Advertisment

ବଲିଉଡ୍‌ ଷ୍ଟାର୍‌ଙ୍କ ନୂଆ ଟ୍ରେଣ୍ଡ୍; ସଞ୍ଜରେ ବାହା; କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ସଞ୍ଜରେ ବିବାହ କରିବା ଏବେ ବଲିଉଡ୍‌ ଷ୍ଟାର୍‌ଙ୍କ ନୂଆ ଟ୍ରେଣ୍ଡ୍ ହୋଇଯାଇଛି। ହିନ୍ଦୁ ପ୍ରଥା ଅନୁସାରେ ଏହି ସମୟ ବିବାହ ଉପଯୋଗୀ ହୋଇ ନଥିଲେ ବି ଷ୍ଟାରମାନେ ଏହାକୁ ଆପଣେଇ ନେଇଛନ୍ତି। ଏହା ପଛରେ ରହିଛି ଏମିତି କାରଣ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

author-image
Pramod Behera
ଅଦ୍ୟତନ ହୋଇଛି
Why Bollywood Stars Choose Sunset Time To Marry

Why bollywood stars choose sunset time to marry

ବଲିଉଡ୍‌ରେ କେତେବେଳେ କ’ଣ ଟ୍ରେଣ୍ଡ୍ ହେବ ତାହା କହିବା କଷ୍ଟକର। ଆଜିକାଲି ଗୋଟିଏ ଜିନିଷ ବଲିଉଡ୍‌ରେ ବହୁତ ଲୋକପ୍ରିୟ ହେବାରେ ଲାଗିଛି, ତାହା ହେଉଛି ବିବାହର ଶୁଭ ମୁହୂର୍ତ୍ତ। ହିନ୍ଦୁ ରୀତିନୀତି ଏବଂ ପ୍ରଥା ଅନୁଯାୟୀ ବିବାହର ସର୍ବୋତ୍ତମ ସମୟ ହେଉଛି ସକାଳ କିମ୍ବା ରାତି ସମୟ।

Advertisment

ତେଣୁ ପ୍ରଥା ଅନୁଯାୟୀ, ବିବାହ ପ୍ରାୟତଃ ପୂରା ସକାଳେ କିମ୍ବା ରାତିରେ ହୋଇଥାଏ। କିନ୍ତୁ ବର୍ତ୍ତମାନ ବଲିଉଡ୍‌ ରେ ଏକ ନୂଆ ଟ୍ରେଣ୍ଡ୍ ଆରମ୍ଭ ହୋଇଛି। ଷ୍ଟାର୍‌ମାନେ ବର୍ତ୍ତମାନ ଦିନରାତି ଛାଡି ସନ୍ଧ୍ୟାରେ ବା ସୂର୍ଯ୍ୟ ଅସ୍ତ ହେବା ସମୟରେ ବିବାହ କରୁଛନ୍ତି।

ଅଧିକ ପଢ଼ନ୍ତୁ: (କିଆରା ଏବଂ ସିଦ୍ଧାର୍ଥ ଡେଟିଂ କରୁଥିଲେ, କିନ୍ତୁ କୌଣସି ବ୍ରାଣ୍ଡ୍‌ର ପ୍ରମୋସନ ପାଇଁ ନୁହେଁ: କଙ୍ଗନା)

Advertisment

ସୂର୍ଯ୍ୟାସ୍ତ ସମୟରେ ବିବାହ କରିବା ପଛରେ ନା କୌଣସି ପରମ୍ପରା ଅଛି ନା କୌଣସି ରୀତିନୀତି ଅଛି। ତେବେ ଏହା ପଛରେ କ’ଣ ଅଛି। ଦେଖିବାକୁ ଗଲେ ଏହା ପଛରେ କେବଳ କ୍ୟାମେରାର ଏକ 'କ୍ଲିକ୍' ଅଛି। ଏବେ ଆପଣ ନିଶ୍ଚୟ ଭାବୁଥିବେ ଯେ ଏହା କ’ଣ?

ତେବେ ଜାଣନ୍ତୁ ଯେ ସନ୍ଧ୍ୟା ହେଉଛି ସେହି ସମୟ ଯେତେବେଳେ ଫଟୋ ନିଆଗଲେ ସେଗୁଡିକ ବହୁତ ସୁନ୍ଦର ଏବଂ ଚମତ୍କାର ଦେଖାଯାଏ। ଯେତେବେଳେ ସୂର୍ଯ୍ୟ ଅସ୍ତ ହୁଅନ୍ତି ଏ‍ବଂ ଏହାର କଅଁଳିଆ ଆଲୋକ ମୁହଁରେ ପଡେ, ସେତେବେଳେ ଚେହେରାର ଚମକ ଦେଖାଦିଏ।

Kiara Advani Siddharth Mahotra(କିଆରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା)

ବଲିଉଡ୍‌ ଷ୍ଟାର୍‌ମାନେ ଏହି କିରଣକୁ ନେଇ ପାଗଳ। କେବଳ ଫଟୋ ପାଇଁ ବର୍ତ୍ତମାନ ଅଧିକାଂଶ ବିବାହ ସନ୍ଧ୍ୟାରେ ହିଁ ହେଉଛି। ବଲିଉଡ୍‌ ଯୋଡିମାନଙ୍କ କିଛି ଫଟୋରେ ଆପଣ ଏହାକୁ ବହୁତ ଭଲ ଭାବରେ ଦେଖିପାରିବେ। ତେବେ ଆସନ୍ତୁ ଏମିତି କିଛି ବଡିଉଡ୍‌ ଯୋଡିଙ୍କ ଫଟୋ ଉପରେ ନଜର ପକେଇବା ଯେଉଁମାନେ ସୂର୍ଯ୍ୟାସ୍ତ ସମୟର କିରଣକୁ ନେଇ ପାଗଳ।

ନିକଟରେ ପତି-ପତ୍ନୀ ହୋଇଥିବା ଆଥିଆ ଶେଟ୍ଟୀ ଓ କେ.ଏଲ୍ ରାହୁଲଙ୍କ ଏହି ଫଟୋରେ ଆପଣ ସନ୍ଧ୍ୟାରେ ବୁଡୁଥିବା ସୂର୍ଯ୍ୟକୁ ସ୍ପଷ୍ଟଭାବେ ଦେଖିପାରୁଥିବେ। ଦମ୍ପତିଙ୍କ ମଧ୍ୟରେ ସୂର୍ଯ୍ୟଙ୍କ ଏହି ଉଜ୍ଜ୍ୱଳ କିରଣ ସେମାନଙ୍କର ବିବାହ ଫଟୋକୁ ଚମତ୍କାର କରୁଛି।

Athiya Shetty KL Rahul(ଆଥିଆ ଶେଟ୍ଟୀ ଓ କେ.ଏଲ୍ ରାହୁଲ)

ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ ବିବାହ କାର୍ଯ୍ୟକ୍ରମ ମଧ୍ୟ ଅପରାହ୍ନ ୨ଟାରୁ ଆରମ୍ଭ ହୋଇଥିଲା। ଏହି ଦମ୍ପତିଙ୍କ ବିବାହ ରୀତିନୀତି ଠିକ ୪-୫ ମଧ୍ୟରେ ହୋଇଥିଲା।

Deepika Padukone Ranveer Singh(ଦୀପିକା ପାଦୁକୋନ ଓ ରଣବୀର ସିଂହ)

ଆଲିଆ ଭଟ୍ଟ-ରଣବୀର କପୁର ମଧ୍ୟ ୧୪ ଏପ୍ରିଲ ୨୦୨୨ରେ ଦିନ ୪ ରୁ ୫ ମଧ୍ୟରେ ବିବାହ ବନ୍ଧନରେ ବନ୍ଧା ହୋଇଥିଲେ।

Alia Bhatt Ranbir Kapoor(ଆଲିଆ ଭଟ୍ଟ-ରଣବୀର କପୁର)

ଦିୟା ମିର୍ଜା ମଧ୍ୟ ବ୍ୟବସାୟୀ ବୈଭବ ରେଖୀଙ୍କୁ ୧୫ ଫେବୃଆରୀ ୨୦୨୨ରେ ସନ୍ଧ୍ୟାରେ ବିବାହ କରିଥିଲେ। ଦମ୍ପତିଙ୍କ ବିବାହ ମଧ୍ୟ ୫ଟାରୁ ୬ଟା ମଧ୍ୟରେ ହୋଇଥିଲା।

Diya Mirza Baivab Rekhi(ଦିୟା ମିର୍ଜା ଓ ବୈଭବ ରେଖୀ)

କ୍ୟାଟ୍ରିନା କୈଫ୍‌ ଓ ବିକି କୌଶଲ ୯ ଡିସେମ୍ବର ୨୦୨୧ରେ ୩.୩୦ ରୁ ୩.୪୫ ମଧ୍ୟରେ ଅଗ୍ନିକୁ ସାକ୍ଷୀ ରଖି ସପ୍ତଘେରା ନେଇଥିଲେ।

Katrina Kaif Vicky Kaushal(କ୍ୟାଟ୍ରିନା କୈଫ୍‌ ଓ ବିକି କୌଶଲ)

କୌତୁହଳର ବିଷୟ ହେଉଛି ଏବେ କିଆରା ଓ ସିଦ୍ଧାର୍ଥ ମଧ୍ୟ ସୂର୍ଯ୍ୟାସ୍ତ ସମୟରେ ଜୈସଲମେରର ସୂର୍ଯ୍ୟଗଡ ମହଲରେ ବିବାହ କରିଛନ୍ତି। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଦମ୍ପତିଙ୍କ ବିବାହର ଫଟୋକୁ ଅପେକ୍ଷା କରିଛନ୍ତି।

Bollywood Marriage KL Rahul Alia Ranbir Deepika Ranveer
Advertisment
Advertisment