• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଅମ୍ବାନୀ ପରିବାରର ସାନ ବୋହୂ ରାଧିକା ମର୍ଚାଣ୍ଟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ରାଧିକା, ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କୁ ବିବାହ କରିଛନ୍ତି । ଉଭୟଙ୍କ ବିବାହ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥିଲା । ଭାରତ ତଥା ବିଦେଶର ଅତିଥିମାନେ ତାଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ ଏବଂ ଏହି ଉତ୍ସବ ବେଶ୍‌ ଆକର୍ଷଣୀୟ ମଧ୍ୟ ଥିଲା । ବିବାହ ପରେ ରାଧିକା ତାଙ୍କ ଶାଶୁ ଘରେ ପ୍ରଥମ ଥର ପାଇଁ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ସେ ଆଣ୍ଟିଲିଆରେ ଥିବା ବିଳାସପୂର୍ଣ୍ଣ ଘରେ ପୁରା ପରିବାର ସହିତ ତାଙ୍କ ଜନ୍ମଦିନ ପାଳନ କରିଥିଲେ । ଏହି ପାର୍ଟିରେ କିଛି ବଲିଉଡ୍‌ ତାରକା ଓ ପୂର୍ବତନ କ୍ରିକେଟର ଯୋଗ ଦେଇଥିଲେ । ତେବେ ରାଧିକାଙ୍କ ଜନ୍ମଦିନ ଉତ୍ସବର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଣ୍ଟିଲିଆରେ ପାଳନ ହୋଇଥିବା ଏହି ଉତ୍ସବର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ରାଧିକା ପ୍ରଥମେ କେକ୍ କାଟୁଥିବା ଏବଂ ପରେ ସମସ୍ତଙ୍କୁ ଜଣକ ପରେ ଜଣେ କେକ୍‌ ଖାଇବାକୁ ଦେଉଥିବାର ନଜର ଆସିଛି।

କେକ୍ କାଟିବା ପରେ ରାଧିକା ପ୍ରଥମେ ତାଙ୍କ ସ୍ୱାମୀ ଅନନ୍ତ ଅମ୍ବାନୀଙ୍କୁ କେକ୍‌ ଖାଇବାକୁ ଦେଇଥିଲେ । ଏହା ପରେ ସେ ତାଙ୍କ ଶ୍ୱଶୁର ମୁକେଶ ଅମ୍ବାନୀ ଏବଂ ପରେ ତାଙ୍କ ପିତାମାତାଙ୍କୁ କେକ୍‌ ଖୁଆଇ ଖାଇ ଆଶୀର୍ବାଦ ନେଇଥିଲେ । ଏହା ପରେ, ରାଧିକା ଆକାଶ ଅମ୍ବାନୀଙ୍କୁ କେକ୍ ଖାଇବାକୁ ଦେବା ମାତ୍ରେ ସେ ଏହାକୁ ଖାଇବାକୁ ମନା କରିଦେଲେ । ବାସ୍ତବରେ, ଆକାଶ ରାଧିକାଙ୍କୁ ପ୍ରଥମେ କେକ୍‌କୁ ତାଙ୍କ ଜେଜେ ମା’ଙ୍କୁ ଦେବାକୁ କହିଥିଲେ । ରାଧିକା ଆକାଶଙ୍କ କଥା ମାନି ସେପରି ମଧ୍ୟ କରିଥିଲେ । ରାଧିକା ତାଙ୍କ ଜେଜେ ମା’ କୋକିଲାବେନଙ୍କ ନିକଟକୁ ଯାଇଥିଲେ ଏବଂ ତାଙ୍କୁ କେକ୍‌ ଦେଇଥିଲେ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ଆକାଶଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now