• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଡ଼ ହଲ୍‌ରେ ବସି ‘ଆଦିପୁରଷ’ ଦେଖିଲା ‘ମାଙ୍ଗଡ଼’ । ଖୁବ୍‌ ଭାଇରାଲ ହେଉଛି ଭିଡିଓ । ଏଭଳି ଘଟଣା ଦେଖିବାକୁ ଦକ୍ଷିଣ ଭାରତର ଏକ ହଲ୍‌ରେ । ସୋସିଆଲ ମିଡିଆରେ ଏବେ ଏହାକୁ ନେଇ ଚାଲିଛି ଖୁବ୍‌ ମଜାକ୍‌ । କିଏ କହୁଛି ହନୁମାନଙ୍କ ଅବତାର, ତ ଆଉ କିଏ ସିନେମା ହଲ୍‌ରେ ସୁରକ୍ଷା ବ୍ୟବସ୍ଥା ଢ଼ିଲା ଥିବା ନେଇ ସମାଲୋଚନା କରୁଛି । ଆଉ ଅନେକ ଏହାକୁ ପୌରାଣିକ କଥା ବସ୍ତୁ ସହ ଯୋଡ଼ି ଏହା ପ୍ରଭୁଙ୍କ ଲୀଳା ବୋଲି କହିଲେଣି । ତେବେ ଯାହା ବି ହେଉ, ଆଦିରୁଷ ଫିଲ୍ମକୁ ନେଇ ସାରା ଦେଶରେ ଖୁବ୍‌ ଚର୍ଚ୍ଚା ଚାଲିଥିବା ବେଳେ ଏହି ମାଙ୍ଗଡ଼ କିନ୍ତୁ ଚର୍ଚ୍ଚାକୁ ଆଉ ଟିକେ ଖୋରାକ ଯୋଗାଇଛି ।

ଆଦିପୁରଷକୁ ନେଇ ଆରମ୍ଭରୁ ବିବାଦ ରହିଛି । ପ୍ରଥମେ ଯେଉଁ ଟ୍ରେଲର ରିଲିଜ୍‌ ହୋଇଥିଲା, ତାକୁ ଅନେକ ବିରୋଧ କରାଯାଇଥିଲା । ପରେ ତାକୁ ବଦଳାଇବା ସହ ଦୀର୍ଘ ଦିନ ପରେ ସଂସ୍ଥା ପକ୍ଷରୁ ନୁଆ ଟ୍ରେଲର ଆସିଥିଲା । ହେଲେ ତଥାପି ବିବାଦ ତାର ପିଛା ଛାଡ଼ିନଥିଲା । ଆଉ ରିଲିଜ ହେବା ପରେ ମଧ୍ୟ ତାହା ଥମିବାର ନାଁ ଧରୁନି । ଆଜି ୧୬ ଜୁନ୍‌ ଶୁକ୍ରବାର ଫିଲ୍ମଟି ରିଲିଜ୍‌ ହୋଇଥିଲେ ମଧ୍ୟ ସମାଲୋଚନା ବନ୍ଦ ହୋଇନାହିଁ । ଫିଲ୍ମ ନିର୍ମାତାଙ୍କ ପକ୍ଷରୁ କୁହାଯାଉଥିଲା ଯେ ରିଲିଜ ହେବା ପରେ ପ୍ରାୟ ସମାଲୋଚନା ଥମି ଯିବ । କିନ୍ତୁ ଏବେ ଯାହା ଦେଖିବାକୁ ମିଳୁଛି, ସମାଲୋଚନା ଥମିବା ବଦଳରେ ବଢ଼ିବାରେ ଲାଗିଛି ।

ତେବେ ଫିଲ୍ମର ରିଭ୍ୟୁ ଆପଣ ଆମ ୱେବ୍‌ସାଇଟ୍‌ ଏବଂ ଫେସ୍‌ବୁକ୍‌ ୟୁଟ୍ୟୁବ୍‌ରେ ଦେଖିପାରିବେ । ଆଉ ସମ୍ପୂର୍ଣ୍ଣ ଖବର ଜାଣିପାରିବେ । କିନ୍ତୁ ଏବେ ଆମେ ଯେଉଁ ମାଙ୍କଡ଼ ଭିଡିଓ ଭାଇରାଲ ହେବା କଥା କହୁଛୁ, ତାହା ଖୁବ୍‌ ଚର୍ଚ୍ଚାରେ । କାରଣ ରାମଙ୍କ ଡାଇଲଗ ବେଳେ ହିଁ ମାଙ୍କଡ଼ଟି ହଲ୍‌ରେ ଥିଲା । ଆଉ ମୁଣ୍ଡ ଟୁଙ୍ଗାରିବା ସହ ସିନେମା ପରଦାକୁ ଚାହିଁ ଫିଲ୍ମକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ମାଙ୍କଡ଼କୁ ଦେଖି ହଲ୍‌ରେ ବସିଥିବା ଦର୍ଶକମାନେ ଜୟ ଶ୍ରୀରାମ... ଜୟ ଶ୍ରୀରାମ ନାରା.. ଦେଇଥିଲେ ।

ଥରେ ଦେଖନ୍ତୁ ଏହି ଭିଡିଓକୁ ଆଉ ନିଜର ମତାମତ ରଖନ୍ତୁ ।