Advertisment

Mamta Kulkarni Gets Emotional: ଭାବବିହ୍ୱଳ ହେଲେ ମମତା କୁଲକର୍ଣ୍ଣି; ମହାକୁମ୍ଭ ମେଳାରେ ବଦଳିଗଲା ନାଁ

୯୦ ଦଶକର ଟିମ୍‌ ଆଣ୍ଡ ହଟ୍‌ ଆକ୍ଟ୍ରେସ୍‌ ମମତା କୁଲ୍‌କର୍ଣ୍ଣି ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ହୋଇଛନ୍ତି। ସେ ମହାମଣ୍ଡଳେଶ୍ୱର ହେବା ସମୟର ଏକ ଭିଡ଼ିଓ ନିଜ ଅଫିସିଆଲ୍‌ ସୋସିଆଲ୍‌ ମିଡ଼ିଆରେ ସେୟାର କରିଛନ୍ତି।

ଅଦ୍ୟତନ ହୋଇଛି
Mamata

Mamata

Advertisment

ମମତା କୁଲ୍‌କର୍ଣ୍ଣି ଦିନେ ମାୟାନଗରୀରେ ରାଜ କରୁଥିଲେ। ଗୋଟେ ପରେ ଗୋଟେ ହିଟ୍‌ ଫିଲ୍ମ ଦେଇ ଦର୍ଶକଙ୍କ ମନ ଜିଣୁଥିଲେ। ତାଙ୍କ ଚୋରା ଚାହାଣୀ ଓ ଅଣ୍ଟା ହଲାରେ ଘାଇଲା ହେଉଥିଲେ ଦର୍ଶକ। ହେଲେ ଆଜି ସିଏ ମାୟାନଗରୀଠାରୁ ବହୁ ଦୂରରେ। ଦୀର୍ଘ ଦିନର ନୀରବତା ପରେ ଆଜି ସିଏ କିନ୍ନର ଆଖଡ଼ା ମହାମଣ୍ଡଳେଶ୍ୱର ବନି ଯାଇଛନ୍ତି। ଆଉ ମମତା କୁଲ୍‌କର୍ଣ୍ଣିରୁ ପାଲଟି ଯାଇଛନ୍ତି 'ମହାମଣ୍ଡଳେଶ୍ୱର ମାଇ ମମତା ନନ୍ଦ ଗିରି'। ମହାମଣ୍ଡଳେଶ୍ୱର ହେବା ପରେ ଭାବବିହ୍ୱଳ ଭିଡିଓ ଛାଡ଼ିଛନ୍ତି ମମତା।

Advertisment

୯୦ ଦଶକର ଟିମ୍‌ ଆଣ୍ଡ ହଟ୍‌ ଆକ୍ଟ୍ରେସ୍‌ ମମତା କୁଲ୍‌କର୍ଣ୍ଣି ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ହୋଇଛନ୍ତି। ସେ ମହାମଣ୍ଡଳେଶ୍ୱର ହେବା ସମୟର ଏକ ଭିଡ଼ିଓ ନିଜ ଅଫିସିଆଲ୍‌ ସୋସିଆଲ୍‌ ମିଡ଼ିଆରେ ସେୟାର କରିଛନ୍ତି। ଯେଉଁଥିରେ ଭାବବିହ୍ୱଳ ହୋଇଥିବା ଦେଖିବାକୁ ମିଳିଛନ୍ତି। ରୀତିନୀତି ଅନୁସାରେ ପୂଜା ପାଠ ଚାଲିଥିବା ବେଳେ ତାଙ୍କ ଆଖିରେ ଲୁହ ଜକେଇ ଆସିଥିଲା। ଯେଉଁ ଭିଡିଓ ଦେଖି ତାଙ୍କ ପ୍ରଶଂସକ ମଧ୍ୟ ଭାବୁକ ହୋଇଯାଇଛନ୍ତି। ମମତା କୁଲକର୍ଣ୍ଣି ତାଙ୍କ ପୋଷ୍ଟର କ୍ୟାପସନରେ #mahakumbh ଲେଖିଛନ୍ତି। ଆଉ ସେୟାର କରିଥିବା ଭିଡିଓରେ ସେ ଲେଖିଛନ୍ତି, 'ମହାମଣ୍ଡଳେଶ୍ୱର ମାଇ ମମତା ନନ୍ଦ ଗିରି' ଭାବେ ତାଙ୍କୁ ସ୍ୱାଗତ କରାଯାଇଛି।

ଅଧିକ ପଢ଼ନ୍ତୁ: ରାଜନୀତି ପାଇଁ ସୁରଙ୍କ ଘର ୨ ଫାଳ; ବଡ଼ ଭାଇକୁ ଫ୍ରଡ୍ କହିଲେ ମନ୍ମଥ

ମମତା କୁଲକର୍ଣ୍ଣିଙ୍କ 'ଦୀକ୍ଷା' ଗ୍ରହଣକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ସମର୍ଥକ। ଯେଉଁଥିପାଇଁ ସେମାନେ କ୍ରୋଧାନ୍ୱିତ ହୋଇଛନ୍ତି। ଏନେଇ ମମତା କୁଲ୍‌କର୍ଣ୍ଣି ଗଣମାଧ୍ୟମକୁ କହିଛନ୍ତି, ଅନେକ ଲୋକ ରାଗିଛନ୍ତି। ମୋ’ ପ୍ରଶଂସକମାନେ ମଧ୍ୟ ରାଗିଛନ୍ତି। ସେମାନେ ଭାବିଥିଲେ ମୁଁ ବଲିଉଡକୁ ପୁଣି ଫେରିବି। କିନ୍ତୁ ସବୁ ଠିକ୍‌ ଅଛି। ଭଗବାନ ଯାହା ଇଚ୍ଛା କରନ୍ତି। ମହାକାଲ ଓ ମହାକାଳୀଙ୍କ ଇଚ୍ଛାକୁ କେହି ବଦଳାଇ ପାରିବେ ନାହିଁ। ସେ ପରମ ବ୍ରହ୍ମ । ମୁଁ ସଙ୍ଗମରେ ପିଣ୍ଡଦାନର ବିଧି ପାଳନ କରିଛି ବୋଲି ମମତା କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଉପରେ 132 KV ବିଦ୍ୟୁତ ତାର, ତଳେ ନିର୍ମାଣ ହେଉଛି ବିରାଟ ଅଟାଳିକା

୧୯୭୨ ମସିହା ଅକ୍ଟୋବର ୨୦ ତାରିଖରେ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ ମମତା କୁଲ୍‌କର୍ଣ୍ଣି। ପାଠ ପଢ଼ା ଶେଷ ପରେ ମାୟାନଗରୀରେ ପ୍ରବେଶ କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ହେଉଛି ତ୍ରିରଙ୍ଗା। ୧୯୯୨ ମସିହାରେ ଏହି ଫିଲ୍ମ ରିଲିଜ୍‌ ହୋଇଥିଲା। ପରବର୍ତ୍ତୀ ସମୟରେ ଆସିକ ଆୱାରା’, କ୍ରାନ୍ତିବୀର, କରନ ଅର୍ଜୁନ, ସବସେ ବଡ଼ା ଖିଲାଡ଼ି, ବାଜି ଆଦି ଅନେକ ହିଟ୍‌ ଫିଲ୍ମରେ ସେ ଅଭିନୟର ଛାପ ଛାଡ଼ିଥିଲେ। ଶେଷ ଥର ପାଇଁ ୨୦୦୨ ମସିହାରେ ସେ ‘ଛୁପା ରୁସ୍ତମ’ ଫିଲ୍ମରେ ନଜର ଆସିଥିଲେ। ତା’ପଠାରୁ ସେ ମାୟାନଗରୀଠାରୁ ଦୂରେଇ ଯାଇଥିଲେ। 

Prayagraj Maha Kumbh Mela Entertainment Mahakumbh 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ