Advertisment

Security and Traffic Management: ସ୍ନାନଯାତ୍ରାରେ AI କ୍ୟାମେରା ବ୍ୟବସ୍ଥା, ଅସୁବିଧାରେ ପଡିବେନି ଶ୍ରଦ୍ଧାଳୁ

ସ୍ନାନଯାତ୍ରାରେ ଶୃଙ୍ଖଳିତ ଦର୍ଶନ ଓ ଶୃଙ୍ଖଳିତ ଟ୍ରାଫିକ ମ୍ୟାନେଜମେଣ୍ଟ ପାଇଁ ଶ୍ରୀମନ୍ଦିରରେ ୭୦ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହେବେ। AI କ୍ୟାମେରା ସର୍ଭେଲାନ୍ସ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥାକୁ ନଜର ରଖାଯିବ।

ଅଦ୍ୟତନ ହୋଇଛି
AI Cameras to Enhance Security

AI Cameras to Enhance Security

Advertisment

ଆସନ୍ତା ୧୧ ତାରିଖରେ ମହାପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା ଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ ସ୍ନାନଯାତ୍ରାରେ ଶୃଙ୍ଖଳିତ ଦର୍ଶନ ଓ ଶୃଙ୍ଖଳିତ ଟ୍ରାଫିକ ମ୍ୟାନେଜମେଣ୍ଟ ପାଇଁ ପ୍ରସ୍ତୁତି କରୁଛି ପୁରୀ ପୋଲିସ। 

Advertisment

ପୁରୀ ଏସପି ବିନିତ ଅଗ୍ରଓ୍ବାଲ କହିଛନ୍ତି, ‘‘ସ୍ନାନ ଯାତ୍ରା ଦିନ ପୁରୀରେ ୭୦ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ୪ଟି ଏସପି ରାଙ୍କର ଅଫିସର ଓ ୪୦୦ ଅନ୍ୟାନ୍ୟ ରାଙ୍କର ଅଫିସରମାନଙ୍କୁ ସୁରକ୍ଷା ଦାୟିତ୍ୱ ପାଇଁ ମୁତୟନ କରାଯାଇଛି । ମୁଖ୍ୟତଃ ଶୃଙ୍ଖଳିତ ଦର୍ଶନ, ଭିଡ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ମନ୍ଦିର ବାହାରେ, ଭିତରେ ଓ ସମୁଦ୍ର କୂଳରେ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ପାଇଁ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ୩୪ ପ୍ଲାଟୁନ ପୋଲିସ୍ ଫୋର୍ସ, ଜଣେ କମାଣ୍ଡାଣ୍ଟଙ୍କୁ ଦାୟିତ୍ୱ ଦିଆଯିବା ସହ ମନ୍ଦିର ବାହାରେ ଶୃଙ୍ଖଳିତ ଦର୍ଶନ ପାଇଁ ଓ ଭିଡ ନିୟନ୍ତ୍ରଣ ପାଇଁ ୨୪ ପ୍ଲାଟୁନ ଫୋର୍ସ ସହ ଦୁଇ ଜଣ କମାଣ୍ଡାଣ୍ଟ ରାଙ୍କର ଅଫିସର ରହିବେ ।’’

ଅଧିକ ପଢ଼ନ୍ତୁ: ଭୁବନେଶ୍ୱର ପରେ କଟକରେ କୋଭିଡ୍, ଆକ୍ରାନ୍ତଙ୍କର ନାହିଁ ଟ୍ରାଭେଲ ହିଷ୍ଟ୍ରି

Advertisment

ସେହିପରି ଟ୍ରାଫିକ ନିୟନ୍ତ୍ରଣ ବିଷୟରେ ଏସପି କହିଛନ୍ତି, ‘‘ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ ଧ୍ୟାନ ଦିଆଯାଇଛି । ମେଡିକାଲ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି । ୧୦ ତାରିଖ ସନ୍ଧ୍ୟାରୁ ଯାନବାହନ ଚଳାଚଳ ଉପରେ କଟକଣା ଲାଗିବ । ଯେଉଁମାନେ ଚାରି ଚକିଆ ଯାନରେ ଭୁବନେଶ୍ୱର ପଟୁ ଆସିବେ, ସେମାନେ ତାଙ୍କ ଗାଡିକୁ ଜେଲ ରୋଡ ଓ ଶରଧା ବାଲି ନିକଟରେ ମୁକ୍ତ ଅଞ୍ଚଳରେ ପାର୍କିଂ କରିବେ । ଯେଉଁମାନେ କୋଣାର୍କ ପଟୁ ଆସିବେ, ସେମାନେ ଶରଧା ବାଲି ନିକଟରେ ପାର୍କିଂ କରିବେ । ଯେଉଁମାନେ ବ୍ରହ୍ମଗିରି ପଟୁ ଆସିବେ, ସେମାନେ ଯାତ୍ରୀଗାର ନିକଟରେ ଚାରିଚକିଆ ଯାନକୁ ପାର୍କିଂ କରିବେ । ସେହିଭଳି ଯେଉଁମାନେ ଦୁଇ ଚକିଆ ଯାନରେ ଆସିବେ, ସେମାନେ ମାର୍କେଟ ଛକ, ମ୍ୟୁନିସିପାଲିଟି କମ୍ପେ୍ଲକ୍ସରେ ଗାଡି ପାର୍କିଂ କରିବେ ।’’

ଏତଦବ୍ୟତୀତ ଭିଡ ନିୟନ୍ତ୍ରଣ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇ ଏସପି କହିଛନ୍ତି, ‘‘ସ୍ଥାନାନ୍ତରଣ ପଏଣ୍ଟ କରାଯିବା ସହ ସ୍ଥାନାନ୍ତରଣ କରିବା ପାଇଁ ଟିମ୍ ନିୟୋଜିତ କରାଯିବ । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସ୍ବତନ୍ତ୍ର ବ୍ୟାରିକେଡ ଦେଇ ଦର୍ଶନ ବ୍ୟବସ୍ଥା କରାଯିବ। AI କ୍ୟାମେରା ସର୍ଭେଲାନ୍ସ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥାକୁ ନଜର ରଖାଯିବ। ୧୪୦ଟି କ୍ୟାମେରା ସମ୍ପୂର୍ଣ୍ଣ ନଜର ରଖିବ । ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ପାଇଁ ଏବଂ ମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ସବୁ ସର୍ଭେଲାନ୍ସ ନିୟମିତ ଚାଲିବ । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ’’ ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି ବିନିତ ଅଗ୍ରଓ୍ବାଲ ।

Advertisment

ଅଧିକ ପଢ଼ନ୍ତୁ: ଛେନାପୋଡ଼ କହୁଛି, ମୋତେ GI ଟ୍ୟାଗ୍ ଦିଅ

Puri Jagannath Temple Snana Yatra Darshan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ