• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: କାଶ୍ମୀର ପଣ୍ଡିତଙ୍କ ଦୁଃଖ ଓ ଯନ୍ତ୍ରଣା ଉପରେ ଆଧାରିତ ବଲିଉଡ ଫିଲ୍ମ 'କାଶ୍ମୀର ଫାଇଲ୍ସ'ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ମିଳିଲା Y ସୁରକ୍ଷା । ଏନେଇ ଶୁକ୍ରବାର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ପ୍ରକାଶ ଯେ ବିବେକ ଅଗ୍ନିହୋତ୍ରୀଙ୍କୁ ସମଗ୍ର ଭାରତରେ CRPF କଭର ସହିତ Y ବର୍ଗର ସୁରକ୍ଷା ମିଳିବ । ତାଙ୍କ ଚଳଚ୍ଚିତ୍ରକୁ ନେଇ ବିବାଦ ବଢ଼ିବା ପରେ ସାରକାରଙ୍କ ପକ୍ଷରୁ ତାଙ୍କୁ ସୁରକ୍ଷା ଦିଆଯାଇଛି ।

୧୯୯୦ରେ କାଶ୍ମୀରର ପରିସ୍ଥିତି କିଭଳି ଥିଲା ଓ କାଶ୍ମୀରୀ ପଣ୍ଡିତ କେଉଁ ପରିସ୍ଥିତିରେ ସେଠାରୁ ପଳାୟନ କରିଥିଲେ, ସେନେଇ ଏକ ଫିଲ୍ମ ପ୍ରସ୍ତୁତ କରିଛନ୍ତି ବିବେକ ରଞ୍ଜନ ଅଗ୍ନିହୋତ୍ରୀ । ଯାହା କି ରିଲିଜ ହେବା ପୂର୍ବରୁ ବିବାଦ ଉପୁଜିଥିଲା । ଏମିତିକି ରିଲିଜ ହେବା ପରେ ମଧ୍ୟ ବିବାଦ ଥମି ନାହିଁ । ଏହି ଫିଲ୍ମଟିକୁ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ନିଜେ ଲେଖିଥିଲେ ଏବଂ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ଫିଲ୍ମରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ପଲ୍ଲବୀ ଜୋସି ପ୍ରମୁଖ ଭୁମିକାରେ ନଜର ଆସିଛନ୍ତି । ତେବେ ଏହି ଫିଲ୍ମକୁ ଦେଖିବା ପରେ ସାଧାରଣରେ ଏକ ଭିନ୍ନ ମାହୋଲ ସୃଷ୍ଟି ହୋଇଥିବା ଦେଖାଯାଇଛି ।

ଅଗ୍ନିହୋତ୍ରୀ କହିଥିଲେ, 'ମୁଁ ଏକ ସମ୍ବେଦନଶୀଳ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚାହୁଁଥିଲି, ଏବଂ ଏହାର ସାର୍ବଭୌମିକ ସ୍ତରରେ ମହତ୍ତ୍ୱ ରହିଛି । ଏହି ଚଳଚ୍ଚିତ୍ରକୁ ବିଶ୍ୱସ୍ତରରେ ଲୋକମାନେ ପସନ୍ଦ କରୁଛନ୍ତି । ଏହି ଚଳଚ୍ଚିତ୍ରରେ ଯେଉଁମାନେ ଅଭିନୟ କରିଛନ୍ତି ସାମାନଙ୍କ ଚରିତ୍ରକୁ ମଧ୍ୟ ଲୋକେ ବେଶ ପସନ୍ଦ କରିଛନ୍ତି । କାଶ୍ମୀର ଘାଟିରେ କ’ଣ ସବୁ ଘଟିଥିଲା, ତହା ସାରା ବିଶ୍ୱକୁ ଦେଖାଇବାକୁ ଏହି ଚଳଚ୍ଚିତ୍ରରେ ପ୍ରୟାସ କରାଯାଇଛି ।