/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674291979.jpg)
Anushka Sharma and virat kohli bodyguard salary is more than ceo of many companies
ବଲିଉଡ୍ ତାରକାମାନେ ସେମାନଙ୍କ ଜୀବନରେ ଅନେକ ପ୍ରାଇଭେସୀ ଚାହାନ୍ତି। ଯେତେବେଳେ ସେମାନଙ୍କର ସୁରକ୍ଷା କଥା ଆସେ ସେତେବେଳେ ସେମାନେ ଏଥିରେ ଢେର୍ ଟଙ୍କା ଖର୍ଚ୍ଚ କରନ୍ତି। ବଲିଉଡର ବଡ ବଡ ତାରକାମାନଙ୍କର ବ୍ୟକ୍ତିଗତ ସୁରକ୍ଷାକର୍ମୀ ଅଛନ୍ତି, ଯାହାଫଳରେ ଯେତେବେଳେ ସେମାନେ ସର୍ବସାଧାରଣ ସ୍ଥାନକୁ ଯାଆନ୍ତି, ସେତେବେଳେ ସେମାନେ ଅଜଣା ବିପଦରୁ ନିଜକୁ ରକ୍ଷା କରିପାରିବେ।
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଷ୍ଟାର୍ କ୍ରିକେଟର ବିରାଟ କୋହଲିଙ୍କ ମଧ୍ୟ ବ୍ୟକ୍ତିଗତ ଅଙ୍ଗରକ୍ଷୀ ଅଛନ୍ତି। ଅନୁଷ୍କାଙ୍କ ଅଙ୍ଗରକ୍ଷୀଙ୍କ ନା’ ହେଉଛି ପ୍ରକାଶ ସିଂହ। ଯାହାଙ୍କୁ ସେମାନେ ସୋନୁ ବୋଲି ଡାକନ୍ତି। ସେ ତାଙ୍କ ସହ ବର୍ଷ ବର୍ଷ ଧରି ରହିଆସିଛନ୍ତି। ଅନୁଷ୍କା ଶର୍ମା ତାଙ୍କ ସେବା ପାଇଁ ସୋନୁଙ୍କୁ ଛୋଟମୋଟ ଦରମା ନୁହେଁ, ସେ ଯେତିକି ଦିଅନ୍ତି ଜାଣିଲେ ଆପଣ ତାଜୁବ ହେଇଯିବେ।
ବିରାଟ କୋହଲିଙ୍କୁ ବିବାହ କରିବା ପୂର୍ବରୁ ସେ ଅନୁଷ୍କାଙ୍କ ଅଙ୍ଗରକ୍ଷୀ ଭାବେ ରହିଆସିଛନ୍ତି। ଜୁମ୍ ଡଟ୍ କମ୍ ଅନୁଯାୟୀ ସୋନୁଙ୍କ ବାର୍ଷିକ ଦରମା ପ୍ରାୟ ୧.୨ କୋଟି ଟଙ୍କା, ଅର୍ଥାତ୍ ସୋନୁଙ୍କ ଦରମା ଅନେକ କମ୍ପାନୀର ସିଇଓଙ୍କ ଦରମା ଠାରୁ ମଧ୍ୟ ଅଧିକ।
ସୋନୁ ବର୍ତ୍ତମାନ ଉଭୟ ଅନୁଷ୍କା ଏବଂ ବିରାଟଙ୍କ ପାଇଁ ସେବା କରୁଛନ୍ତି। ତାଙ୍କୁ ଜଣେ ଅଙ୍ଗରକ୍ଷୀଙ୍କ ଅପେକ୍ଷା ଏହି ଷ୍ଟାର୍ ଦମ୍ପତି ତାଙ୍କୁ ପରିବାରର ସଦସ୍ୟ ବୋଲି ଭାବନ୍ତି। ଅନୁଷ୍କା ପ୍ରତିବର୍ଷ ସୋନୁଙ୍କ ଜନ୍ମଦିନ ପାଳନ କରନ୍ତି। ଆପଣ ବିଶ୍ୱାସ କରିବେ ନାହିଁ, କିନ୍ତୁ ଏହା ସତ ଯେ ଅନୁଷ୍କା ଯେତେବେଳେ ଶାହରୁଖ ଖାନଙ୍କ ସହ ଫିଲ୍ମ 'ଜିରୋ' ସୁଟିଂ କରୁଥିଲେ ସେ ସମୟରେ ଫିଲ୍ମର ସେଟ୍ରେ ସୋନୁଙ୍କ ଜନ୍ମଦିନ ମଧ୍ୟ ପାଳନ କରିଥିଲେ।
ସୋନୁ ସର୍ବସାଧାରଣ ସ୍ଥାନରେ ବିରାଟ କୋହଲିଙ୍କୁ ସୁରକ୍ଷା ଦିଅନ୍ତି। ଏଠାରେ ଧ୍ୟାନ ଦେବା ଉଚିତ୍ ଯେ ବିରାଟଙ୍କର ନିଜର ବ୍ୟକ୍ତିଗତ ଅଙ୍ଗରକ୍ଷୀ ଅଛନ୍ତି। ଏହାପରେ ମଧ୍ୟ ସୋନୁ କୋହଲିଙ୍କ ପ୍ରତି ଧ୍ୟାନ ଦିଅନ୍ତି।
ଅନୁଷ୍କା ଶର୍ମାଙ୍କ ଗର୍ଭଧାରଣ ସମୟରେ ସୋନୁ ଅଭିନେତ୍ରୀଙ୍କ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଯତ୍ନ ନେଇଥିଲେ। ମହାମାରୀ ସମୟରେ ଯେତେବେଳେ ଅନୁଷ୍କା ଗର୍ଭବତୀ ଥିଲେ ଏବଂ କାମକୁ ଯାଉଥିଲେ ସୋନୁ ତାଙ୍କ ପାଖରେ ଏକ PPE କିଟ୍ ପିନ୍ଧିଥିବାର ନଜର ଆସିଥିଲେ। ସେ ତାଙ୍କୁ ଢାଲ ପରି ସୁରକ୍ଷା ଦେଉଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)