପାଇଁ ମହାପ୍ରଭୁଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରିଥିବା ସେ ପ୍ରକାଶ କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଖୁବ ମନୋହର ଶ୍ରୀଜିଉଙ୍କ ସ୍ନାନଯାତ୍ରା; ଜାଣନ୍ତୁ କେଉଁ ଠାକୁର କିପରି କରନ୍ତି ସ୍ନାନ

Srimandir Lord Jagannath Snana Purnima
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ