• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମାଆଙ୍କ ପାଖରେ ଲାଗି ହେଉଛି ବିଞ୍ଚଣା । ବିଶ୍ୱାସ ରହିଛି ମାଆ ପୋଟଲେଇଙ୍କ ପାଖରେ ବିଞ୍ଚଣା, କୁକୁଡ଼ା ଓ ଖିରପାଣି ଦେଲେ ଭଲ ହେବ ଚର୍ମ ରୋଗ । ସେଇଥି ଲାଗି ତ ମାଆଙ୍କ ପୀଠରେ ଭକ୍ତଙ୍କର ଲାଗିଛି ପ୍ରବଳ ଗହଳି । ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣିମାରେ ଏଠାକୁ ଧାଇଁ ଆସନ୍ତି ଦୂର ଦୂରାନ୍ତରୁ ଲକ୍ଷାଧିକ ଶ୍ରଦ୍ଧାଳୁ । ଚର୍ମ ରୋଗରେ ପୀଡିତ ବହୁ ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂରଣ ହୋଇ ଥିବାରୁ ମାନସିକଧାରୀମାନେ ମାଆଙ୍କ ନିକଟରେ ବିଞ୍ଚଣା, ଖିରପାଣି ଓ କୁକୁଡ଼ା ଆଦି ପ୍ରଦାନ କରିଥାନ୍ତି ।

ମାଆଙ୍କ ଏହି ଯାତ୍ରା ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟବସାୟୀମାନେ ବି ବେଶ୍‌ ରକମ ରକମ ପସରା ଖୋଲନ୍ତି । ଘରକରଣା ଜିନିଷ ଠାରୁ ଆରମ୍ଭ କରି ଚଟ୍‌ପଟି ଖାଦ୍ୟର ବି ଦୋକାନ ଖୋଲେ । ମାଆଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତମାନଙ୍କ ଲାଗି ବେପାର ବି ଭଲ ହୁଏ ।

ଯାତ୍ରା ଆଜି କି କାଲିର ନୁହେଁ ବରଂ ବହୁ ବର୍ଷ ପୁରୁଣା । ତେଣୁ ପ୍ରତିବର୍ଷ ଯାତ୍ରାକୁ ହଜାର ହଜାର ଲୋକଙ୍କ ସମାଗମ ହୁଏ । ଯାତ୍ରା କମିଟିର ସଦସ୍ୟ ତଥା ଗ୍ରାମବାସୀ ମାନେ ଯାତ୍ରାକୁ ପରିଚାଳନା କରନ୍ତି । ଏହା ସହିତ ବିଭିନ୍ନ ସଙ୍ଗଠନର ସଦସ୍ୟ ମାନେ ଯାତ୍ରାରେ ଆସୁଥିବା ଲୋକଙ୍କୁ ସାହାଯ୍ୟ ବି କରନ୍ତି । 

ଯୁଗ ଯେତେ ଆଗକୁ ଗଲେ ବି ଲୋକଙ୍କ ବିଶ୍ୱାସ ଏବେ ବି ଦେବାଦେବୀଙ୍କ ଉପରେ ବିଶ୍ୱାସ ରହିଛି । ଶ୍ରଦ୍ଧାଳୁଙ୍କ କହିବା କଥା ଯେବେ ଡାକ୍ତରୀ ଚିକିତ୍ସା ନଥିଲା ସେବେ ମାଆ ରୋଗ ଭଲ କରିଦେଉଥିଲେ । ହେଲେ ଆଜି ବିଜ୍ଞାନ ଆଗେଇଛି ସତ କିନ୍ତୁ ମାଆଙ୍କ ଆଶୀର୍ବାଦରୁ ଆଜି ବି ରୋଗ ଭଲ ହେଉଛି । ତେବେ ଭକ୍ତଙ୍କ ବିଶ୍ୱାସରେ ଚାଲିଛି ଏଇ ପୂରାତନ ଯାତ୍ରା।

(ଚୌଦ୍ୱାରରୁ ପ୍ରକାଶ ନାୟକଙ୍କ ରିପୋର୍ଟ)