Advertisment

Sara Arjun:୨୦୨୨ରେ ମୋଟ ସଂପତ୍ତି ୧୦କୋଟି, ହାଇପେଡ୍ ଶିଶୁ କଳାକାର

ରଣବୀର ସିଂ ଇନଷ୍ଟାଗ୍ରାମରେ ଧୁରନ୍ଧର ଟିଜର ସେୟାର କରିଛନ୍ତି । ଫିଲ୍ମରେ ରଣବୀର ସିଂ ସାରା ଅର୍ଜୁନଙ୍କ ସହିତ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବେ ।

Sara Arjun

Sara Arjun

Advertisment

ରଣବୀର ସିଂଙ୍କ ୪୦ ତମ ଜନ୍ମଦିନରେ ରିଲିଜ ହୋଇଥିଲା ଫିଲ୍ମ ଧୁରନ୍ଧରର ଟିଜର । ଏଥିରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଫିମେଲ ଲିଡ୍ ସାରା ଅର୍ଜୁନ । ଦୀର୍ଘବର୍ଷ ଧରି ଶିଶୁ କଳାକାର ଭାବେ କାମ କରି ଲୋକପ୍ରିୟ ହୋଇଛନ୍ତି ସାରା। ଏବେ ଧୁରନ୍ଧର ଜରିଆରେ ଫିମେଲ ଲିଡ୍ ଭାବେ କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି ।

Advertisment

୨୦୦୫ ମସିହାରେ ସାରାଙ୍କ ଜନ୍ମ। ଅଭିନେତା ରାଜ ଅର୍ଜୁନଙ୍କ ଝିଅ ସେ । ଛୋଟ ବେଳୁ ସେ ଅନେକ ବିଜ୍ଞାପନ ଓ ସର୍ଟ ଫିଲ୍ମରେ କାମ କରିଛନ୍ତି । ୨୦୧୧ରେ ଡିଭା ଥରୁମଗଲରେ ସେ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ଏଥିରେ ସେ ବିକ୍ରମଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ । ତାପରେ ସେ ଏକ ଡାୟନ, ସୈବମ, ସାଣ୍ଢ କି ଆଁଖ ଭଳି ଫିଲ୍ମରେ ନଜର ଆସିଥିଲେ ।

ଅଧିକ ପଢନ୍ତୁ: ଜନ୍ମଦିନରେ ଆସିଲା ଟିଜର, ଚମକାଇଦେଲେ ଆର ମାଧବନ ଓ ଅକ୍ଷୟ ଖାନ୍ନା

୨୦୨୨ରେ ମଣିରତ୍ନମଙ୍କ ଫିଲ୍ମ ପୋନିୟିନ ସେଲଭନର ୧ଟି ଯାକ ଭାଗରେ ଐଶ୍ବର୍ଯ୍ୟା ରାୟଙ୍କ ପିଲାଦିନର ଚରିତ୍ର ନନ୍ଦିନୀ ଭୂମିକାରେ ଦମଦାର ଅଭିନୟ କରିଥିଲେ । ବିଶ୍ବସ୍ତରରେ ୮୦୦କୋଟି ଟଙ୍କା ଆୟ କରିଥିଲା ଫିଲ୍ମ । ଏହି ଫିଲ୍ମ ସାରାଙ୍କୁ ବଡ଼ ସଫଳତା ଆଣିଦେଇଥିଲା । ୨୦୨୨ରେ ସାରାଙ୍କ ମୋଟ ସଂପତ୍ତି ୧୦କୋଟି ଥିଲା ।

Advertisment

‘ଧୁରନ୍ଧର’ର ଟିଜରରେ ରଣବୀର ସିଂ ଦମଦାର ଲୁକ୍ ରେ ନଜର ଆସିଛନ୍ତି । ଯାହା ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ କ୍ରେଜ୍ ବଢ଼ାଇଦେଇଛି । ଏହା ସହ ଫିଲ୍ମର ରିଲିଜ ଡେଟ୍ ବି ଘୋଷଣା କରାଯାଇଛି । ଏହା ଏକ ଗ୍ୟାଙ୍ଗଷ୍ଟର ଡ୍ରାମା ଫିଲ୍ମ ।

ସଞ୍ଜୟ ଦତ୍ତଙ୍କ ଠାରୁ ଆରମ୍ଭ କରି ଅର୍ଜୁନ ରାମପାଲଙ୍କ ଝଲକ ଟିଜରରେ ଦେଖିବାକୁ ମିଳିଛି । ରଣବୀର ସିଂ ଇନଷ୍ଟାଗ୍ରାମରେ ଟିଜରଟିକୁ ସେୟାର କରିଛନ୍ତି । ଫିଲ୍ମରେ ରଣବୀର ସିଂ ସାରା ଅର୍ଜୁନଙ୍କ ସହିତ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବେ 

Advertisment

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆଦିତ୍ୟ ଧର । ଏହାକୁ ପ୍ରଡ୍ୟୁସ କରିଛନ୍ତି ଲୋକେଶ ଧର ଓ ଜ୍ୟେ।ତି ଦେଶପାଣ୍ଡେ । ଧୁରନ୍ଧର ୨୦୨୫ ଡିସେମ୍ବର ୫ରେ ରିଲିଜ ହେବ ।

ଅଧିକ ପଢନ୍ତୁ: ଫିଲ୍ମର ମୋସନ ପୋଷ୍ଟର ରିଲିଜ, ପସନ୍ଦ ଆସୁଛି ଭାଇଜାନଙ୍କ ଦମଦାର ଲୁକ୍

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ