• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି ୭୫ତମ ଗଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ଯାଏଁ ଆଜି ଗଣତନ୍ତ୍ରର ସବୁଠୁ ବଡ଼ ପର୍ବକୁ ପାଳନ କରାଯାଉଛି । ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଭାରତୀୟ ସେନା ଶୌର୍ଯ୍ୟ, ସାମର୍ଥ ଏବଂ ବୀରତ୍ୱ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରେଡର ଅଭିବାଦନ ଗ୍ରହଣ କରିଥିଲେ ।

ପରେଡ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏଥର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇଛନ୍ତି । ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ ରହିଛି । ୮ହଜାରରୁ ଅଧିକ ଫୋର୍ସ ମୁତୟନ କରାଯାଇଛି ।

ଖାଲି ରାଜଧାନୀ ଦିଲ୍ଲୀ ନୁହେଁ ଦେଶର ସମସ୍ତ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ । ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥର ପରେଡର ନେତୃତ୍ୱ ନେଇଛନ୍ତି IPS ଅଫିସର ଏ.ବି. ଶିଳ୍ପା ।

ପରେଡ଼ରେ ମୋଟ ୬୪ କଣ୍ଟିଜେଣ୍ଟ ଭାଗ ନେଇଛନ୍ତି । ITBP, CRPF, BSF, FIRE, ODRAF, ଓଡିଶା ହୋମ୍ ଗାର୍ଡ, RPF, SAINIK SCHOOL ପୋଲିସ ବ୍ୟାଣ୍ଡ ସମତେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ପରେଡ଼ରେ ସାମିଲ ହୋଇଛନ୍ତି । ତା’ସହ ୪ଟି ସାଂସ୍କୃତିକ ଦଳ, ସ୍କେଟିଂ, ଡେୟାର ଡେଭିଲ୍ସ ବି ପରେଡ଼ରେ ସାମିଲ ହୋଇଛନ୍ତି ।