Advertisment

ଐଶ୍ୱର୍ଯ୍ୟା ରାୟଙ୍କୁ ‘ପ୍ଲାଷ୍ଟିକ୍’ କହିବାରୁ ଏମିତି ପ୍ରତିକ୍ରିୟା ଦେଲେ ବିୟୁଟି କ୍ୱିନ୍

ଇମ୍ରାନ ହାଶମୀ ମଧ୍ୟ ଥରେ ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ ଏମିତି କଥା କହିଥିଲେ, ଯାହାକୁ ନେଇ ସେ ଆଜି ବି ଅନୁତାପ କରନ୍ତି। କାରଣ, ଅଭିନେତ୍ରୀ ମଧ୍ୟ ଖୋଲାଖୋଲି ଭାବେ ଇମ୍ରାନ ହାଶ୍‌ମୀଙ୍କ ଏହି ମତରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Aishwarya Rai Bachchan

When emraan hashmi called aishwarya rai bachchan plastic beauty queen angried

ଚଳଚ୍ଚିତ୍ର ତାରକାମାନେ ସେମାନଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିବା ଏକ ସାଧାରଣ କଥା। ଅନେକ ସମୟରେ ଏହି ତାରକାମାନେ ମଧ୍ୟ ସେମାନଙ୍କର ମତକୁ ନେଇ ବିବାଦରେ ରୁହନ୍ତି। ଅନେକ ଥର ଦେଖାଯାଇଛି ଯେ ସେମାନେ ନିଜ ନିଜ କଥାବାର୍ତ୍ତାରେ ଅନ୍ୟ ତାରକାଙ୍କ ବିଷୟରେ ଏମିତି କିଛି କହିଦିଅନ୍ତି, ଯାହା ସେମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରେ ଏବଂ ବର୍ଷ ବର୍ଷ ଚାଲିଗଲେ ମଧ୍ୟ ଏହି ବିବାଦର ଶେଷ ହୁଏ ନାହିଁ।

Advertisment

ଇମ୍ରାନ ହାଶମୀ ମଧ୍ୟ ଥରେ ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ ଏମିତି କଥା କହିଥିଲେ, ଯାହାକୁ ନେଇ ସେ ଆଜି ବି ଅନୁତାପ କରନ୍ତି। କାରଣ, ଅଭିନେତ୍ରୀ ମଧ୍ୟ ଖୋଲାଖୋଲି ଭାବେ ଇମ୍ରାନ ହାଶ୍‌ମୀଙ୍କ ଏହି ମତରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଏହାକୁ ଏକ 'ଅବାଞ୍ଛିତ' ପରିହାସ ବୋଲି କହିଥିଲେ।

ଅଧିକ ପଢ଼ନ୍ତୁ: ଅଭିଷେକଙ୍କ ଉପରେ ବାରମ୍ବାର ରାଗନ୍ତି ଐଶ୍ୱର୍ଯ୍ୟା ରାୟ, ନାଲି ଆଖି ଦେଖାନ୍ତି; ଦେଖନ୍ତୁ ଭିଡିଓ

Advertisment

ବଲିଉଡ୍‌ର ଅନ୍ୟତମ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଲୋକପ୍ରିୟ ସେଲିବ୍ରିଟି ଚାଟ୍ ଶୋ’ 'କଫି ୱିଥ୍ କରଣ'ରେ ଏହି ସବୁ ଘଟିଥିଲା। ଏଥିରେ ଚଳଚ୍ଚିତ୍ର ଜଗତର ବିଭିନ୍ନ ତାରକା ଅଂଶଗ୍ରହଣ କରୁଥିବା ନଜର ଆସନ୍ତି। ଶୋ’ରେ ଚଳଚ୍ଚିତ୍ର ନିର୍ମାତାଙ୍କ ପ୍ରଶ୍ନର ଉତ୍ତର ଦେବାବେଳେ ଏହି ତାରକାମାନେ କେବଳ ସେମାନଙ୍କ ଜୀବନର ଅନେକ ଖୁଲାସା କରନ୍ତି ନାହିଁ, ଏହା ସହିତ ସେମାନେ ଅନ୍ୟ ତାରକାମାନଙ୍କ ଉପରେ ମଧ୍ୟ ଅନେକ କିଛି ମତ ଦିଅନ୍ତି। ଇମ୍ରାନ୍ ହାଶ୍‌ମୀଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା।

‘କଫି ୱିଥ୍ କରଣ’ରେ, ଇମ୍ରାନ ହାଶ୍‌ମୀ ମଧ୍ୟ ଐଶ୍ୱର୍ଯ୍ୟା ରାୟଙ୍କ ଉପରେ ଏମିତି କିଛି ମତ ଦେଇଥିଲେ ଯେ ଯାହାକୁ ନେଇ ଚାରିଆଡେ ହଙ୍ଗାମା ସୃଷ୍ଟି ହୋଇଯାଇଥିଲା। ଶୋ’ରେ ଇମ୍ରାନ୍ ରାପିଡ୍ ଫାୟାର୍ ରାଉଣ୍ଡରେ ଐଶ୍ୱର୍ଯ୍ୟା ରାୟଙ୍କ ଉପରେ ଏହି ବିବାଦୀୟ ମନ୍ତବ୍ୟ ଦେଇଥିଲେ।

ଏହି ରାଉଣ୍ଡ ସମୟରେ କରଣ ଜୋହର କହିଥିଲେ ଯେ ସେ ଏଠାରେ ଏମିତି କିଛି ଶବ୍ଦ କହିବେ, ଯେଉଁଥିରେ ଇମ୍ରାନଙ୍କୁ ସେହି ଅଭିନେତାଙ୍କ ନା’ କହିବେ ଯାହାଙ୍କ ନାମ ଏହି ଶବ୍ଦ ଶୁଣିବା ପରେ ତାଙ୍କ ମନରେ ପ୍ରଥମେ ଆସେ।

ଏହି ରାଉଣ୍ଡରେ କରଣ ଜୋହର କହିଥିଲେ ଯେ 'ପ୍ଲାଷ୍ଟିକ୍‌' ଏବଂ ଏହାପରେ ସାଙ୍ଗେ ସାଙ୍ଗେ ଇମ୍ରାନ ଐଶ୍ୱର୍ଯ୍ୟା ରାୟଙ୍କ ନାମ ନେଇଥିଲେ। ଏହା ଉପରେ ଐଶ୍ୱର୍ଯ୍ୟା ବହୁତ ରାଗିଯାଇଥିଲେ। ଏକ ସାକ୍ଷାତକାରରେ, ଯେତେବେଳେ ଐଶ୍ୱର୍ଯ୍ୟାଙ୍କୁ ଏହି ପରିହାସ ବିଷରେ ପଚାରାଯାଇଥିଲା ସେ ଇମ୍ରାନଙ୍କ 'ପ୍ଲାଷ୍ଟିକ୍' ମତକୁ ନେଇ ପ୍ରତିକ୍ରିୟା ଦେଇଥିଲେ।

ଏହା ପରେ ଇମ୍ରାନ ମଧ୍ୟ ତାଙ୍କ ଏହି ମତକୁ ନେଇ ଐଶ୍ୱର୍ଯ୍ୟାଙ୍କୁ କ୍ଷମା ମାଗିଥିଲେ। ସେ କହିଥିଲେ ଯେ ସେ ଏହି ରାପିଡ ଫାୟାର୍ ରାଉଣ୍ଡ ଜିତିବାକୁ ଚାହୁଁଥିଲେ, ସେଥିପାଇଁ ସେ ଖୁବ୍ ଜଲ୍‌ଦି ଐଶ୍ୱର୍ଯ୍ୟାଙ୍କ ନାମ ନେଇଯାଇଥିଲେ।

ଅଧିକ ପଢ଼ନ୍ତୁ: ଐଶ୍ୱର୍ଯ୍ୟା କେମିତି ହେଲେ ବଚ୍ଚନ ପରିବାରର ବୋହୂ

Bollywood Emraan Hashmi Aishwarya Rai Bachchan
Advertisment
Advertisment