Advertisment

ପ୍ରେମିକ ମାଥିଆସ୍ ବୋଙ୍କୁ ବାହା ହେବେ ତାପସୀ ପନ୍ନୁ; କିଏ ଏହି ମାଥିଆସ୍

ବଲିଉଡରେ ୨୦୨୪ ଆରମ୍ଭ ହେବା ମାତ୍ରେ ବିବାହ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିକଟରେ ରକୁଲ ପ୍ରୀତ ସିଂହ ଏବଂ ଜ୍ୟାକି ଭାଗନାନୀଙ୍କ ଧୂମଧାମ ବିବାହ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଆଉ ଜଣେ ବଲିଉଡ ଅଭିନେତ୍ରୀଙ୍କ ବିବାହ ଖବର ସାମ୍ନାକୁ ଆସିଛି। ସେ ହେଲେ ‘ଡଙ୍କି’ ଅଭିନେତ୍ରୀ ତାପସୀ ପନ୍ନୁ।

author-image
Pramod Behera
ଅଦ୍ୟତନ ହୋଇଛି
Who is taapsee pannu boyfriend mathias boe

taapsee pannu boyfriend mathias boe

ବଲିଉଡରେ ୨୦୨୪ ଆରମ୍ଭ ହେବା ମାତ୍ରେ ବିବାହ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିକଟରେ ରକୁଲ ପ୍ରୀତ ସିଂହ ଏବଂ ଜ୍ୟାକି ଭାଗନାନୀଙ୍କ ଧୂମଧାମ ବିବାହ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଆଉ ଜଣେ ବଲିଉଡ ଅଭିନେତ୍ରୀଙ୍କ ବିବାହ ଖବର ସାମ୍ନାକୁ ଆସିଛି। ସେ ହେଲେ ‘ଡଙ୍କି’ ଅଭିନେତ୍ରୀ ତାପସୀ ପନ୍ନୁ।

Advertisment

ମାର୍ଚ୍ଚ ଶେଷ ସୁଦ୍ଧା ତାପସୀ ତାଙ୍କର ଦୀର୍ଘ ସମୟର ପ୍ରେମିକ ମାଥିଆସ୍ ବୋଙ୍କୁ ବିବାହ କରିବେ ବୋଲି ଖବର ରହିଛି। ଏହି ବିବାହ ଶିଖ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ହେବ। ତେବେ ଆସନ୍ତୁ ଜାଣିବା କିଏ ଏହି ମାଥିଆସ୍ ବୋ ଯିଏ ତାପସୀଙ୍କୁ ଜୀବନ ସାଥୀ କରିବେ।

ଅଧିକ ପଢ଼ନ୍ତୁ: ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇ ଅପମାନିତ ହୋଇଥିଲେ ତାପସୀ ପନ୍ନୁ

Advertisment

ମାଥିଆସ୍ ବୋଙ୍କ ବିଷୟରେ କହିବାକୁ ଗଲେ ସେ ଜଣେ ଡେନ୍‌ମାର୍କ ବ୍ୟାଡମିଣ୍ଟନ୍ ଖେଳାଳି ଏବଂ ୨୦୧୫ ୟୁରୋପୀୟ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ୨୦୧୨ ଏବଂ ୨୦୧୭ରେ ଦୁଇଥର ୟୁରୋପୀୟ ଚାମ୍ପିଅନ୍ ଏବଂ ୨୦୧୨ ସମର ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ହୋଇଛନ୍ତି।

ଏହା ବ୍ୟତୀତ ସେ ଚୀନ୍‌ର କୁଶାନରେ ୨୦୧୬ ଥୋମାସ୍ କପ୍‌ରେ ଡେନ୍‌ମାର୍କ ବିଜେତା ଟିମ୍‌ରେ ମଧ୍ୟ ସାମିଲ୍ ହୋଇଥିଲେ। ବର୍ତ୍ତମାନ ସେ ଭାରତର ଜାତୀୟ ବ୍ୟାଡ୍‌ମିଣ୍ଟନ ଟିମ୍ ପାଇଁ ମେନ୍ ଡବଲ୍ସକୁ ପ୍ରଶିକ୍ଷଣ ଦେଉଛନ୍ତି।

ଏହାପୂର୍ବରୁ ଅଭିନେତ୍ରୀ ତାଙ୍କ ନୂଆ ବର୍ଷ ଉତ୍ସବରେ ଏକ ଭିଡିଓ ଶେୟାର କରିଥିଲେ ଯେଉଁଥିରେ ପ୍ରେମିକ ମାଥିଆସ୍‌ଙ୍କ ଝଲକ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ସେମାନଙ୍କ ବିବାହକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଥିଲା। ବର୍ତ୍ତମାନ ଉଭୟଙ୍କ ବିବାହ ଅପଡେଟ୍ ଆସିବା ଆରମ୍ଭ ହୋଇଛି। ଏହାକୁ ନେଇ ପ୍ରଶଂସକମାନେ ଅଭିନେତ୍ରୀଙ୍କ ବିବାହ ଫଟୋରେ ଦେଖିବାକୁ ଉତ୍ସାହିତ ହୋଇପଡିଲେଣି।

ଅଧିକ ପଢ଼ନ୍ତୁ: 'ସିତାରେ ଜମିନ୍ ପର୍‌' ନେଇ ଫେରୁଛନ୍ତି ଆମୀର ଖାନ୍; ଜାଣନ୍ତୁ କେବେ ହେବ ରିଲିଜ୍

Bollywood Taapsee Pannu
Advertisment
Advertisment