Advertisment

ଐଶ୍ୱର୍ଯ୍ୟା କେମିତି ହେଲେ ବଚ୍ଚନ ପରିବାରର ବୋହୂ

ବଚ୍ଚନ ପରିବାରର ବୋହୂ ହେବା ପୂର୍ବରୁ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କ ସଲମାନ ଖାନ୍ ଓ ବିବେକ ଓବେରାୟଙ୍କ ସହ ଥିବା ଚର୍ଚ୍ଚା ହେଉଥିଲା। ସେହିପରି ଐଶ୍ୱର୍ଯ୍ୟାଙ୍କ ହାତ ଧରିବା ପୂର୍ବରୁ ଅଭିଷେକ ବଚ୍ଚନଙ୍କର ମଧ୍ୟ କରିସ୍ମା କପୁରଙ୍କ ସହ ଏନ୍‌ଗେଜ୍‌ମେଣ୍ଟ୍ ହୋଇଯାଇଥିଲା। ଆଜି ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନ। ତେବେ ଚାଲନ୍ତୁ ଜାଣିବା ଐଶ୍ୱର୍ଯ୍ୟା କେମିତି ହେଲେ ବଚ୍ଚନ ପରିବାରର ବୋହୂ...

author-image
Pramod Behera
ଅଦ୍ୟତନ ହୋଇଛି
Aishwarya Rai Bachchan

How Aishwarya Rai became daughter in law of Bachchan family

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ, ଯିଏ କେବଳ ନିଜ ସୌନ୍ଦର୍ଯ୍ୟ ଓ ଦମଦାର ଅଭିନୟ ଆଧାରରେ ଦେଶରେ ନୁହେଁ ବିଦେଶରେ ମଧ୍ୟ ଅନେକ ନାଁ ଅର୍ଜନ କରିଛନ୍ତି। ଆଜି ବି ଦୁନିଆର କୋଣ ଅନୁକୋଣରେ ତାଙ୍କର ପ୍ରଶଂସକ ଅଛନ୍ତି। ଆଜି ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଜନ୍ମଦିନ।

Advertisment

ସେ ୧୯୭୩ ମସିହା ଆଜିର ଦିନରେ କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ପରିବାର ମୁମ୍ବାଇ ସ୍ଥାନାନ୍ତର ହେତୁ ସେ ଏଠାକୁ ଆସିଥିଲେ ଏବଂ ତା’ପରେ ସେ ଏଠାରେ ଶିକ୍ଷା ଆରମ୍ଭ କରିଥିଲେ। ତାଙ୍କ ସୌନ୍ଦର୍ଯ୍ୟ ଏବଂ ଅଭିନୟ ବ୍ୟତୀତ ଐଶ୍ୱର୍ଯ୍ୟା ମଧ୍ୟ ବଚ୍ଚନ ପରିବାରର ବୋହୂ ଭାବରେ ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି।

How Aishwarya Rai became daughter in law of Bachchan family  (ସଲମାନ ଖାନଙ୍କ ସହ ରୋମାଣ୍ଟିକ୍ ମୁଡ୍‌ରେ ଐଶ୍ୱର୍ଯ୍ୟା)

ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନଙ୍କୁ ବିବାହ କରିବା ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ହୋଇଥିଲେ। ଆଜି ବି ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନ ହୃଦୟ କିପରି ମିଶିଲା ଏବଂ ଐଶ୍ୱର୍ଯ୍ୟା ବଚ୍ଚନ ପରିବାରର ବୋହୂ ହୋଇଗଲେ। ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଐଶ୍ୱର୍ଯ୍ୟା ରାୟଙ୍କ ବଚ୍ଚନ ପରିବାରର ବୋହୂ ହେବା ପଛର କାହାଣୀ ବିଷୟରେ ଜାଣିନେବା।

Advertisment

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନ ପ୍ରଥମେ ୨୦୦୦ ରେ 'ଢାଇ ଅକ୍ଷର ପ୍ରେମ କେ'ର ସେଟ୍‌ରେ ସାକ୍ଷାତ ହୋଇଥିଲେ। ସେତେବେଳେ ଐଶ୍ୱର୍ଯ୍ୟା ଏବଂ ସଲମାନ ଖାନଙ୍କ ପ୍ରେମ କାହାଣୀକୁ ନେଇ ଖୁବ ଚର୍ଚ୍ଚା ହେଉଥିଲା। କିନ୍ତୁ, ପରେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା। ଏହା ପରେ ଐଶ୍ୱର୍ଯ୍ୟାଙ୍କ ନାମ ବିବେକ ଓବେରାୟଙ୍କ ସହ ଜଡିତ ହେବା ଆରମ୍ଭ ହେଲା। ଏହି ସମ୍ପର୍କ ମଧ୍ୟ ପରେ ଭାଙ୍ଗିଯାଇଥିଲା।

Aishwarya Rai's mother's birthday party with Abhishek Bachchan(ଐଶ୍ୱର୍ଯ୍ୟାଙ୍କ ମା'ଙ୍କ ଜନ୍ମଦିନରେ ଅଭିଶେକଙ୍କ ସହ ଐଶ୍ୱର୍ଯ୍ୟା ରାୟ)

ଐଶ୍ୱର୍ଯ୍ୟାଙ୍କ ପୂର୍ବରୁ ଅଭିଷେକ ବଚ୍ଚନଙ୍କ ଏନ୍‌ଗେଜ୍‌ମେଣ୍ଟ୍ କପୁର ପରିବାରର ଝିଅ କରିସ୍ମା କପୁରଙ୍କ ସହ ହୋଇଥିଲା। ପରେ କିଛି କାରଣରୁ ଉଭୟଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା। 'ଢାଇ ଅକ୍ଷର୍ ପ୍ରେମ୍‌ କେ' ସମୟରେ ହୋଇଥିବା ବନ୍ଧୁତା ପରବର୍ତ୍ତୀ ପର୍ଯ୍ୟାୟରେ 'ଉମ୍‌ରାଓ ଜାନ୍‌'ରେ ଭିନ୍ନ ରୂପ ନେଇଥିଲା। ୨୦୦୬ରେ ଫିଲ୍ମର ସୁଟିଂ ସମୟରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିବାରେ ଲାଗିଲା।

How Aishwarya Rai became daughter in law of Bachchan family  (ପରିବାର ସହ ଐଶ୍ୱର୍ଯ୍ୟା ରାୟ)

ଏକ ସାକ୍ଷାତକାରରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପ୍ରକାଶ କରିଛନ୍ତି ଯେ ଅଭିଷେକ ବଚ୍ଚନ ତାଙ୍କୁ ବହୁତ ରୋମାଣ୍ଟିକ୍ ଢଙ୍ଗରେ ପ୍ରସ୍ତାବ ଦେଇଥିଲେ। ଅଭିଷେକ ଟରୋଣ୍ଟୋ ଚଳଚ୍ଚିତ୍ର ମହୋତ୍ସବରେ ଫିଲ୍ମ 'ଗୁରୁ'ର ପ୍ରମୋସନ ସମୟରେ ନକଲି ରିଙ୍ଗ୍‌ ପିନ୍ଧେଇ ଐଶ୍ୱର୍ଯ୍ୟାଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ସେ ମଧ୍ୟ ଏଥିରେ ରାଜି ହୋଇଥିଲେ। ତା’ପରେ ୨୦୦୭ରେ ଦୁହେଁ ବିବାହ କରିଥିଲେ।

How Aishwarya Rai became daughter in law of Bachchan family  '(ଢାଇ ଅକ୍ଷର ପ୍ରେମ କେ'ରେ ଅଭିଶେକଙ୍କ ସହ ରୋମାଣ୍ଟିକ୍ ମୁଡ୍‌ରେ ଐଶ୍ୱର୍ଯ୍ୟା ରାୟ)

ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ଖୁବ୍ ଧୂମ୍‌ଧାମ୍‌ରେ ହୋଇଥିଲା। ଏହା ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପରିବାରର ବୋହୂ ହୋଇଥିଲେ ଏବଂ ଅମିତାଭ ବଚ୍ଚନଙ୍କ ବଙ୍ଗଳା 'ପ୍ରତୀକ୍ଷା'ରେ ପାଦ ଦେଇଥିଲେ। ବିବାହର ୪ ବର୍ଷ ପରେ ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟାଙ୍କୁ ଜନ୍ମ ଦେଇଥିଲେ। ଆରାଧ୍ୟାଙ୍କ ଯତ୍ନ ନେବାରେ ସେ କେହେ ବି ହେଳା କରନ୍ତି ନାହିଁ।

Aishwarya Rai Bachchan Vivek Oberoi Bollywood Salman Khan Amitabh Bachchan
Advertisment
Advertisment