Advertisment

Bhubaneswar Runs for Cancer Awareness: ବିଶ୍ବ କର୍କଟ ଦିବସରେ ଓଟିଭିର ମିନି ମାରାଥନ୍; 'ଜୀବନ ଆଡକୁ ଦୌଡ଼'ର ଥିମ୍‌ରେ ଦୌଡ଼ିଲା ରାଜଧାନୀ

ଦୌଡ଼ିଲା ରାଜଧାନୀ...ଦୌଡ଼ିଲେ ସେଲିବ୍ରିଟି, ସିନେ ଷ୍ଟାର୍, ଯୁବଗୋଷ୍ଠୀ, ଛାତ୍ରଛାତ୍ରୀ...ସମାଜ ପାଇଁ ଥିଲା ମାରାତ୍ମକ କ୍ୟାନସରର ଭୟାବହତାକୁ ଜାଣି, ତା ସହ ଲଢି, ଜିଣିବାର ବଡ଼ ସଚେତନତା ବାର୍ତ୍ତା ତ, ଓଟିଭିର ଥିମ୍ ଥିଲା ଜୀବନ ଆଡକୁ ଦୌଡ଼...ତେଣୁ ସମୟର ଢେର ଆଗରୁ କର୍କଟ ବିରୋଧୀ ସଚେତନତା ଲଢ଼େଇରେ ସାମିଲ ହେବାକୁ କଳିଙ୍ଗ ଷ୍ଟାଡିୟମରେ ଭରି ସାରିଥିଲା ଉତ୍ସାହର ଭିଡ଼।

undefined

Bhubaneswar Runs for Cancer Awareness

Advertisment

ସାରା ବିଶ୍ବକୁ ବିପଦ ସାଜିଛି କର୍କଟ ରୋଗ। ଦୈନିକ ହଜାର ହଜାର ଲୋକ ଏହି ମାରାତ୍ମକ ରୋଗର ଶିକାର ହୋଇ ପ୍ରାଣ ହରାଉଛନ୍ତି। ତେବେ ସାମାନ୍ୟ ସଚେତନ ହେଲେ ଏ ରୋଗର ମୁକାବିଲା କରିହେବ। ସେଇ ଜନ ସଚେତନତା ଉଦ୍ଦେଶ୍ୟରେ ବିଶ୍ବ କର୍କଟ ଦିବସ ଅବସରରେ ପ୍ରତିବର୍ଷ ଭଳି ଏଥର ବି ଓଟିଭି ନେଇଥିଲା ସ୍ବତନ୍ତ୍ର ପଦକ୍ଷେପ। ଜୀବନ ଆଡ଼କୁ ଦୌଡ଼ର ବାର୍ତ୍ତା ନେଇ ଆୟୋଜିତ ମିନି ମାରାଥନରେ ଦୌଡ଼ିଥିଲା ସାରା ଭୁବନେଶ୍ବର।

Advertisment

ଦୌଡ଼ିଲା ରାଜଧାନୀ...ଦୌଡ଼ିଲେ ସେଲିବ୍ରିଟି, ସିନେ ଷ୍ଟାର୍, ଯୁବଗୋଷ୍ଠୀ, ଛାତ୍ରଛାତ୍ରୀ...ସମାଜ ପାଇଁ ଥିଲା ମାରାତ୍ମକ କ୍ୟାନସରର ଭୟାବହତାକୁ ଜାଣି, ତା ସହ ଲଢି, ଜିଣିବାର ବଡ଼ ସଚେତନତା ବାର୍ତ୍ତା ତ, ଓଟିଭିର ଥିମ୍ ଥିଲା ଜୀବନ ଆଡକୁ ଦୌଡ଼...ତେଣୁ ସମୟର ଢେର ଆଗରୁ କର୍କଟ ବିରୋଧୀ ସଚେତନତା ଲଢ଼େଇରେ ସାମିଲ ହେବାକୁ କଳିଙ୍ଗ ଷ୍ଟାଡିୟମରେ ଭରି ସାରିଥିଲା ଉତ୍ସାହର ଭିଡ଼। ଆଉ ସକାଳ ପାଖାପାଖି 7ଟାରେ ଆସି ପହଞ୍ଚିଥିଲା ସେଇ ବହୁ ପ୍ରତୀକ୍ଷିତ କ୍ଷଣ। ଓଟିଭି ମିନି ମାରାଥନ୍ 2025 ଫ୍ଲାଗ ଅଫ ବେଳର ମୁହୂର୍ତ୍ତ। ବାସ୍ ସକାଳର ହାଲକା ହାଲକା କୁହୁଡ଼ିକୁ ଏଡ଼ାଇ ମାରାଥନରେ ସମସ୍ତଙ୍କ ଧମନୀରେ ଯେମିତି ଦୌଡୁଥିଲା କର୍କଟକୁ ହରାଇବାର ପଣ। ମାରାଥନ୍ ଦୌଡ଼ କଳିଙ୍ଗ ଷ୍ଟାଡିୟମରୁ ବାହାରି ଜୟଦେବ ବିହାର ଛକ ଦେଇ ଜାଭିୟର ସ୍କୋୟାର ଏବଂ ସେଇଠୁ ଫେରି ପୁଣି କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିବା ପରେ ଖୁସି ଝଲସୁଥିଲା ସବୁ ଅଂଶଗ୍ରହଣକାରୀଙ୍କ ମୁହଁରେ। 

ଅଧିକ ପଢ଼ନ୍ତୁ: କିପରି ଜାଣିବେ ସ୍ତନ କର୍କଟର ପ୍ରାରମ୍ଭିକ ଲକ୍ଷଣ; କେଉଁମାନଙ୍କ ପାଇଁ ହୁଏ ସାଙ୍ଘାତିକ…

Advertisment

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ଆପୋଲୋ ହସ୍ପିଟାଲ ସିଓଓ ଡକ୍ଟର ଆଲୋକ ଶ୍ରୀବାସ୍ତବ, ଓଟିଭି ନେଟୱର୍କର ଏମଡି ଜଗିମଙ୍ଗତ ପଣ୍ଡା ପ୍ରମୁଖ ଯୋଗ ଦେଇ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ। ପାରା ଅଲିମ୍ପିକ୍ ଗୋଲ୍ଡ ମେଡାଲିଷ୍ଟ ପ୍ରମୋଦ ଭଗତ୍, ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଗୋଲ୍ଡ ମେଡାଲିଷ୍ଟ କେ. ରବିକୁମାର, କ୍ରୀଡ଼ାବିତ୍ ଅନୁପମା ସ୍ବାଇଁ ମଧ୍ୟ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ଅବସରରେ କ୍ୟାନସରକୁ ହରାଇ ଜୀବନ ଜିତିଥିବା କିଛି ଯୋଦ୍ଧା ନିଜ ନିଜ ଅନୁଭୂତି ବଖାଣିବା ସହ ଦେଇଥିଲେ କ୍ୟାନସରରୁ ମୁକ୍ତିର ବାର୍ତ୍ତା। ପ୍ରାୟ ୨ଘଣ୍ଟାରୁ ଅଧିକ ସମୟ ଧରି କ୍ୟାନସର ସଚେତନତାର ବାର୍ତ୍ତା ସହ ପ୍ରତିଷ୍ଠିତ ଓଲିଉଡ ସିଙ୍ଗର ଏବଂ ଶ୍ରୀ ଶ୍ରୀ ୟୁନିଭର୍ସିଟିର ଛାତ୍ରଛାତ୍ରୀଙ୍କ ମ୍ୟୁଜିକାଲ ସୋ ଓ ଆକର୍ଷଣୀୟ ନୃତ୍ୟରେ ଝୁମିଥିଲେ ଉପସ୍ଥିତ ଦର୍ଶକ।

Advertisment
Students Celebrities OTV Mini Marathon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ