Advertisment

କାହିଁକି ହାର୍ଟ ଆଟାକ୍‌ର ଶିକାର ହେଉଛନ୍ତି ସେଲିବ୍ରିଟି ?

ନିଜକୁ ଫିଟ୍ ରଖିବା ଲାଗି ଏବେକାର ଯୁବପିଢି ଅଧିକ ସମୟ ଜିମ୍‌ରେ ରହୁଛନ୍ତି।  ଅଧିକ ସମୟ ବ୍ୟାୟାମ କରିବା ସହ ସୁନ୍ଦର ଦେଖାଯିବା ଲାଗି ବିଭିନ୍ନ ପ୍ରକାର ଷ୍ଟେରଏଡ୍ ବା ଔଷଧ ସେବନ କରୁଛନ୍ତି। ଷ୍ଟେରଏଡ୍ ନେବା ସ୍ୱାସ୍ଥ୍ୟ ପାଇଁ ଘାତକ ସାଜିପାରେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Why most of the celebrities suffering from heart attack

Why most of the celebrities suffering from heart attack

ବଲିଉଡ୍‌ର ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ଏମ୍ସରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। କମେଡିଆନ୍‌ ରାଜୁ ଶ୍ରୀବାସ୍ତବ(୫୮) ଜିମ୍‌ରେ ଟ୍ରେଡ୍‌ମିଲ୍‌ରେ ଦୌଡ଼ିବା ସମୟରେ ହାର୍ଟ ଆଟାକ୍‌ ଆସିଥିଲା। ଏହାପରେ ତାଙ୍କର ମୁଣ୍ଡବ୍ୟଥା ହୋଇଥିଲା ଓ ସେ ତଳେ ପଡ଼ି ଯାଇଥିଲେ। ତତ୍‌କ୍ଷଣାତ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

Advertisment

ଆଜିକାଲିର ଯୁବପିଢ଼ି ସୁନ୍ଦର ଶରୀର ଅର୍ଥାତ୍‌ ସୁନ୍ଦର ଦିଶିବା ପାଇଁ ଜିମ୍‌ରେ ଝାଳ ବୁହାଉଛନ୍ତି। ଅଧିକାଂଶ ଲୋକ ମସଲ୍‌ ଓ ବାଇସ୍ପେସ୍‌ ବଢ଼ାଇବା ପାଇଁ ଜିମ୍‌ ଯାଇଥାନ୍ତି। ଆଉ କିଛି ଲୋକ  ଜଲ୍‌ଦି ରେଜଲ୍ଟ ପାଇବା ପାଇଁ ଅନେକ ଜିନିଷ ବ୍ୟବହାର କରିଥାନ୍ତି। ଯେପରିକି ଷ୍ଟେରଏଡ୍‌ ଓ ଇଞ୍ଜେକ୍ସନ ଇତ୍ୟାଦି। ହେଲେ ସେମାନଙ୍କର ଏହି ନିଶା କେତେବେଳେ ଯେ ସେମାନଙ୍କୁ ମୃତ୍ୟୁମୁଖକୁ ଠେଲି ଦେବ ହୁଏତ ତାହା ସେମାନଙ୍କୁ ଜଣାନଥିବ।

ଜୀବନ ନେଉଛି କି ଫିଟ୍‌ନେସ୍‌ ନିଶା ? 

ନିକଟ ଅତୀତରେ ଦେଖାଯାଇଛି ଅଧିକ ସଂଖ୍ୟାରେ ସେଲିବ୍ରିଟି ହିଁ ହାର୍ଟ ଆଟାକ୍‌ର ଶିକାର ହେଉଛନ୍ତି। କନ୍ନଡ ଫିଲ୍ମ ଜଗତର ସୁପରଷ୍ଟାର ୪୬ ବର୍ଷୀୟ ପୁନିତ ରାଜକୁମାର, ଟେଲିଭିଜନ ଅଭିନେତା ୪୦ ବର୍ଷୀୟ ସିଦ୍ଧାର୍ଥ ଶୁକ୍ଲା, ୫୩ ବର୍ଷୀୟ ଗାୟକ କେକେ ହୃଦ୍‌ଘାତର ଶିକାର ହୋଇ ଅଳ୍ପ ବୟସରେ ଜୀବନ ହରେଇଛନ୍ତି। ସେହିପରି ବ୍ରାଜିଲର ବଡି ବିଲ୍ଡର ତଥା ଟିକ୍‌ଟକ୍‌ ଷ୍ଟାର୍‌ ଭ୍ଲାଦିର୍‌ ସେଗାତୋ ମସଲ୍‌ ବଢ଼ାଇବା ପାଇଁ ଏମିତି କିଛି ଉପାୟ ଆପଣାଇଲେ ଯେଉଁଥିରେ ତାଙ୍କର ଜୀବନ ଚାଲି ଯାଇଛି। ନିଜକୁ ଫିଟ୍ ରଖିବା ଉଦ୍ୟମରେ ଅଧିକ ଏକ୍ସରସାଇଜ୍ ଯୋଗୁ ହୃଦ୍‌ଘାତ ହେଉଛି କି ?

Advertisment

କାରଣ କମେଡିଆନ୍ ରାଜୁ ଶ୍ରୀବାସ୍ତବ ଓ୍ୱାର୍କ ଆଉଟ୍ କରିବା ସମୟରେ ହୃଦ୍‌ଘାତର ଶିକାର ହୋଇଥିଲେ। ସମାନ ଅବସ୍ଥା ଭୋଗିଥିଲେ ପୁନିତ ରାଜକୁମାର। ସକାଳୁ ଏକ୍ସରସାଇଜ୍ କରିବା ସମୟରେ ତାଙ୍କୁ ହାର୍ଟ ଆଟାକ୍ ହୋଇଥିଲା। ଆଉ ହସ୍ପିଟାଲ ନେବା ପରେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। କାର୍ଡିଓଲୋଜି ସୋସାଇଟି ଅଫ୍ ଇଣ୍ଡିଆର ସୂଚନା ଅନୁସାରେ, ଭାରତରେ ପ୍ରତି ମିନିଟରେ ୩୫ରୁ ୫୦ ବର୍ଷ ବୟସର ୪ ଜଣ ବ୍ୟକ୍ତି ହୃଦ୍‌ଘାତର ଶିକାର ହେଉଛନ୍ତି। 

ଭାରତରେ ହୃଦ୍‌ଘାତରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨୫% ହେଉଛନ୍ତି ୩୫ ବର୍ଷ ଏବଂ ତା’ ଠାରୁ କମ୍ ବୟସର। ପୂର୍ବରୁ ବୟସ୍କ ବ୍ୟକ୍ତି ହୃଦ୍‌ଘାତର ଶିକାର ହେଉଥିଲେ। କିନ୍ତୁ ଏବେ ଯୁବପିଢି ଅଧିକ ଏହାର ଶିକାର ହେଉଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅତ୍ୟଧିକ ବ୍ୟାୟାମ୍ ହୃଦ୍‌ଘାତ ହେବାର ଆଶଙ୍କାକୁ ବଢାଇ ଦେଉଛି। ନିଜକୁ ଫିଟ୍ ରଖିବା ଲାଗି ଏବେକାର ଯୁବପିଢି ଅଧିକ ସମୟ ଜିମ୍‌ରେ ରହୁଛନ୍ତି।  ଅଧିକ ସମୟ ବ୍ୟାୟାମ କରିବା ସହ ସୁନ୍ଦର ଦେଖାଯିବା ଲାଗି ବିଭିନ୍ନ ପ୍ରକାର ଷ୍ଟେରଏଡ୍ ବା ଔଷଧ ସେବନ କରୁଛନ୍ତି। ଷ୍ଟେରଏଡ୍ ନେବା ସ୍ୱାସ୍ଥ୍ୟ ପାଇଁ ଘାତକ ସାଜିପାରେ। ଏକ ଗବେଷଣା ଅନୁସାରେ,  ଭାରତରେ ଜିମ୍ ଯାଉଥିବା ୩୦ ଲକ୍ଷ ଲୋକ ଷ୍ଟେରଏଡ୍ ନେଇଥାନ୍ତି। ଏମାନଙ୍କ ମଧ୍ୟରୁ ୭୩% ହେଉଛନ୍ତି ୧୬ରୁ ୩୫ ବର୍ଷ ବୟସ ବର୍ଗର।  

Fitness Heart Attack Celebrity Suffer Heart Attack
Advertisment
Advertisment