Advertisment

Cannes Film Festival 2024: କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଧମାଲ କରିବ ଏହି ଭାରତୀୟ ଫିଲ୍ମ; ଦୁନିଆ ଦେଖିବ ଏହି ନାୟିକାଙ୍କ ଝଲକ

୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ ୧୪ରୁ ଆରମ୍ଭ ହୋଇଯାଇଛି, ଯାହା ମେ ୨୫ ପର୍ଯ୍ୟନ୍ତ ଚାଲିବ। ସମଗ୍ର ବିଶ୍ୱରୁ ଜଣାଶୁଣା ସେଲିବ୍ରିଟିମାନେ ଏଥିରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିବ। ତେବେ ଭାରତ ତରଫରୁ ଏହି ଚଳଚ୍ଚିତ୍ର ମହୋତ୍ସବରେ କ’ଣ ବିଶେଷ ହେବା ତାହା ଜାଣିବାକୁ ପ୍ରଶଂସକମାନେ ଚାହିଁ ରହିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
cannes film festival 2024

What will be special from india in cannes film festival 2024

ଫ୍ରେଞ୍ଚ ରିଭେରାରେ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ ୧୪ରୁ ଆରମ୍ଭ ହୋଇଯାଇଛି, ଯାହା ମେ ୨୫ ପର୍ଯ୍ୟନ୍ତ ଚାଲିବ। ସମଗ୍ର ବିଶ୍ୱରୁ ଜଣାଶୁଣା ସେଲିବ୍ରିଟିମାନେ ଏଥିରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିବ। ତେବେ ଭାରତ ତରଫରୁ ଏହି ଚଳଚ୍ଚିତ୍ର ମହୋତ୍ସବରେ କ’ଣ ବିଶେଷ ହେବା ତାହା ଜାଣିବାକୁ ପ୍ରଶଂସକମାନେ ଚାହିଁ ରହିଛନ୍ତି।

Advertisment

ଯେଉଁମାନେ ଏଥିପ୍ରତି ଆଗ୍ରହୀ ସେମାନଙ୍କ ପାଇଁ ଏହି ଖବର। କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୪ରେ କେଉଁ ଅଭିନେତ୍ରୀଙ୍କ ଝଲକ ଏବଂ କେଉଁ ଚଳଚ୍ଚିତ୍ର ପ୍ରଦର୍ଶିତ ହେବାକୁ ଯାଉଛି ସେ ସମ୍ବନ୍ଧରେ ଆମେ ଆପଣଙ୍କୁ ଜଣେଇଦେବୁ।

ଫ୍ରେଞ୍ଚ୍‌ ରିଭେରାରେ ହେଉଥିବା ୭୭ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଭିନେତ୍ରୀ ଶୋଭିତା ଧୁଲିପାଲା ପ୍ରିମିୟମ ଆଇସ୍‌କ୍ରିମ୍‌ ବ୍ରାଣ୍ଡ୍‌ ମ୍ୟାଗ୍ନମ୍ ଇଣ୍ଡିଆର ପ୍ରତିନିଧିତ୍ୱ କରି ରେଡ୍‌ କାର୍ପେଟ୍‌ରେ ଚାଲିବେ।

Advertisment

ଅଧିକ ପଢ଼ନ୍ତୁ: ମିସ୍ ଟିନ୍ ୟୁଏସ୍ଏ ୨୦୨୩ ଟାଇଟଲ୍ ଫେରେଇଦେଲେ ଏହି ପ୍ରବାସୀ ଭାରତୀୟ

ଜୁନ୍ ୨୮ରେ ରିଲିଜ୍ ହେବା ପୂର୍ବରୁ ଆସାମରେ ନିର୍ମିତ ହିନ୍ଦୀ ଫିଚର ଫିଲ୍ମ 'କୁକୀ' କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୪ରେ ପ୍ରଦର୍ଶିତ ହେବ। ଶନିବାର ଅଫିସିଆଲ୍ ରିଲିଜ୍‌ରେ କୁହାଯାଇଛି ଯେ ମେ' ୨୧ରେ ପ୍ୟାଲେସ୍ ଏଚ୍ ଠାରେ 'କୁକୀ'ର ସ୍କ୍ରିନିଂ ହେବାକୁ ଯାଉଛି।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଧ୍ୟ ଏହି ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବାର ସମ୍ଭାବନା ରହିଛି। ଏହି କାର୍ଯ୍ୟକ୍ରମରେ ଅଦିତି ରାଓ ହୈଦରୀ ମଧ୍ୟ ଲୋରିଏଲ୍ ପ୍ୟାରିସର ବ୍ରାଣ୍ଡ୍‌ ଆମ୍ବାସାଡର ଭାବରେ ନଜର ଆସିବେ। ANI ସହିତ କଥାବାର୍ତ୍ତା କରି ଅଦିତି ତୃତୀୟ ଥର ପାଇଁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଂଶଗ୍ରହଣ କରିବାକୁ ନେଇ ନିଜର ଉତ୍ସାହ ବାଣ୍ଟିଛନ୍ତି।

ଏହା ବ୍ୟତୀତ ତେଲୁଗୁ ଅଭିନେତା ତଥା ନିର୍ଦ୍ଦେଶକ ବିଷ୍ଣୁ ମାଞ୍ଚୁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କର ଆଗାମୀ ପାନ୍‌ ଇଣ୍ଡିଆ ଚଳଚ୍ଚିତ୍ର 'କନ୍ନପ୍ପା'ର ଟିଜର ଲଞ୍ଚ କରିବେ। ଏହାକୁ କାନ୍ସରେ 'କନ୍ନପ୍ପା ୱାର୍ଲ୍ଡ' ଭାବରେ ଉପସ୍ଥାପିତ କରାଯିବ। ଏହି ଚଳଚ୍ଚିତ୍ରର ଅଭିନେତା ଏବଂ ନିର୍ଦ୍ଦେଶକ ଫ୍ରେଞ୍ଚ୍‌ ରିରେରାର ଅଲିମ୍ପିଆ ଥିଏଟରରେ ଟିଜର ରିଲିଜ୍‌ କରିବେ।

ଅଧିକ ପଢ଼ନ୍ତୁ: ଏମିତି ଭୁଲ୍ କରିଦେଲେ ଅଲୁ ଅର୍ଜୁନ; ଲାଗିଲା ଆଇପିସି ଧାରା ୧୮୮

Bollywood South Indian Films Cannes Film Festival
Advertisment
Advertisment