Advertisment

ପର୍ଯ୍ୟଟନ ସ୍ଥଳୀରେ ଟିକେଟ୍ ମହା ଘୋଟାଲା ! ହଠାତ୍ ପର୍ଯ୍ୟଟକଙ୍କ ଆଶାତୀତ ସଂଖ୍ୟା ବୃଦ୍ଧିରୁ ଖୋଲିଲା ଗୁମର

ବର୍ଷ ବର୍ଷ ଧରି କୋଟି କୋଟି ମାରୁଛନ୍ତି ଟିକେଟ୍ ରାକେଟ୍। କୋଣାର୍କ ସୂର୍ଯ୍ୟ ମନ୍ଦିରରେ ମାସକୁ ୫୦ ଲକ୍ଷ ଚଳୁ ଅଭିଯୋଗ।

ଅଦ୍ୟତନ ହୋଇଛି
Konark temple

Konark temple

Advertisment

ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ରେ ଟିକେଟ୍ ଘୋଟାଲା। ସୁବ୍ୟବସ୍ଥିତ ରାକେଟ୍ ମାଧ୍ୟମରେ ବ୍ୟବସ୍ଥା ଆଖିରେ ଆଗୁଣ୍ଠି ଗେଞ୍ଜି ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କା ଚଳୁ ହୋଇଥିବା ଅଭିଯୋଗ। ଆଉ ଏ ଅଭିଯୋଗକୁ ବଳ ଦେଇଛି ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ। ଏହା ଅନୁଯାୟୀ, ପର୍ଯ୍ୟଟନ ସମୟ କୁହାଯାଉଥିବା ଗତ ଜାନୁଆରୀ ମାସ ତୁଳନାରେ ସେପ୍ଟେମ୍ବରରେ ପର୍ଯ୍ୟଟକଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ୪ ଗୁଣା ବଢ଼ିଯାଇଛି। ଧରପଗଡ଼ ପରେ ଏ ସଂଖ୍ୟା ବଢ଼ିଥିବା କୁହାଯାଉଛି। ଯାହାକି ଯୋଜନାବଦ୍ଧ ଭାବେ ଟିକେଟ୍ ରିସାଇକ୍ଲିଂର ସନ୍ଦେହକୁ ଘନୀଭୂତ କରିଛି।

Advertisment

ଅଧିକ ପଢ଼ନ୍ତୁ: ଆସୁନାହାନ୍ତି ଦେଶୀ କି ବିଦେଶୀ ପର୍ଯ୍ୟଟକ! ମହତ୍ତ୍ୱ ହରାଉଛି କି ରାଜ୍ୟ ପର୍ଯ୍ୟଟନ

ପର୍ଯ୍ୟଟନ ସ୍ଥଳୀରେ ଟିକେଟ୍ ମହା ଘୋଟାଲା ! ବର୍ଷ ବର୍ଷ ଧରି କୋଟି କୋଟି ମାରୁଛନ୍ତି ଟିକେଟ୍ ରାକେଟ୍। କୋଣାର୍କ ସୂର୍ଯ୍ୟ ମନ୍ଦିରରେ ମାସକୁ ୫୦ ଲକ୍ଷ ଚଳୁ ଅଭିଯୋଗ। ହଠାତ୍ ପର୍ଯ୍ୟଟକଙ୍କ ଆଶାତୀତ ସଂଖ୍ୟା ବୃଦ୍ଧିରୁ ଖୋଲିଲା ଗୁମର। ଏବେ ପୂରା ଖବରକୁ ଆସିବା। ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ସମେତ ରାଜ୍ୟର ୭୮ଟି କିର୍ତ୍ତିତ୍ତିରାଜିର ସୁରକ୍ଷା ଦାୟିତ୍ୱ ନେଇଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ବା ଏଏସଆଇ। କୋଣାର୍କ ଓ ଖଣ୍ଡଗିରି-ଉଦୟଗିରି ସମେତ ରାଜ୍ୟର କିଛି ଜାତୀୟ କୀର୍ତ୍ତିରାଜି ପରିଦର୍ଶନ ପାଇଁ ପର୍ଯ୍ୟଟକଙ୍କଠୁ ପ୍ରତିଦିନ ଟିକେଟ ଜରିଆରେ ଫି ଆଦାୟ କରିଥାଏ। ପ୍ରଥମେ କୋଣାର୍କ କଥା ଜାଣିବା- ଏଠି ପର୍ଯ୍ୟଟକଙ୍କ ଟିକେଟ୍ କଟା ଦାୟିତ୍ୱ ଏଏସ୍ଆଇର କୋଣାର୍କ ସବ୍-ସର୍କଲ କର୍ମଚାରୀଙ୍କର।

Advertisment

ତେବେ ମାସକୁ ଏଠି କେତେ ଟିକେଟ୍ କାଟୁଛି ଏଏସଆଇ? ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟକୁ ଟିକେ ପଢନ୍ତୁ। ଗତ ଜାନୁଆରୀର ଟିକେଟ୍ ଡାଟା ଯେଉଁ ମାସକୁ ପର୍ଯ୍ୟଟକଙ୍କ ଋତୁ ବୋଲି କୁହାଯାଏ, ସେଇ ମାସରେ କୋଣାର୍କ ବୁଲିଛନ୍ତି ମାତ୍ର ୪୧ ହଜାର ପର୍ଯ୍ୟଟକ ହେଲେ ସେପ୍ଟେମ୍ବରରେ କିନ୍ତୁ ଦେଶୀ-ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଏକାଥରେ ୪ ଗୁଣରୁ ଅଧିକ ବଢ଼ି ଲକ୍ଷେ ୭୯ ହଜାର ଡେଇଁଯାଇଛି। ଅର୍ଥ ସଂଗ୍ରହ ପରିମାଣ ବି ୧୬ ଲକ୍ଷ ୭୧ ହଜାରରୁ ୭୨ ଲକ୍ଷ ୨୭ ହଜାରକୁ ବଢ଼ିଛି, ହେଲେ ୯ ମାସରେ କୁଆଡୁ ଆସିଲେ ଏତେ ପର୍ଯ୍ୟଟକ? ଅଭିଯୋଗ ହେଉଛି ଟିକେଟ୍ ରି ସାଇକଲିଂ କରି ପର୍ଯ୍ୟଟକଙ୍କ ସଂଖ୍ୟାକୁ ଜାଣି ଶୁଣି କମାଇ ସେଇ ବାବଦକୁ ମାସକୁ ପ୍ରାୟ ୫୦ ଲକ୍ଷ ଟଙ୍କା ହରିଲୁଟ୍ ହେଉଥିଲା। ହେଲେ ଜୁଲାଇ ମାସରେ ଏଏସଆଇ ପକ୍ଷରୁ ସ୍ବତନ୍ତ୍ର ଯାଞ୍ଚ ପରେ ଆକସ୍ମିକ ଭାବେ ପର୍ଯ୍ୟଟକଙ୍କ ସଂଖ୍ୟା ଓ ଟିକେଟରୁ ମିଳୁଥିବା ଟଙ୍କାର ପରିମାଣ ବଢ଼ିଯାଇଛି।

କେବଳ କୋଣାର୍କ ମନ୍ଦିର ନୁହେଁ, ଖଣ୍ଡଗିରି ଓ ଉଦୟଗିରିରେ ମଧ୍ୟ ସମାନ ଘୋଟାଲା। ଏଠି ବି ଜାନୁଆରୀ ତୁଳନାରେ ସେପ୍ଟେମ୍ବର ମାସରେ ପର୍ଯ୍ୟଟକଙ୍କ ସଂଖ୍ୟା ପାଖାପାଖି ୩ ଗୁଣା ବଢ଼ି ୮ ହଜାରରୁ ୨୫ ହଜାରରେ ପହଞ୍ଚିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଏଠି ବି ଗୋଟିଏ ଟିକେଟକୁ ନଚିରି ପୁଣି ବ୍ୟବହାର କରିବା ଏବଂ ଟୁରିଷ୍ଟ ବସ୍‌ରେ ଆସୁଥିବା ପର୍ଯ୍ୟଟକଙ୍କଠୁ ଟିକେଟ୍ ନକାଟି ଟିକେଟ୍ ଅର୍ଥଠୁ କମ୍ ଆଦାୟ କରି ଚଳୁ ହେଉଛି।

Advertisment

ଏଠି ପ୍ରଶ୍ନ ଉଠୁଛି, ବର୍ଷ ବର୍ଷ ଧରି ଟିକେଟ ଜରିଆରେ କୋଟି କୋଟି ଟଙ୍କା ହରିଲୁଟ ହେଉଥିବା ବେଳେ ଏଏସଆଇ ଜାଣି ପାରୁ ନଥିଲା କେମିତି? ଏଭଳି କାରବାର ପଛରେ ବଡ଼ ରାକେଟ୍ କାମ କରୁଛି କି ? ତେବେ ଏସଆଇ ଭୁବନେଶ୍ୱର ସର୍କଲ ସୁପରିନ୍ଟେଣ୍ଡେଣ୍ଟ କିନ୍ତୁ ଟିକେଟରେ ଘୋଟାଲା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

(କୋଣାର୍କରୁ ସଂଜୟ ପତି, ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋ)

Konark Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ