Advertisment

ଲିଙ୍ଗରାଜଙ୍କ ଜାଗର ନୀତି ନିର୍ଘଣ୍ଟ; ରାତି ୧୦ଟାରେ ମହାଦୀପ ଦର୍ଶନ

ଜାଗରରେ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଆସନ୍ତାକାଲି ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ଅନୁଷ୍ଠିତ ହେବ।

author-image
Manoranjan Behera
ଅଦ୍ୟତନ ହୋଇଛି
Lingaraj Temple Maha Shivaratri

Lingaraj Temple

ଆସନ୍ତାକାଲି ମହାଶିବରାତ୍ରି। ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ସମସ୍ତ ନିର୍ଦ୍ଧାରିତ ନୀତିକାନ୍ତିକୁ ଠିକ୍ ସମୟରେ ସୁଚାରୁ ରୂପେ କିପରି ସମ୍ପାଦନ କରାଯିବ, ସେନେଇ ନିଷ୍ପତ୍ତି ହୋଇଛି। କାଲି ରାତି ୧୦ରେ ଯେମିତି ମହାଦୀପ ଉଠିବ ସେଥିପାଇଁ ସମସ୍ତେ ସହଯୋଗ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

Advertisment

ଜାଗରରେ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଆସନ୍ତାକାଲି ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ଅନୁଷ୍ଠିତ ହେବ। ଭୋର ୩ଟା ୩୦ରୁ ଦିନ ୧୧ଟା ଯାଏଁ ସାହାଣମେଲା ଦର୍ଶନ। ଦିନ ୧୨ଟାରୁ ୧୨ଟା ୪୫ ଯାଏଁ ମହାସ୍ନାନ ଓ ବେଶ ଅନୁଷ୍ଠିତ ହେବ। ଅପରାହ୍ଣ ୧୨ଟା ୪୫ରୁ ୨ଟା ୩୦ ଯାଏଁ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଶ୍ରୀଜିଉଙ୍କ ସକାଳ ଧୂପ ହେବ।

ଦିନ ୨ଟା ୪୫ରୁ ୩ଟା ୪୫ ଭୋଗ ମଣ୍ଡପ, ସଂଧ୍ୟା ୭ଟା ୧୦ରୁ ୭ଟା ୩୦ ମଧ୍ୟରେ ସଂଧ୍ୟା ଆଳତୀ, ୭ଟା ୩୦ରୁ ୮ଟା ୧୦ ଶ୍ରୀଜିଉଙ୍କ ମାଜଣା, ରାତି ୮ଟା ୧୦ରୁ ୮ଟା ୫୫ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା, ୮ଟା ୫୫ରୁ ରାତି ୧୦ଟା ଶ୍ରୀଜିଉଙ୍କ ସଂଧ୍ୟାଧୂପ ଓ ତୀର୍ଥଜଳ ଅନୟନ ଓ ରାତି ୧୦ଟାରେ ମହାଦୀପ ଦର୍ଶନ ପାଇଁ ନୀତି ନିର୍ଘଣ୍ଟ ହେବ।

Advertisment

Lingaraj Temple Jagara Yatra Maha Shivaratri
Advertisment
Advertisment