• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦାଦା ସାହେବ ଫାଲ୍‌କେ ପୁରସ୍କାରକୁ ନେଇ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ୱାହିଦା ରେହମାନ । ତାଙ୍କୁ ଆଜି ଭାରତୀୟ ଚଳଚ୍ଚିତ୍ର ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ଦାଦା ସାହେବ ଫାଲ୍‌କେ ପୁରସ୍କାର ମିଳିଛି । ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ୱାହିଦାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ହେଲେ ଏହି ଅବସରରେ ୱାହିଦାଙ୍କୁ ନେଇ ଆଉ ଏକ କଥା ନଜରକୁ ଆସିଛି ।

ଭେଟେରାନ୍ ଅଭିନେତ୍ରୀ ୱାହିଦା ରେହମାନ ଅଭିନେତା ଦେବ ଆନନ୍ଦଙ୍କ ସ୍ମୃତିକୁ ମନେ ପକାଇଛନ୍ତି । ତାଙ୍କୁ ସେ ‘decent flirt’ ବୋଲି କହିଥିଲେ । ଲେଖକ ଟ୍ୱିଙ୍କଲ ଖାନ୍ନାଙ୍କ ସହ ଏକ ସାକ୍ଷାତକାର ସମୟରେ ୱାହିଦା ଆନନ୍ଦଙ୍କୁ କାହିଁକି ଏପରି ଟ୍ୟାଗ୍ ଦେଇଥିଲେ ସେ ବିଷୟରେ କହିଥିଲେ । ୱାହିଦା କହିଛନ୍ତି କି, ହିନ୍ଦୀ ଏବଂ ଇଂରାଜୀ ସଂସ୍କରଣ ପାଇଁ ଫିଲ୍ମ ‘ଗାଇଡ୍’ର ଉଭୟ ନିର୍ଦ୍ଦେଶକ ତାଙ୍କୁ ପ୍ରଥମେ ପ୍ରତ୍ୟାଖ୍ୟାନ କରିଥିଲେ ।

ୱାହିଦା ରେହମାନ ଏବଂ ଦେବ ଆନନ୍ଦଙ୍କ ଅଭିନୀତ ଚଳଚ୍ଚିତ୍ର ହେଉଛି ‘ଗାଇଡ୍’ । ଗାଇଡ୍’କୁ ନେଇ ୱାହିଦା ଅହୁରି କହିଛନ୍ତି, ମୋର ପ୍ରିୟ ଫିଲ୍ମ ଗାଇଡ୍ ଥିଲା । ତଥାପି ମୋର ମନେଅଛି, ମୁଁ ବସିଥିଲି ଏବଂ ସେଠାରେ ଗୋଟେ ପୁରୁଣା ଟିଭି ଥିଲା ଯେଉଁଥିରେ ମୁଁ ‘ଗାଇଡ୍’କୁ ଦେଖୁଥିଲି ବୋଲି ୱାହିଦା କହିଥିଲେ । ପରେ ଅଭିନେତ୍ରୀ ୱାହିଦା ରେହମାନ ଦେବ ଆନନ୍ଦଙ୍କ ସେହି ସମୟର କଥାକୁ ମନେପକାଇଥିଲେ । ଅନେକ କଥା ବର୍ଣ୍ଣନା କରିଥିଲେ ।

‘ଗାଇଡ୍’ ୧୯୬୫ରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମଟି ଦେବ ଆନନ୍ଦଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ଚଳଚ୍ଚିତ୍ରଟି ଆର.କେ ନାରାୟଣ ଉପନ୍ୟାସ ‘ଦି ଗାଇଡ୍’ ଉପରେ ଆଧାରିତ ହୋଇଥିବାବେଳେ ଜଣେ ପ୍ରତ୍ନତତ୍ତ୍ୱବିତ୍‌ଙ୍କ ପତ୍ନୀ ରୋଜିଙ୍କୁ ଭେଟିଥିବା ଜଣେ ଗାଇଡ୍ ରାଜୁଙ୍କ କାହାଣୀ ବର୍ଣ୍ଣନା କରିଥିଲେ । ଏହି ସିନେମାର ୧୨୦ ମିନିଟର ଆମେରିକୀୟ ସଂସ୍କରଣ ରହିଛି ।